Advertisement
photoDetails0hindi

କୋରୋନା ଭୂତାଣୁକୁ ନେଇ ଭୟଙ୍କର ଚେତାବନୀ ଜାରି କଲା WHO

1/8

ନୂଆଦିଲ୍ଲୀ: ପୁଣିଥରେ କୋରୋନା ଭୂତାଣୁ (Coronavirus) ଦୁନିଆରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏହି ବିପଜ୍ଜନକ ଭୂତାଣୁ ଦ୍ୱାରା ୫ କୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ୧୩ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । କୋରୋନାକୁ କାବୁ କରିବା ପାଇଁ ଦେଶ-ବିଦେଶର ବୈଜ୍ଞାନିକମାନେ ପ୍ରତ୍ୟେକ ସ୍ତରରେ ଅନୁସନ୍ଧାନ କରୁଛନ୍ତି । 

2/8

ବିଶ୍ୱର ଅନେକ ଦେଶ କ୍ରମାଗତ ଭାବରେ ଭ୍ୟାକ୍ସିନ ବା ଟୀକା (Coronavirus Vaccine) ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଥିବାବେଳେ ଅନେକ ଦେଶରେ ଟୀକା (COVID-19 Vaccine) ପରୀକ୍ଷା ଶେଷ ପର୍ଯ୍ୟାୟରେ ଅଛି, କିନ୍ତୁ ଏସବୁ ସତ୍ତ୍ୱେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ-ପୂର୍ବ ଦେଶଗୁଡ଼ିକୁ କଡ଼ା ଚେତାବନୀ ଦେଇଛି । କୋରୋନାର ଦ୍ୱିତୀୟ ତରଙ୍ଗ (Second Wave of Coronavirus) ଅତ୍ୟନ୍ତ ବିପଜ୍ଜନକ ହେବ  ବୋଲି WHO କହିଛି । 

3/8

WHO କହିଛି ଯେ ଶୀତଦିନେ ଯେପରି ମାମଲା ବଢୁଛି, ଏଥିରୁ ସ୍ପଷ୍ଟ ହୋଇଛି ଯେ ମଧ୍ୟ-ପୂର୍ବ ଦେଶରେ କୋରୋନା ଭୂତାଣୁ ସଂକ୍ରମଣ ଏହାର ବିପଜ୍ଜନକ ସ୍ତରକୁ ଯିବ । ଏହି ଋତୁରେ ଲୋକମାନେ ବହୁତ ସତର୍କ ହେବା ଆବଶ୍ୟକ । WHO ସମସ୍ତ ଲୋକଙ୍କୁ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେବାକୁ କହିଛି । 

4/8

କାଇରୋରୁ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବ ଭୂମଧ୍ୟସାଗରୀୟ ଅଞ୍ଚଳର WHO ର ନିର୍ଦ୍ଦେଶକ ଅହମ୍ମଦ ଅଲ-ମାଣ୍ଡାରୀ ମଧ୍ୟ-ପୂର୍ବରେ ବଢୁଥିବା କୋରୋନା ସଂକ୍ରମଣକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ କଡା ଲକଡାଉନ୍ ସମୟରେ କୋରୋନା ମାମଲା କମ୍ ଆସୁଥିଲା କିନ୍ତୁ ବର୍ତ୍ତମାନ ମାମଲା ପୁଣି ବଢିବାରେ ଲାଗିଛି ।

ଅଧିକ ପଢ଼ନ୍ତୁ:-'ଦିଦି'ଙ୍କୁ ଟକ୍କର ଦେଇ ପାରିବ ତ ବିଜେପି?

5/8

ସେ କହିଛନ୍ତି ଯେ ବିପଜ୍ଜନକ ଭୂତାଣୁ ଗତ ନଅ ମାସ ମଧ୍ୟରେ ୩.୬ ମିଲିୟନରୁ ଅଧିକ ଲୋକଙ୍କୁ ଅସୁସ୍ଥ କରିଦେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି କ୍ଷେତ୍ରରେ ୭୬,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହି କ୍ଷେତ୍ରରେ ଅନେକ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଅଲ-ମଣ୍ଡାରୀ ଚେତାବନୀ ଦେଇଛନ୍ତି । ତେଣୁ ଯଥାଶୀଘ୍ର ସେମାନଙ୍କୁ ସୁରକ୍ଷିତ କରିବା ପାଇଁ ସରକାରଙ୍କୁ କିଛି ଠୋସ୍ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି ।

ଅଧିକ ପଢ଼ନ୍ତୁ:-ପଶ୍ଚିମବଙ୍ଗରେ ସିଏମ ଚେହେରାକୁ ନେଇ ସଂଘର୍ଷ କରୁଛି ବିଜେପି, ତେବେ କେମିତି ଜିତିବ ଲଢ଼େଇ?

 

6/8

ମାସ୍କ ପିନ୍ଧିବା ବିଷୟରେ WHO ଏକ ବୟାନ ମଧ୍ୟ ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ୟୁରୋପ ମୁଖ୍ୟ କହିଛନ୍ତି ଯେ ଯଦି ମାସ୍କଗୁଡିକର ୯୫ ପ୍ରତିଶତ ବ୍ୟବହାର କରାଯାଏ । ତେବେ ଏକ ନୂତନ ଲକଡାଉନର ଆବଶ୍ୟକତା ହେବ ନାହିଁ । WHO ର ୟୁରୋପ କାର୍ଯ୍ୟାଳୟର ମୁଖ୍ୟ ହାନ୍ସ କ୍ଲଗ୍ ଗୁରୁବାର କହିଛନ୍ତି ଯେ ବ୍ରିଟେନ ଏବଂ ଫ୍ରାନ୍ସ ଭଳି ଦେଶରେ ଲଗାଯାଇଥିବା ଲକଡାଉନକୁ ରୋକାଯାଇ ପାରିଥାନ୍ତା ।

ଅଧିକ ପଢ଼ନ୍ତୁ:-କ’ଣ ଆପଣ ମଧ୍ୟ ସକାଳେ ଉଠିବା ପରେ କରନ୍ତି ଏହି ୭ଟି ଭୁଲ ?

7/8

କୋରୋନା ସଂକ୍ରମଣକୁ ରୋକିବା ପାଇଁ ମାସ୍କକୁ ଅନ୍ତିମ ମାନକ ବା ଅସ୍ତ୍ର ଭାବରେ ଦେଖାଯିବା ଉଚିତ ବୋଲି ସେ କହିଛନ୍ତି । ସେ କହିଛନ୍ତି, ମାସ୍କର ବ୍ୟବହାର କୌଣସି ପରିସ୍ଥିତିରେ ରାମବାଣ ନୁହେଁ ଏବଂ ଏହାକୁ ଅନ୍ୟ ମାନକ ସହିତ ବ୍ୟବହାର କରିବା ଉଚିତ୍ । ତଥାପି, ଯଦି ମାସ୍କର ବ୍ୟବହାର ୯୫ ପ୍ରତିଶତରେ ପହଞ୍ଚି ଯାଏ, ତେବେ ଲକଡାଉନର କୌଣସି ଆବଶ୍ୟକତା ହେବ ନାହିଁ ।

ଅଧିକ ପଢ଼ନ୍ତୁ:-ଟଳିଲା ତୃତୀୟ ବିଶ୍ୱଯୁଦ୍ଧର ବିପଦ

8/8

କ୍ଲଗ୍ ଆହୁରି ମଧ୍ୟ କହିଛନ୍ତି ଯେ କୋରୋନା ସଂକ୍ରମଣର ଦ୍ୱିତୀୟ ତରଙ୍ଗ ସମୟରେ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ଖୋଲା ରଖିବା ଉଚିତ୍ । କାରଣ ପିଲାମାନେ ସଂକ୍ରମଣ ବିସ୍ତାର କରୁନାହାଁନ୍ତି ଏବଂ ବିଦ୍ୟାଳୟ ବନ୍ଦ ରଖିବା ଏକ ପ୍ରଭାବଶାଳୀ ପଦକ୍ଷେପ ନୁହେଁ ।

ଅଧିକ ପଢ଼ନ୍ତୁ:-ଜାଣନ୍ତୁ କୋରୋନାର ଜନକ ଚୀନ 'କୁଆଁରା ପୁଅ'ଙ୍କ ପରିସ୍ରାକୁ ନେଇ କ’ଣ କରେ?