ଖୁବ୍ ଶୀଘ୍ର ମିଳିବ ଖୁସି ଖବର! ୧୮ ମାସର ମହଙ୍ଗା ଭତ୍ତା ବକେୟାକୁ ନେଇ ପୁଣି ବଢ଼ିଛି ଆଶା, ଏବେ ପିଏମ ମୋଦି ନେବେ ନିଷ୍ପତ୍ତି
Advertisement
Article Detail0/zeeodisha/odisha985623

ଖୁବ୍ ଶୀଘ୍ର ମିଳିବ ଖୁସି ଖବର! ୧୮ ମାସର ମହଙ୍ଗା ଭତ୍ତା ବକେୟାକୁ ନେଇ ପୁଣି ବଢ଼ିଛି ଆଶା, ଏବେ ପିଏମ ମୋଦି ନେବେ ନିଷ୍ପତ୍ତି

ବର୍ତ୍ତମାନ ଖବର ଆସୁଛି ଯେ ୧୮ ମାସର ବକେୟା (Arrears) ମାମଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ନିକଟରେ ପହଞ୍ଚିସାରିଛି, ବର୍ତ୍ତମାନ ସେ ବକେୟା ସମ୍ପର୍କରେ ନିଷ୍ପତ୍ତି ନେବେ ।

ଖୁବ୍ ଶୀଘ୍ର ମିଳିବ ଖୁସି ଖବର! ୧୮ ମାସର ମହଙ୍ଗା ଭତ୍ତା ବକେୟାକୁ ନେଇ ପୁଣି ବଢ଼ିଛି ଆଶା, ଏବେ ପିଏମ ମୋଦି ନେବେ ନିଷ୍ପତ୍ତି

ନୂଆଦିଲ୍ଲୀ: 7th Pay Commission: କେନ୍ଦ୍ର କର୍ମଚାରୀ (Central Government Employees) ଙ୍କୁ ୨୮ ପ୍ରତିଶତ ମହଙ୍ଗା ଭତ୍ତା (Dearness Allowance) ମିଳିବାରେ ଲାଗିଛି, କିନ୍ତୁ ସେମାନଙ୍କର ୧୮ ମାସର ବକେୟା (arrears) କୁ ନେଇ ଆଶା ପୂରଣ ହୋଇପାରିଲା ନାହିଁ । ଯେତେବେଳେ କେନ୍ଦ୍ର ସରକାର (Central Government) ମହଙ୍ଗା ଭତ୍ତା (DA) ବିଷୟରେ ଘୋଷଣା କରିଥିଲେ, ସେତେବେଳେ କହିଥିଲା ଯେ ସେମାନେ କେବଳ ବର୍ଦ୍ଧିତ ମହଙ୍ଗା ଭତ୍ତା (DA) ପାଇବେ । ଏହାସହ ସରକାର ଏରିୟର ଦେବାକୁ ମନା କରି ଦେଇଥିଲା ।

ବକେୟା ବାବଦରେ ପିଏମ ମୋଦି ନେବେ ନିଷ୍ପତ୍ତି

କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ ୧୮ ମାସର ବକେୟା ମାମଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ନିକଟରେ ପହଞ୍ଚିସାରିଛି, ବର୍ତ୍ତମାନ ସେ ବକେୟା ସମ୍ପର୍କରେ ନିଷ୍ପତ୍ତି ନେବେ । ଏହା ସହିତ ବକେୟା ସମ୍ପର୍କରେ କେନ୍ଦ୍ର କର୍ମଚାରୀଙ୍କ ଆଶା ପୁଣି ଥରେ ଜାଗ୍ରତ ହୋଇଛି । ଯଦି ପିଏମ ମୋଦି (PM Modi) ୧୮ ମାସର ବକେୟାକୁ ସବୁଜ ସଙ୍କେତ ଦିଅନ୍ତି, ତେବେ ପ୍ରାୟ ୧ କୋଟି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ଆକାଉଣ୍ଟରେ ମୋଟା ଅଙ୍କର ଟଙ୍କା ଆସିବ । ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତକୁ ବୃଦ୍ଧି ପାଇଛି । ୪୮ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୫ ଲକ୍ଷରୁ ଅଧିକ ପେନସନଭୋଗୀ (pensioners) ଏଥିରୁ ଲାଭ ପାଇଛନ୍ତି ।

ପିଏମ ମୋଦିଙ୍କୁ ପେନସନଭୋଗୀଙ୍କ ଚିଠି

ଭାରତୀୟ ପେନସନଭୋଗୀ ମଞ୍ଚ  (BMS) ପିଏମ ମୋଦି (PM Modi) ଙ୍କୁ DA, DR ର ବକେୟାର ଦେୟ ସମ୍ପର୍କରେ ଏକ ଚିଠି ଲେଖିଛନ୍ତି । ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ବିଏମଏସ୍ ପିଏମ ମୋଦିଙ୍କୁ ନିବେଦନ କରିଛି । ବିଏମଏସ୍ ଆବେଦନ କରିଛି ଯେ ଆପଣ ଜାନୁଆରୀ ୧,୨୦୨୦ରୁ ଜୁନ୍ ୩୦,୨୦୨୧ ମଧ୍ୟରେ ବନ୍ଦ ହୋଇଥିବା DA/DR ର ଏରିୟରକୁ ଅତିଶୀଘ୍ର ଜାରି କରିବାକୁ ଅର୍ଥ ମନ୍ତ୍ରଣାଳୟ  (Finance Ministry) କୁ ନିର୍ଦ୍ଦେଶ ଦିଅନ୍ତୁ । ଏହି ପରିପ୍ରେକ୍ଷୀରେ ତୁରନ୍ତ କାର୍ଯ୍ୟ ହେଲେ ଆମେ ଅତ୍ୟଧିକ କୃତଜ୍ଞ ରହିବୁ । ପେନସନଭୋଗୀମାନେ ଯୁକ୍ତି କରିଛନ୍ତି ଯେ ଯେଉଁ ସମୟ ମଧ୍ୟରେ DA/DR ବନ୍ଦ ହୋଇଯାଇଥିଲା, ସେହି ସମୟରେ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି ଓ ପେଟ୍ରୋଲ-ଡିଜେଲ, ଖାଇବା ତେଲ ଏବଂ ଡାଲିର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି ।

୧୮ ମାସ ବକେୟା ଉପରେ କୌଣସି ନିଷ୍ପତ୍ତି ନାହିଁ 

ଆପଣଙ୍କୁ କହିରଖୁଛୁ ଯେ କୋଭିଡ-19 ମହାମାରୀ ହେତୁ ଅର୍ଥ ମନ୍ତ୍ରଣାଳୟ ମେ ୨୦୨୦ରେ ମହଙ୍ଗା ଭତ୍ତା ବୃଦ୍ଧିକୁ ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ବନ୍ଦ କରିଦେଇଥିଲା । ଏହା ୧ ଜୁଲାଇ ୨୦୨୧ରୁ ପୁନଃ ଲାଗୁ କରାଯାଇଛି । ସେବେଠାରୁ ମହଙ୍ଗା ଭତ୍ତାର ତିନୋଟି କିସ୍ତି ରିଲିଜ୍ ହୋଇଛି । ଏଥିରେ ଜାନୁୟାରୀ ୨୦୨୦, ଜୁଲାଇ ୨୦୨୦ ଏବଂ ଜାନୁୟାରୀ ୨୦୨୧ ପାଇଁ ମୋଟ ୧୧ ପ୍ରତିଶତ ଡିଏ ଜାରି କରାଯାଇଛି । କିନ୍ତୁ, ଏହି ୧୮ ମାସର ମହଙ୍ଗା ଭତ୍ତାର ବକେୟା  (Dearness allowance arrears) ଦିଆଯାଇନଥିଲା । ମୌସୁମୀ ଅଧିବେଶନରେ ରାଜ୍ୟସଭାରେ ଏକ ଲିଖିତ ବିବୃତ୍ତିରେ ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ବକେୟା ଅର୍ଥ ପ୍ରଦାନ ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

ଅଧିକ ପଢ଼ନ୍ତୁ:-ପ୍ରତିଦିନ ସକାଳେ ଉଠି ଗରମ ପାଣିରେ ଏହା ମିଶାଇ ପିଇଲେ ମିଳିଥାଏ ଜବରଦସ୍ତ ଲାଭ

ଅଧିକ ପଢ଼ନ୍ତୁ:-IS କୁ ନେଇ ଚେତାବନୀ ଜାରି କଲା ଋଷ, ଏହି ୨ ଦେଶ ସହ ଲାଗିଥିବା ଆଫଗାନିସ୍ତାନ ସୀମାରେ ଅଛନ୍ତି ୧୦ ହଜାରରୁ ଉର୍ଦ୍ଧ୍ୱ IS ଆତଙ୍କୀ

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ୧୧ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା, ମିଳିବ ୨ ମାସର ବକେୟା ରାଶି

ଅଧିକ ପଢ଼ନ୍ତୁ:-ଅଧିନାୟକତ୍ୱ ଛାଡିବେ କୋହଲି? ଟି-20 ବିଶ୍ୱକପ ପରେ ଏହି ଖେଳାଳି ହୋଇପାରନ୍ତି ଭାରତର ଅଧିନାୟକ