Advertisement
photoDetails0hindi

କୋରୋନା ଭ୍ୟାକ୍ସିନକୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର!

1/5

ନୂଆଦିଲ୍ଲୀ: କୋରୋନା ମହାମାରୀ (Coronavirus Epidemic) ରେ ଅସ୍ତବ୍ୟସ୍ତ ସମଗ୍ର ବିଶ୍ୱ । ବର୍ତ୍ତମାନ ଲୋକମାନେ କୋରୋନା ଭ୍ୟାକ୍ସିନ ବା ଟୀକା (Coronavirus Vaccine) କୁ ଉତ୍କଣ୍ଠା ସହ ଅପେକ୍ଷା କରି ବସିଛନ୍ତି । ଏହି ଦିଗରେ ସମସ୍ତ ଦେଶ ନିଜ ନିଜ ଉଦ୍ୟମ ଜାରି ରଖିଛନ୍ତି । ଏହି ସମୟରେ ଟୀକା ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆମେରିକାର କୋରୋନା ଟୀକା କାର୍ଯ୍ୟକ୍ରମର ମୁଖ୍ୟ ମୋନସେଫ ସଲୌଇ (Moncef Slaoui) କହିଛନ୍ତି ଯେ, ଆମେରିକାରେ ଡିସେମ୍ୱର ୧୧ରେ କୋରୋନା ଭୂତାଣୁର ପ୍ରଥମ ଭ୍ୟାକ୍ସିନ ଲଗାଯାଇପାରେ ।

2/5

ବାସ୍ତବରେ, କୋରୋନା ଟୀକା ପ୍ରସ୍ତୁତ କରୁଥିବା ଆମେରିକାର ବୃହତ୍ ଫାଇଜର (Pfizer) ୟୁଏସ ଫୁଡ ଆଣ୍ଡ ଆଡମିନିଷ୍ଟ୍ରେଶନକୁ ଏକ ଆବେଦନ ଦାଖଲ କରିଛି । ଏହି ଟୀକାକୁ ଜରୁରୀକାଳୀନ ବ୍ୟବହାର କରିବାକୁ ସରକାର ଠାରୁ ଅନୁମତି ମାଗିଛନ୍ତି । ୧୦ ଡିସେମ୍ବରରେ FDA ଭ୍ୟାକ୍ସିନ୍ ପରାମର୍ଶଦାତା କମିଟି ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ।

3/5

ଆମେରିକୀୟ କମ୍ପାନୀ ଫାଇଜର କୋରୋନା ଭୂତାଣୁ (COVID-19) ବିରୁଦ୍ଧରେ ୯୫ ପ୍ରତିଶତ ପ୍ରଭାବଶାଳୀ ଟୀକା ପ୍ରସ୍ତୁତ କରିଛି । ଏହାର ଟୀକାକରଣ ପାଇଁ ଆମେରିକା ସରକାରଙ୍କ ତରଫରୁ ଜରୁରୀକାଳୀନ ବ୍ୟବହାର ଚାହୁଁଛି। ଫାଇଜର କହିଛି ଯେ, ସେ ଜରୁରୀକାଳୀନ ବ୍ୟବହାର ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିପାରେ ।

ଅଧିକ ପଢ଼ନ୍ତୁ:-ଫ୍ରାନ୍ସ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ

4/5

ସିଏନ୍ଏନ୍ ସହ ସାକ୍ଷାତକାର ବେଳେ ସାଲୋଇ କହିଛନ୍ତି ଯେ, ଯଦି ଏହି ବୈଠକରେ ଅନୁମତି ଦିଆଯାଏ ତେବେ ପରଦିନ ଏହି ଟୀକା ଉପଲବ୍ଧ ହୋଇପାରେ । ସେ କହିଛନ୍ତି ଯେ ଆମର ଲକ୍ଷ୍ୟ ହେଉଛି ଅନୁମୋଦନ ମିଳିବାର ୨୪ ଘଣ୍ଟା ମଧ୍ୟରେ ଭ୍ୟାକ୍ସିନକୁ ସେହି ସ୍ଥାନକୁ ପହଞ୍ଚାଇବାର ଅଛି,  ଯେଉଁଠାରେ ଟୀକାକରଣ କାର୍ଯ୍ୟ ହେବ । ତେଣୁ ମୁଁ ଆଶା କରୁଛି ୧୧ କିମ୍ବା ୧୨ ଡିସେମ୍ବର ସୁଦ୍ଧା ଏପରି ହୋଇପାରେ ।

ଅଧିକ ପଢ଼ନ୍ତୁ:-ପୁଣି ଇତିହାସ ଦୋହରାଇବ କଂଗ୍ରେସ!

5/5

ଆପଣଙ୍କୁ କହି ରଖୁଛୁ ଯେ, ବୁଧବାର ଫାଇଜର କହିଛି ଯେ ଏହାର ଟୀକା ପରୀକ୍ଷଣର ଶେଷ ଫଳାଫଳ ସାମ୍ନାକୁ ଆସିଛି । ଆଉ ଏହି କୋରୋନା ଭୂତାଣୁ ଟୀକା ୯୫ ପ୍ରତିଶତ ପ୍ରଭାବଶାଳୀ ଅଟେ ।