ରଏଟର୍ସ ରିପୋର୍ଟ ଅନୁଯାୟୀ, ଭିଏତନାମ ଟେଲିଭିଜନ (VTV) ମାଧ୍ୟମରେ ଏହି ଫୁଟେଜ୍ ସାମ୍ନାକୁ ଆସିଛି ।
ନୂଆଦିଲ୍ଲୀ: ପ୍ରାୟତଃ ସମସ୍ତେ କଣ୍ଡୋମ (Condom) ବିଷୟରେ ଜାଣନ୍ତି । କିନ୍ତୁ ଆଜି ଆମେ କଣ୍ଡୋମ ସହ ଜଡିତ ଏପରି ଏକ ଖବର ଦେବାକୁ ଯାଉଛୁ, ଯାହା ଆମ ଦେଶର ନୁହେଁ । ଏହି ଘଟଣାଟି ଭିଏତନାମରୁ ସାମ୍ନାକୁ ଆସିଛି । ଏଠାରେ ପୋଲିସ ବ୍ୟାଗ ଭର୍ତ୍ତି କଣ୍ଡୋମ ଜବତ କରିଛି । ଯାହା ପୂର୍ବରୁ ବ୍ୟବହୃତ ହୋଇସାରିଥିଲା । ସେଗୁଡ଼ିକୁ ସଫା କରି ପ୍ୟାକ୍ କରାଯାଉଥିଲା । କାରଣ ସେଗୁଡ଼ିକ ପୁଣି ଥରେ ବିକ୍ରି କରିବାର ଯୋଜନା ଥିଲା ।
ରଏଟର୍ସ ରିପୋର୍ଟ ଅନୁଯାୟୀ, ଭିଏତନାମ ଟେଲିଭିଜନ (VTV) ମାଧ୍ୟମରେ ଏହି ଫୁଟେଜ୍ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖାଯାଇଛି ଯେ ଅନେକଗୁଡ଼ିଏ ବ୍ୟାଗରେ କଣ୍ଡୋମ ଚଟାଣରେ ବିଛା ହୋଇଥିଲା । ଭିଏତନାମର ବିନ୍ ଡୁଙ୍ଗ୍ ପ୍ରଦେଶର ହୋ ଚି ମିନ୍ ସିଟି ନିକଟରେ ଏକ ଗୋଦାମରେ ଏହି କଣ୍ଡୋମ ମିଳିଛି ।
VTV ଅନୁଯାୟୀ, ପୋଲିସ କହିଛି ଯେ ଏହି ବ୍ୟାଗଗୁଡ଼ିକର ଓଜନ ୩୬୦ କିଲୋଗ୍ରାମ ହେବ । ଯାହା ଭିତରେ ୩ ଲକ୍ଷ ୪୫ ହଜାର କଣ୍ଡୋମ ଥିଲା । ଏକ ରାଜ୍ୟ ଖବରକାଗଜ ଅନୁଯାୟୀ, ଗୋଦାମର ମାଲିକ କହିଛନ୍ତି ଯେ ସେ ପ୍ରତି ମାସରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ମାଧ୍ୟମରେ ବ୍ୟବହୃତ କଣ୍ଡୋମ ଏଠାକୁ ଆସୁଥିଲା ।
ଏହି ମାମଲାରେ ପୋଲିସ ଜଣେ ୩୪ ବର୍ଷୀୟା ମହିଳାଙ୍କୁ ଗିରଫ କରିଛି । ତାଙ୍କୁ ପଚରାଉଚରା କରାଯାଉଛି । ମହିଳା ଜଣକ କହିଛନ୍ତି ଯେ ସେମାନେ ବ୍ୟବହୃତ କଣ୍ଡୋମକୁ ପ୍ରଥମେ ଗରମ ପାଣିରେ ଫୁଟାଉଥିଲା, ପରେ ଶୁଖାଯାଇ କାଠ ବ୍ୟବହାର କରି ପୁନଃ ଆକାର ଦିଆଯାଇଥିଲା । ଏହା ପରେ ପ୍ୟାକେଜିଂ କରି ବିକ୍ରି କରାଯାଉଥିଲା । ମହିଳା ଜଣକ କହିଛନ୍ତି ଯେ ଏକ କିଲୋ କଣ୍ଡୋମ ତିଆରି କଲେ ସେ ୦.୧୭ ଡଲାର ବା ୧୨.୫୪ ଟଙ୍କା ପାଉଥିଲେ ।
ଅଧିକ ପଢ଼ନ୍ତୁ:-ଆରଜେଡିକୁ ଲାଗିଲା ଜୋରଦାର ଝଟକା, ମହାମେଣ୍ଟରୁ ଅଲଗା ହେଲା ଆରଏଲଏସପି
VTV ରିପୋର୍ଟ ଅନୁଯାୟୀ, କେତେ କଣ୍ଡୋମ ପୁନଃ ବ୍ୟବହାର କରାଯାଇ ବିକ୍ରି ହୋଇସାରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଭିଏତନାମ ପୋଲିସକୁ ଏହି କାରଖାନା ବିଷୟରେ ଜଣେ ସ୍ଥାନୀୟ ବ୍ୟକ୍ତି ସୂଚନା ଦେଇଥିଲା । ପୋଲିସ କହିଛି ଯେ ଏହି କାର୍ଯ୍ୟରେ ଆଉ କେତେ ଲୋକ ଜଡିତ ଅଛନ୍ତି । ଏବଂ ଏହି ରାକେଟ୍ ଦେଶର କେଉଁ କେଉଁ ଭାଗରେ ପ୍ରସାରିତ ହୋଇଛି । ତାହାର ଯାଞ୍ଚ ଜାରି ରହିଛି ।
ट्रेन्डिंग फोटोज़