Advertisement
photoDetails0hindi

LIC ର ଅଂଶଧନ ବିକ୍ରି କରିବାକୁ ଆକ୍ସନ୍ ମୁଡରେ ମୋଦି ସରକାର

1/7

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (LIC) ରେ ନିଜର ଅଂଶଧନ ବିକ୍ରୟ କରିବାକୁ ଆକ୍ସନ୍ ମୋଡକୁ ଆସିଛନ୍ତି କେନ୍ଦ୍ରର ମୋଦି ସରକାର । ଏଥିପାଇଁ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଆସନ୍ତୁ ଏହା ବିଷୟରେ ବିସ୍ତୃତ ଭାବରେ ଜାଣିବା...

 

2/7

LIC ର ମୂଲ୍ୟାଙ୍କନ ପାଇଁ ଆବେଦନ 

ବାସ୍ତବରେ, ଅର୍ଥ ମନ୍ତ୍ରଣାଳୟ ବୀମା କମ୍ପାନୀ LIC ର ମୂଲ୍ୟାଙ୍କନ ପାଇଁ ଆବେଦନକୁ ଆମନ୍ତ୍ରଣ କରିଛି । ଏଥିପାଇଁ କମ୍ପାନୀଗୁଡିକ ଡିସେମ୍ବର ୮ ସୁଦ୍ଧା ସେମାନଙ୍କର ଆବେଦନ ଦାଖଲ କରିପାରିବେ ।

3/7

ସାଧାରଣ ମୂଲ୍ୟାଙ୍କନ ପଦ୍ଧତି 

ଏହା ଏକ ସାଧାରଣ ମୂଲ୍ୟାଙ୍କନ ପଦ୍ଧତି । ଏଥିରେ କମ୍ପାନୀର ସାମ୍ପ୍ରତିକ ସମ୍ପତ୍ତିର ବର୍ତ୍ତମାନର ମୂଲ୍ୟ ଏବଂ ବର୍ତ୍ତମାନ ଚାଲୁଥିବା ବୀମା ପଲିସିରୁ ଲାଭ ଯୋଗ କରାଯାଇଛି ।

4/7

LIC ରେ ଅଂଶଧନ ବିକ୍ରି କରୁଛନ୍ତି ସରକାର 

ଆପଣଙ୍କୁ କହି ରଖୁଛୁ ଯେ, ସରକାରଙ୍କ ଯୋଜନା ହେଉଛି LIC ରେ ସଂଖ୍ୟାଲଘୁ ଅଂଶ ବିକ୍ରୟ କରିବା ଏବଂ ଏହାକୁ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ କରିବା । ଚଳିତ ଆର୍ଥିକ ବର୍ଷରେ ସରକାର ଏହାକୁ ବିକ୍ରି କରିବାକୁ ଚାହୁଁଛନ୍ତି ।

5/7

IPO ମାଧ୍ୟମରେ ବିକ୍ରି 

ଏହାର ବିକ୍ରି ପ୍ରାରମ୍ଭିକ ପବ୍ଲିକ୍ ଇସୁ (ଆଇପିଓ) ମାଧ୍ୟମରେ ହେବ । ଆଇପିଏ ପୂର୍ବରୁ ହୋଇଥିବା କାରବାର ପାଇଁ କେନ୍ଦ୍ର ସରକାର ଡେଲୋଏଟ୍ ଏବଂ ଏସବିଆଇ କ୍ୟାପିଟାଲକୁ ପରାମର୍ଶଦାତା ଭାବରେ ନିଯୁକ୍ତ କରିଛନ୍ତି ।

6/7

୨.୧୦ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାରକୁ ଲକ୍ଷ୍ୟ 

ଆପଣଙ୍କୁ କହିରଖୁଛୁ ଯେ ଏହି ଆର୍ଥିକ ବର୍ଷରେ ଅଂଶଧନ ବିକ୍ରୟରୁ ସରକାର ୨.୧୦ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ରଖିଛନ୍ତି । ଏହି ରାଶି ମଧ୍ୟରୁ ୧.୨୦ ଲକ୍ଷ କୋଟି ଟଙ୍କା କେନ୍ଦ୍ରୀୟ କାର୍ଯ୍ୟରେ ବିନିଯୋଗ ଦ୍ୱାରା ଜମା ହେବ ।

7/7

ଏଥି ସହିତ ଆର୍ଥିକ ପ୍ରତିଷ୍ଠାନଗୁଡିକର ଅଂଶଧନ ବିକ୍ରୟରୁ ପ୍ରାୟ ୯୦ ହଜାର କୋଟି ଟଙ୍କା ଆସିବ। ଏହି ରାଶି ଏକାଠି କରିବା ପାଇଁ ସରକାର ଏଲଆଇସି ବ୍ୟତୀତ ଏୟାର ଇଣ୍ଡିଆ ଏବଂ ବିପିସିଏଲର ଅଂଶଧନ ବିକ୍ରି କରିବାରେ ନିୟୋଜିତ ଅଛନ୍ତି ।