Advertisement
Photo Details/zeeodisha/odisha743127
photoDetails0hindi

କୋରୋନା ଭ୍ୟାକ୍ସିନକୁ ନେଇ ବହୁତ ବଡ଼ ଖୁସି ଖବର ଦେଲା ଋଷ

1/5

ସାରା ବିଶ୍ୱରେ କୋରୋନା ଭୂତାଣୁ (Coronavirus) ର ପ୍ରକୋପ ଜାରି ରହିଛି । ଏହି ସମୟରେ ବିଶ୍ୱର ବୈଜ୍ଞାନିକମାନେ କୋରୋନା ଟୀକା (Coronavirus Vaccine) ବା ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଏହି କ୍ରମରେ କୋରୋନା ସଙ୍କଟ ମଧ୍ୟରେ ଋଷର ରାଷ୍ଟ୍ରପତି (Russian President) ଭ୍ଲାଦିମିର ପୁଟିନ୍ (Vladimir Putin) ହଠାତ୍ ଅଗଷ୍ଟ ୧୧ରେ ଘୋଷଣା କରିଥିଲେ ଯେ ଋଷ କୋରୋନା ଟୀକା ବା ଭ୍ୟାକ୍ସିନ ପ୍ରସ୍ତୁତ କରିନେଛି । ଏହା ପରେ ବିଶ୍ୱର ବିଶେଷଜ୍ଞମାନେ ଚକିତ ହୋଇଯାଇଥିଲେ । ଏହା ମଧ୍ୟରେ ଋଷ ପୁଣି ଏକ ଖୁସି ଖବର ଦେଇଛି ଯେ ଏହି ସପ୍ତାହରେ କୋରୋନା ଟୀକା (COVID-19 Vaccine) ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ ।

ଅଧିକ ପଢ଼ନ୍ତୁ:-ବିହାର ଏନଡିଏରେ ଫାଟ: ନୀତିଶ ସରକାରଙ୍କଠୁ ସମର୍ଥନ ପ୍ରତ୍ୟାହାର କରିବ ଏଲଜେପି !

2/5

ବାସ୍ତବରେ ଋଷର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ସପ୍ତାହରୁ କୋରୋନା ଭାଇରସ୍ ଟୀକା 'ସ୍ପୁଟ୍ନିକ୍ ଭି' (Sputnik V) ସାଧାରଣ ନାଗରିକଙ୍କୁ ମିଳିବା ଆରମ୍ଭ ହୋଇଯିବ । ଏହି ଟୀକା ଅଗଷ୍ଟ ୧୧ରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଲଞ୍ଚ କରାଯାଇଥିଲା ।

 

3/5

ଋଷର ନ୍ୟୁଜ୍ ଏଜେନ୍ସି TASS ରୁଷିଆ ଏକାଡେମୀ ଅଫ୍ ସାଇନ୍ସରେ ଡେପୁଟି ନିର୍ଦ୍ଦେଶକ ଡେନିସ୍ ଲୋଗୁନୋଭଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଋଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନୁମତି ପରେ ସ୍ପୁଟ୍ନିକ୍ ଭି (Sputnik V) ଟୀକା ବ୍ୟାପକ ବ୍ୟବହାର ପାଇଁ ଜାରି କରାଯିବ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଟୀକା ପରୀକ୍ଷା ଆରମ୍ଭ କରିବାକୁ ଯାଉଛି ଏବଂ ଆମେ ଶୀଘ୍ର ଏହାର ଅନୁମତି ପାଇବୁ ।

4/5

ରିପୋର୍ଟ ଅନୁଯାୟୀ, ସାଧାରଣ ଲୋକଙ୍କୁ ଟୀକା ଯୋଗାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅଛି ବୋଲି ସେ କହିଛନ୍ତି । ସେପ୍ଟେମ୍ୱର ୧୦ରୁ ୧୩ ମଧ୍ୟରେ ନାଗରିକ ବ୍ୟବହାର ପାଇଁ ଭ୍ୟାକ୍ସିନର ବ୍ୟାଚକୁ ଅନୁମତି ପ୍ରାପ୍ତ କରିବାର ଅଛି । ଏହା ପରେ ଜନସାଧାରଣଙ୍କ ଉପରେ ଏହି ଟୀକା ପ୍ରୟୋଗ ଆରମ୍ଭ ହେବ ।

5/5

ଏଠାରେ କହି ରଖୁଛୁ ଯେ, ଏହି ଟୀକା ମସ୍କୋର ଗାମଲେୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଦ୍ୱାରା ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ମିଶି ଆଡେନୋଭାଇରସକୁ ଆଧାର କରି ପ୍ରସ୍ତୁତ କରାଯାଉଛି । ଏହି ଟୀକାକରଣର ଦୁଇଟି ପରୀକ୍ଷା ଚଳିତ ବର୍ଷ ଜୁନ୍-ଜୁଲାଇରେ କରାଯାଇଥିଲା । ଏଥିରେ ୭୬ ଜଣ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ । ପରିଣାମରେ  ୧୦୦ ପ୍ରତିଶତ ଆଣ୍ଟିବଡି ବିକଶିତ କରାଯାଇଥିଲା ।