Advertisement
photoDetails0hindi

କୋରୋନାର ଦ୍ୱିତୀୟ ଲହରୀରୁ କେମିତି ପାଇବେ ରକ୍ଷା? WHO କହିଲା କ’ଣ ଖାଇବେ ଓ କ’ଣ ନୁହେଁ...

ଟ୍ରାନ୍ସ ଫ୍ୟାଟ୍ ଠାରୁ ଦୂରରେ ରୁହନ୍ତୁ । ପ୍ରୋସେସ୍ଡ ଖାଦ୍ୟ, ଫାଷ୍ଟଫୁଡ୍, ଭଜା ଖାଦ୍ୟ, ଫ୍ରୋଜନ ପିଜ୍ଜା ଭଳି ଖାଦ୍ୟରୁ ଦୂରେଇ ରୁହନ୍ତୁ, କାରଣ କୌଣସି ପ୍ରକାରର ରୋଗ କୋରୋନା ଭୂତାଣୁ (Coronavirus) ହେବାର ସମ୍ଭାବନାକୁ ବଢ଼ାଇଥାଏ । 

1/6

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ (COVID-19 Infection) ରୁ ରକ୍ଷା ପାଇବା ପାଇଁ ଏହା ଜରୁରୀ ଯେ ଆପଣଙ୍କର ଖାଇବା ପିଇବା ଭଲ ରହିବା ଆବଶ୍ୟକ, ଯାହା ଦ୍ୱାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି (immune power) ଦୃଢ଼ ହେବ । ନ୍ୟୁଟ୍ରିଶନ ଓ ହାଇଡ୍ରେସନରୁ ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବା ସହ ସଂକ୍ରାମକ ରୋଗର ଆଶଙ୍କା ହ୍ରାସ ପାଇବ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଆପଣଙ୍କୁ କେଉଁ ପ୍ରକାରର ଖାଦ୍ୟ ଖାଇବା ଉଚିତ ବୋଲି WHO କହିଛି ।

ପ୍ରୋସେସ୍ଡ ଖାଦ୍ୟରୁ ଦୂରେଇ ରୁହନ୍ତୁ

2/6
ପ୍ରୋସେସ୍ଡ ଖାଦ୍ୟରୁ ଦୂରେଇ ରୁହନ୍ତୁ

ଟ୍ରାନ୍ସ ଫ୍ୟାଟ୍ ଠାରୁ ଦୂରରେ ରୁହନ୍ତୁ । ପ୍ରୋସେସ୍ଡ ଖାଦ୍ୟ, ଫାଷ୍ଟଫୁଡ୍, ଭଜା ଖାଦ୍ୟ, ଫ୍ରୋଜନ ପିଜ୍ଜା ଭଳି ଖାଦ୍ୟରୁ ଦୂରେଇ ରୁହନ୍ତୁ, କାରଣ କୌଣସି ପ୍ରକାରର ରୋଗ କୋରୋନା ଭୂତାଣୁ (Coronavirus) ହେବାର ସମ୍ଭାବନାକୁ ବଢ଼ାଇଥାଏ । ମେଦବହୁଳତା, ହୃଦ୍‌ରୋଗ, ଷ୍ଟ୍ରୋକ୍, ମଧୁମେହ ଏବଂ କେତେକ ପ୍ରକାର କର୍କଟ ରୋଗକୁ ଏଡ଼ାଇବା ପାଇଁ ଅଧିକ ପରିମାଣରେ ଲୁଣ ଏବଂ ଚିନି ଖାଆନ୍ତୁ ନାହିଁ ।

ଡାଇଟରେ ସାମିଲ କରନ୍ତୁ ଏହି ସବୁ ଜିନିଷ

3/6
ଡାଇଟରେ ସାମିଲ କରନ୍ତୁ ଏହି ସବୁ ଜିନିଷ

ଆପଣଙ୍କ ଖାଦ୍ୟରେ ତାଜା ଫଳ ଓ ଅନପ୍ରୋସେସ୍ଡ ଖାଦ୍ୟ ସାମିଲ କରନ୍ତୁ । ଏଥିରୁ ଆପଣଙ୍କ ଶରୀରକୁ ଆବଶ୍ୟକୀୟ ଭିଟାମିନ୍, ମିନେରାଲ୍ସ, ଫାଇବର ପ୍ରୋଟିନ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ମିଳିବ । ଖାଦ୍ୟରେ ଫଳ, ପନିପରିବା, ମସୁର ଡାଲି, ବିନ୍ସ ସାମିଲ କରନ୍ତୁ । ଅନପ୍ରୋସେସ୍ଡ ମକା, ମିଲେଟ, ଗହମ, ମୂଳ ପନିପରିବା, ଆଳୁ, ମିଠା ଆଳୁ ଏବଂ ସାରୁ ଖାଆନ୍ତୁ । ଫ୍ୟାଟି ମାଛ, ବଟର, ନଡ଼ିଆ, ତେଲ, କ୍ରିମ୍ ପନିର ଘି ଖାଇବା ପରିବର୍ତ୍ତେ ମାଛ, ଆଭୋକାଡୋ, ବାଦାମ, ଅଲିଭ୍ ସୋୟା ତେଲ, କାନୋଲା, ସୂର୍ଯ୍ୟମୁଖୀ ଏବଂ ମକା ତେଲ ଖାଦ୍ୟରେ ସାମିଲ କରନ୍ତୁ । ରେଡ୍ ମିଟ୍ ଓ ପ୍ରୋସେସ୍ଡି  ମାଂସ ଆଦୌ ଖାଆନ୍ତୁ ନାହିଁ ।

ଅଧିକ ପଢ଼ନ୍ତୁ:-ଯଦି ଭାରତରେ ଲାଗେ ୧ ମାସର ଲକଡାଉନ୍, ତ GDP ରେ ହେବ...

ରେଷ୍ଟୁରାଣ୍ଟ ଠାରୁ ଦୂରତା

4/6
ରେଷ୍ଟୁରାଣ୍ଟ ଠାରୁ ଦୂରତା

ପରସ୍ପର ସହ ସଂସ୍ପର୍ଶ ଆସିବା କାରଣରୁ କୋରୋନା ଶୀଘ୍ର ବ୍ୟାପିଥାଏ । ତେଣୁ ବାହାରକୁ ଯାଇ ଖାଇବା ଠାରୁ ଦୂରେଇ ରୁହନ୍ତୁ ।

୮ରୁ ୧୦ ଗ୍ଲାସ ପାଣି ପିଅନ୍ତୁ

5/6
୮ରୁ ୧୦ ଗ୍ଲାସ ପାଣି ପିଅନ୍ତୁ

ଜଳ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ ଓ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ । ୮ରୁ ୧୦ ଗ୍ଲାସ୍ ପାଣି ପିଅନ୍ତୁ । ପାଣି ବ୍ୟତୀତ ଆପଣ ଫଳ-ପନିପରିବା ରସ ଏବଂ ଲେମ୍ବୁ ପିଇପାରିବେ । ଥଣ୍ଡା ପାନୀୟ, ସୋଡା ଏବଂ କଫିରୁ ଦୂରେଇ ରୁହନ୍ତୁ ।

ଅଧିକ ପଢ଼ନ୍ତୁ:-ପୁଣି ନିୟନ୍ତ୍ରଣ ବାହାରେ କୋରୋନା: ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ରେକର୍ଡ ସଂଖ୍ୟକ ମାମଲା, ଗୋଟିଏ ଦିନରେ ୧୩୪୧ ସଂକ୍ରମିତଙ୍କ ମୃତ୍ୟୁ

 

ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା

6/6
ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା

ଆହୁରି ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ ପୂର୍ବରୁ କୋରୋନା ଭୂତାଣୁ ସହିତ ଲଢୁଛନ୍ତି । ଏଭଳି ପରିସ୍ଥିତିରେ କରୋନା ରୋଗୀଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ ଅଟେ । ଯଦି ଆପଣ ମାନସିକ ସ୍ତରରେ ସୁସ୍ଥ ଅନୁଭବ କରୁନାହାଁନ୍ତି ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।