ଋଷର ତୃତୀୟ ଟୀକା (Russian Coronavirus Vaccine) ଋଷିଆନ ଏକାଡେମୀ ଅଫ୍ ସାଇନ୍ସର ଚୁମାକୋଭ୍ ସେଣ୍ଟରରେ ପ୍ରସ୍ତୁତ କରାଯାଉଛି ।
ନୂଆଦିଲ୍ଲୀ: କୋରୋନା ଭ୍ୟାକ୍ସିନ ବା ଟୀକା (Coronavirus Vaccine) ପ୍ରସ୍ତୁତି ପାଇଁ ବିଶ୍ୱରେ ଦେଶଗୁଡ଼ିକ ମଧ୍ୟ ପ୍ରତିଯୋଗିତା ଜାରି ରହିଛି । ଏହି ଦୌଡ଼ରେ ଋଷ ଅଗ୍ରଣୀ ଥିବା ଜଣାପଡିଛି । ଖବର ଅନୁଯାୟୀ, ଋଷ କୋରୋନା ଭୂତାଣୁର ତୃତୀୟ ଟୀକା ତିଆରି କରିବାର ଦାବି କରିଛି । ଋଷ ଅଗଷ୍ଟରେ ଏହାର ପ୍ରଥମ ଟୀକା ସ୍ପୁଟ୍ନିକ୍ ଭି (Sputnik V) ଲଞ୍ଚ କରିଥିଲା । ଏହା ପରେ ଅକ୍ଟୋବର ୧୪ରେ ଦ୍ୱିତୀୟ ଟୀକା ଏପିଭାକୋରୋନା (EpiVacCorona) ଆସିଲା । ଏବଂ ବର୍ତ୍ତମାନ ଋଷର ତୃତୀୟ ଟୀକା ମଧ୍ୟ ପ୍ରସ୍ତୁତ ହୋଇସାରିଛି ।
ଋଷର ତୃତୀୟ ଟୀକା (Russian Coronavirus Vaccine) ଋଷିଆନ ଏକାଡେମୀ ଅଫ୍ ସାଇନ୍ସର ଚୁମାକୋଭ୍ ସେଣ୍ଟରରେ ପ୍ରସ୍ତୁତ କରାଯାଉଛି । ରିପୋର୍ଟ ଅନୁଯାୟୀ, ଏହି ସକ୍ରିୟ ଟୀକା ଡିସେମ୍ବର ୨୦୨୦ ସୁଦ୍ଧା ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି । ଏହି ଭ୍ୟାକ୍ସିନକୁ ନୋଭୋସିବିରସ୍କ, ସେଣ୍ଟ ପିଟର୍ସବର୍ଗ ଏବଂ କିରୋଭର ଚିକିତ୍ସା ସୁବିଧା କ୍ଷେତ୍ରରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ମଞ୍ଜୁରୀ ମିଳିଛି ।
ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୬ରେ ଏହି ଟୀକା ୧୫ ଜଣ ସ୍ୱେଚ୍ଛାସେବୀମାନଙ୍କୁ ଦିଆଯାଇଛି । ସେମାନଙ୍କ ମଧ୍ୟରୁ କୌଣସି ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ଏହି ଟୀକାର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାୟଲ ଅକ୍ଟୋବର ୧୯ରେ ୨୮୫ ସ୍ୱେଚ୍ଛାସେବୀମାନଙ୍କ ଉପରେ ଆରମ୍ଭ ହେବ । ଡିସେମ୍ବର ସୁଦ୍ଧା ଏହି ଟୀକାର କ୍ଲିନିକାଲ୍ ପରୀକ୍ଷା ଶେଷ ହେବ ବୋଲି ଆଶା କରାଯାଉଛି ।
ଅଧିକ ପଢ଼ନ୍ତୁ:-ଜାଣନ୍ତୁ ଭାରତକୁ କେବେ ମିଳିବ କୋରୋନା ଭ୍ୟାକ୍ସିନ
ରୁଷ ନିଜର କୌଣସି ଟୀକାକୁ ବ୍ୟାପକ ଭାବେ ଟ୍ରାୟଲ କରିନାହିଁ । ରୁଷର ପ୍ରଥମ ଟୀକା ସ୍ପୁଟନିକ୍ ଭି ( Sputnik V) ଆଡେନୋଭାଇରସ୍ ଭେକ୍ଟର ଉପରେ ଆଧାରିତ । ଟ୍ରାୟଲରେ ରାଷ୍ଟ୍ରପତି ପୁଟିନଙ୍କ ଝିଅଙ୍କୁ ମଧ୍ୟ ଏହି ଟୀକାକୁ ଲଗାଯାଇଛି । ବର୍ତ୍ତମାନ ଏହି ଟୀକା ୧୩,୦୦୦ ସ୍ୱେଚ୍ଛାସେବୀଙ୍କୁ ଦିଆଯାଉଛି ।
ଏଥି ସହିତ ଋଷର ଦ୍ୱିତୀୟ ଟୀକା ଏପିଭାକୋରୋନା ଏକ ସିନ୍ଥେଟିକ୍ ଟୀକା ଏବଂ ସ୍ପୁଟ୍ନିକ୍ ଭି ଅପେକ୍ଷା ନିରାପଦ ବୋଲି ମନେ କରାଯାଏ । ଏହି ଟୀକାରେ ଭୂତାଣୁ ପ୍ରୋଟିନର ଛୋଟ ସିନ୍ଥେଟିକ୍ ପେପ୍ଟାଇଡ୍ ଖଣ୍ଡ ରହିଥାଏ, ଯାହା ପ୍ରତିରକ୍ଷା ପ୍ରଣାଳୀ ଭୂତାଣୁ ଚିହ୍ନଟ ଏବଂ ପ୍ରଭାବହୀନ କରିବା ପାଇଁ ବ୍ୟବହାର କରିଥାଏ । ୧୦୦ ଜଣ ସ୍ବେଚ୍ଛାସେବୀଙ୍କ ଉପରେ ଏହାର ପରୀକ୍ଷା କରାଯାଇଛି ।
ଏପିଭାକୋରୋନା (Epivaccorona) ର ପ୍ରଭାବକୁ ପରୀକ୍ଷା କରିବା ପାଇଁ ରୁଷର ଉପ-ପ୍ରଧାନମନ୍ତ୍ରୀ ତାତ୍ୟାନା ଗୋଲିକୋଭା ଏବଂ ମୁଖ୍ୟ ସେନେଟାରୀ ଡାକ୍ତର ଆନ୍ନା ପପୋଭାଙ୍କୁ ମଧ୍ୟ ଏହି ଟୀକା ଦିଆଯାଇଥିଲା । ଉଭୟ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ କହି ନାହାଁନ୍ତି ।
ଏପିଭାକୋରୋନାର ୬୦,୦୦୦ ଡୋଜ୍ ଶୀଘ୍ର ପ୍ରସ୍ତୁତ ହେବ । ଏହି ଟୀକା ପ୍ରସ୍ତୁତକାରୀ ଭେକ୍ଟର ସେଣ୍ଟର ୪୦,୦୦୦ ସ୍ୱେଚ୍ଛାସେବୀମାନଙ୍କ ଉପରେ ପୋଷ୍ଟ ରେଜିଷ୍ଟ୍ରେସନ କ୍ଲିନିକାଲ୍ ଟ୍ରାୟଲ ଆରମ୍ଭ କରିବ । ଏହାର କ୍ଷମତା ଯାଞ୍ଚ କରିବା ପାଇଁ ୬୦ ବର୍ଷରୁ ଅଧିକ ବୟସର ୧୫୦ ଲୋକଙ୍କୁ ଏହି ଟୀକା ଦିଆଯିବ । ଏହି ଟୀକାକରଣର ପ୍ରାରମ୍ଭିକ କ୍ଲିନିକାଲ୍ ଟ୍ରାଏଲରେ ୧୦୦ ସ୍ୱେଚ୍ଛାସେବୀ ମଧ୍ୟ ସାମିଲ ହୋଇଥିଲେ ।
ଅଧିକ ପଢ଼ନ୍ତୁ:-ୟୁରୋପରେ ପୁଣି ଆରମ୍ଭ ହେଲା କୋରୋନାର ତାଣ୍ଡବ, ଫ୍ରାନ୍ସରେ ସ୍ଥିତି ଅତ୍ୟନ୍ତ ଭୟାବହ
ଭାରତର ଡକ୍ଟର ରେଡ୍ଡୀ ଲ୍ୟାବ ଏଠାରେ ସ୍ପୁଟନିକ୍-ଭିର ଏକ ବଡ଼ ଧରଣର କ୍ଲିନିକାଲ୍ ପରୀକ୍ଷା କରିବା ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆର ଅନୁମତି ମାଗିଥିଲେ । କିନ୍ତୁ ଡିଜିସି ଅନୁମତି ଦେଇନଥିଲା । ଡିଜିସି କହିଛି ଯେ, ପ୍ରଥମେ ଋଷର ଟୀକାର ଛୋଟ ପରୀକ୍ଷା କରାଯିବା ଉଚିତ ।
ट्रेन्डिंग फोटोज़