Advertisement
Photo Details/zeeodisha/odisha808695
photoDetails0hindi

କୋରୋନାକୁ ନେଇ ଭୟଙ୍କର ଚେତାବନୀ ଜାରି କଲା WHO, କହିଲା-୨୦୨୧ର ପ୍ରାରମ୍ଭରେ ତାଣ୍ଡବ କରି...

ଏହା ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ୟୁରୋପରେ ଖ୍ରୀଷ୍ଟମାସ ଅବସରରେ ପରିବାର ସମାବେଶରେ ଯୋଗଦେଉଥିବା ସମସ୍ତଙ୍କୁ ମାସ୍କ (Mask) ପିନ୍ଧିବାକୁ ଅନୁରୋଧ କରିଛନ୍ତି ।

1/5

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ଭୂତାଣୁ (Coronavirus) ର ତାଣ୍ଡବ ଜାରି ରହିଛି । ଆତଙ୍କ ମଧ୍ୟରେ ବିଶ୍ୱବାସୀ ଜୀବନ ବିତାଉଛନ୍ତି । ବର୍ତ୍ତମାନ ସାରା ବିଶ୍ୱରେ କୋରୋନା ଟିକା (Corona Vaccine) କୁ ଅପେକ୍ଷା କରାଯାଇଛି । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଚେତାବନୀ ଦେଇଛି ଯେ ୨୦୨୧ ଆରମ୍ଭରେ କୋରୋନା ଭୂତାଣୁ (COVID-19) ପୁନର୍ବାର ୟୁରୋପ (Europe) ରେ ତାଣ୍ଡବ ଆରମ୍ଭ କରିପାରେ ।

2/5

ଏହା ସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ୟୁରୋପରେ ଖ୍ରୀଷ୍ଟମାସ ଅବସରରେ ପରିବାର ସମାବେଶରେ ଯୋଗଦେଉଥିବା ସମସ୍ତଙ୍କୁ ମାସ୍କ (Mask) ପିନ୍ଧିବାକୁ ଅନୁରୋଧ କରିଛନ୍ତି । କୋରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ ରବିବାର ସମଗ୍ର ଦେଶରେ ଲକଡାଉନ୍ କରିଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-ଅବସର ପରେ ଏହି କର୍ମଚାରୀଙ୍କୁ ମିଳିବା ଜାରି ରହିବ ଉପହାର? ଜାଣନ୍ତୁ କ'ଣ ରହିଛି ମୋଦି ସରକାରଙ୍କ ଯୋଜନା

3/5

ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସେ କହିଛନ୍ତି ଯେ ଡିସେମ୍ବର ୧୫ରୁ ଆସନ୍ତା ବର୍ଷ ଜାନୁଆରୀ ୧୦ ପର୍ଯ୍ୟନ୍ତ ଜାରି ରହିବ । ଲକଡାଉନ୍ ସମୟରେ ଅଧିକାଂଶ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ବିଜେପିକୁ ଲାଗିଲା ବଡ଼ ଝଟକା, ବାମ ମୋର୍ଚ୍ଚାକୁ ବୃହତ ବିଜୟ

4/5

ତେବେ ବିଶ୍ୱାସ କରାଯାଉଛି ଯେ ଖ୍ରୀଷ୍ଟମାସ ଅବସରରେ ଡିସେମ୍ବର ୨୪ରୁ ୨୬ ମଧ୍ୟରେ ଜର୍ମାନୀର କେତେକ ରାଜ୍ୟ ଲକଡାଉନରେ କିଛି ରିହାତି ମିଳିପାରେ । ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଦେଶରେ କୋଭିଡ-19 ମାମଲା ପୁଣି ବଢୁଛି ।

5/5

ଭୂତାଣୁର ମାମଲା ବୃଦ୍ଧି ଘଟୁଥିବା ଦୃଷ୍ଟିରେ ରଖି ନଭେମ୍ବରରେ ବ୍ରିଟେନରେ ଏହି ଲକଡାଉନ୍ ଲାଗୁ କରାଯାଇଥିଲା । ତଥାପି, ଏହାର ଉପକାରିତା ମଧ୍ୟ ଦେଖାଯାଇଛି ଏବଂ ଭାଇରସର ମାମଲାରେ ହ୍ରାସ ଦେଖିବାକୁ ମିଳିଥିଲା ​। ଲଣ୍ଡନ କ୍ୟାଣ୍ଟ ଏବଂ ଏସେକ୍ସରେ ଅବସ୍ଥା ଅଧିକ ଖରାପ ହୋଇଛି । ଏଠାରେ ସବୁଠାରୁ ବିପଜ୍ଜନକ ବିଷୟ ହେଉଛି ଯେ ଏଠାରେ ସର୍ବାଧିକ ସଂକ୍ରମିତ ସଂଖ୍ୟା ୧୧ରୁ ୧୮ ବର୍ଷ ବୟସର କିଶୋର ।