Advertisement
photoDetails0hindi

କୋରୋନା ଭ୍ୟାକ୍ସିନକୁ ନେଇ ବହୁତ ବଡ଼ ଖବର ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଏହି ଅବସରରେ ଡକ୍ଟର ହର୍ଷ ବର୍ଦ୍ଧନ (Harsh Vardhan) କହିଛନ୍ତି ଯେ, ଭାରତରେ ପରୀକ୍ଷଣ ହେଉଥିବା ତିନିଟି ଟୀକା (Coronavirus Vaccine) ଆସନ୍ତା ବର୍ଷ ପ୍ରଥମ ତ୍ରୈମାସରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

1/8

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Health Ministry) କୋରୋନ ଭ୍ୟାକ୍ସିନ ବା ଟୀକା (Coronavirus Vaccine) ପାଇଁ ଏକ ଅନଲାଇନ୍ ପୋର୍ଟାଲ ଲଞ୍ଚ କରିଛି । ଭାରତରେ କୋରୋନା ଭାଇରସ ଟୀକା (Covid-19 Vaccine) ସହିତ ଜଡିତ ସମସ୍ତ ସୂଚନା ବର୍ତ୍ତମାନ ଏକ ପୋର୍ଟାଲରେ ଉପଲବ୍ଧ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ (Harsh Vardhan) ସୋମବାର ଆଇସିଏମଆ (ICMR) ର ଏହି ପୋର୍ଟାଲକୁ ଉଦଘାଟନ କରିଛନ୍ତି । ଏହି ପୋର୍ଟାଲରେ ଟୀକା ସହ ଜଡିତ ସମସ୍ତ ସୂଚନା ସାଧାରଣ ଲୋକଙ୍କୁ ପ୍ରଦାନ କରାଯିବ । 

2/8

ଏହି ଅବସରରେ ଡକ୍ଟର ହର୍ଷ ବର୍ଦ୍ଧନ (Harsh Vardhan) କହିଛନ୍ତି ଯେ, ଭାରତରେ ପରୀକ୍ଷଣ ହେଉଥିବା ତିନିଟି ଟୀକା (Coronavirus Vaccine) ଆସନ୍ତା ବର୍ଷ ପ୍ରଥମ ତ୍ରୈମାସରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।

3/8

ସୋମବାର ଏହି ପୋର୍ଟାଲର ଉଦଘାଟନ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ଭାରତୀୟ ଚିକିତ୍ସା ପରିଷଦ (ICMR) ପାଇଁ ଆଜି ଏକ ଐତିହାସିକ ଦିନ । ହର୍ଷବର୍ଦ୍ଧନ କହିଛନ୍ତି ଯେ ଆଇସିଏମଆର କ୍ୟାମ୍ପସରେ ଏହି ଅନୁଷ୍ଠାନର ୧୦୦ ବର୍ଷର ଇତିହାସର ଟାଇମଲାଇନକୁ ଲଞ୍ଚ କରାଯାଇଛି । 

ଅଧିକ ପଢ଼ନ୍ତୁ:-ଉତ୍ତର ପ୍ରଦେଶରେ କଂଗ୍ରେସକୁ ମଜଭୁତ କରିବା ପାଇଁ ଗୁପ୍ତ ଭାବେ ଏହି କାମ କରୁଛନ୍ତି ପ୍ରିୟଙ୍କା

4/8

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ସହିତ ଜଡ଼ିତ ବୈଜ୍ଞାନିକମାନଙ୍କ ଅବଦାନକୁ ସ୍ମରଣ କରାଯାଇଛି ଏବଂ ଏହା ଭବିଷ୍ୟତର ବୈଜ୍ଞାନିକମାନଙ୍କ ପାଇଁ ପ୍ରେରଣାର କାର୍ଯ୍ୟ କରିବ । କୋଭିଡ-19 ଟୀକା ପାଇଁ ଏକ ଅନଲାଇନ୍ ପୋର୍ଟାଲ ଆରମ୍ଭ କରାଯାଇଛି ।

5/8

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ସାଧାରଣ ଲୋକଙ୍କ ପାଇଁ ଏହି ପୋର୍ଟାଲରେ ବିଭିନ୍ନ ରୋଗର ନିରାକରଣ ପାଇଁ ବ୍ୟବହୃତ କରାଯାଉଥିବା ସମସ୍ତ ଟୀକାର ତଥ୍ୟ ଉପଲବ୍ଧ ହେବ ।

ଅଧିକ ପଢ଼ନ୍ତୁ:-ବିହାରରେ ବଦଳିବ ରାଜନୈତିକ ସମୀକରଣ, ଏନଡିଏ ଓ ମହାମେଣ୍ଟରେ ହେବ ବଡ଼ ପରିବର୍ତ୍ତନ !

6/8

ଏଠାରେ କହି ରଖୁଛୁ ଯେ, ଭାରତରେ ୩ଟି କୋରୋନା ଟୀକା- ଭାରତ ବାୟୋଟେକ୍-ଆଇସିଏମ୍ଆର କୋଭାକ୍ସିନ୍ (COVAXIN), ଜିଡସ୍ କ୍ୟାଡିଲା (Zydus Cadilla) ର ଜାଇକୋଭ୍-ଡି (ZyKov-D) ଏବଂ ଅକ୍ସଫୋର୍ଡ-ଆଷ୍ଟ୍ରୋଜେନିକା (Oxford- Estrozeneka) ର କୋଭିଶିଲ୍ଡ (Covishield) ଉପରେ କାମ ଜାରି ରହିଛି । 

7/8

ସେରମ୍ ଇନଷ୍ଟିଚ୍ୟୁଟ୍ ଭାରତରେ ଅକ୍ସଫୋର୍ଡ ୟୁନିଭର୍ସିଟିର ଟୀକାକୁ ବ୍ରିଟେନର ଏଷ୍ଟ୍ରୋଜେନିକା ସହ ପ୍ରସ୍ତୁତ କରୁଛି । ଅକ୍ସଫୋର୍ଡ ଦ୍ୱାରା ବିକଶିତ ହୋଇଥିବା ଏହି ଟୀକା ଏହାର ପରୀକ୍ଷଣର ତୃତୀୟ ପର୍ଯ୍ୟାୟରେ ଅଛି ଏବଂ କମ୍ପାନୀ ଆଷ୍ଟ୍ରାଜେନେକା ପ୍ରଥମରୁ ଏହାର କୋଟି କୋଟି ଡୋଜ ଉତ୍ପାଦନ ପ୍ରକ୍ରିୟାରେ ଲାଗିଛି ।

ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁର ଏହି ୨ଟି ଚିକିତ୍ସାକୁ ନେଇ ଚେତାବନୀ ଜାରି କଲେ ସ୍ୱାସ୍ଥ୍ୟମନ୍ତ୍ରୀ

8/8

ଏହାପୂର୍ବରୁ କେନ୍ଦ୍ର ମନ୍ତ୍ରୀ ହର୍ଷ ବର୍ଦ୍ଧନ ଶନିବାର କହିଥିଲେ ଯେ ବୈଜ୍ଞାନିକ ସମ୍ପ୍ରଦାୟ ଦେଶର ସମ୍ମୁଖୀନ ହେଉଥିବା ପ୍ରତ୍ୟେକ ଆହ୍ୱାନକୁ ସଫଳତାର ସହ ସାମ୍ନା କରି ଏହାକୁ ଏକ ସୁଯୋଗରେ ପରିଣତ କରିଛି । CSIR ର ୭୯ ତମ ସ୍ଥାପନା ଦିବସ ଅବସରରେ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ବୈଶ୍ୱିକ ମହାମାରୀ ସମୟରେ ବୈଜ୍ଞାନିକ ତଥା ଶିଳ୍ପ ଅନୁସନ୍ଧାନ ଏବଂ ବିଜ୍ଞାନ ପରିଷଦର ବୈଜ୍ଞାନିକମାନେ ଭେଣ୍ଟିଲେଟର ଓ ବ୍ୟକ୍ତିଗତ ସୁରକ୍ଷା କିଟ୍ (PPE) ପ୍ରସ୍ତୁତିରେ ବିଶେଷ ଅବଦାନ ଦେଇଛନ୍ତି ।