ଦୀପାବଳି ଉତ୍ସବରେ ପ୍ରତିବର୍ଷ ଭଳି ପ୍ରଧାନମନ୍ତ୍ରୀ (Prime Minister) ନରେନ୍ଦ୍ର ମୋଦି (Narendra Modi) ଭାରତୀୟ ସେନାଙ୍କ ସହିତ ପାଳନ କରିବାକୁ ରାଜସ୍ଥାନର ଲଙ୍ଗେଓ୍ୱାଲା (Longewala) ରେ ପହଞ୍ଚିଛନ୍ତି ।
Trending Photos
ନୂଆଦିଲ୍ଲୀ: ଦୀପାବଳି ଉତ୍ସବରେ ପ୍ରତିବର୍ଷ ଭଳି ପ୍ରଧାନମନ୍ତ୍ରୀ (Prime Minister) ନରେନ୍ଦ୍ର ମୋଦି (Narendra Modi) ଭାରତୀୟ ସେନାଙ୍କ ସହିତ ପାଳନ କରିବାକୁ ରାଜସ୍ଥାନର ଲଙ୍ଗେଓ୍ୱାଲା (Longewala) ରେ ପହଞ୍ଚିଛନ୍ତି । ଦୀପାବଳି (Diwali) ଅବସରରେ ସକାଳୁ ସକାଳୁ ଲଙ୍ଗେଓ୍ୱାଲା (Longewala) ରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦି (Prime Minister Modi)। ପହଞ୍ଚିବା ପରେ ଭାରତୀୟ ସେନାଙ୍କ ମନୋବଳ ମଜବୁତ କରିବା ଉଦ୍ଦେଶ୍ୟରେ ସେ ନିଜର ଅଭିଭାଷଣ ରଖିଥିଲେ ।
ପାକିସ୍ତାନ (Pakistan) କୁ କଡ଼ା ଭାଷାରେ ସମାଲୋଚନା କରିବା ସହିତ ପ୍ରଧାନମନ୍ତ୍ରୀ (Prime Minister) ମୋଦି କହିଥିଲେ କି, ଭାରତ ଉପରେ ନିଜର ଅଧିକାର ସାବ୍ୟସ୍ତ କରିବାକୁ ସ୍ୱପ୍ନ ଦେଖୁଥିବା ଲୋକଙ୍କୁ ଭାରତୀୟ ସେନା କଡ଼ା ଜବାବ ଦେବା ଶିଖିଛି । ସେମାନେ ଦେଖୁଥିବା ସ୍ୱପ୍ନକୁ ଭାଙ୍ଗିବାର କ୍ଷମତା ରଖିଛି ଭାରତୀୟ ସେନା । ସେହିଭଳି ନାଁ ନନେଇ ଚୀନ (China) କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ।
ଚୀନ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ କି, ଆଜି ସମଗ୍ର ବିଶ୍ୱ ବିସ୍ତାରବାଦୀ ନୀତି କାରଣରୁ ସମଗ୍ର ବିଶ୍ୱ ଏବେ ଚିନ୍ତାରେ । ଗୋଟିଏ ପଟେ ଏହି ବିସ୍ତାରବାଦୀ ନୀତି ମାନସିକ ବିକୃତିର ଲକ୍ଷଣ ଓ ଏହା ଅଷ୍ଟାଦଶ ଶତାବ୍ଦୀର ମାନସିକତା ଲକ୍ଷଣ ଭଳି ଲାଗୁଛି । ଏହି ମାନସିକତା ବିରୋଧରେ ଭାରତ ମଜବୁତ ହୋଇ ବିରୋଧ କରି ଆସୁଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ କି ଆଜି ଭାରତ ରଣନୀତି ସ୍ପଷ୍ଟ ରହିଛି । ଆଜିର ଭାରତ ବୁଝିବା ଓ ବୁଝାଇବାର ନୀତି ଉପରେ ବିଶ୍ୱାସ କରେ। ଯଦି ଭାରତକୁ ଅକ୍ତିଆର କରିବା ପାଇଁ କେହି ଯଦି ଚିନ୍ତା କରନ୍ତି, ତେବେ ଭାରତ ତାହାର କଡ଼ା ଜବାବ ଦେବା ଶିଖିଛି ।
1971 ଯୁଦ୍ଧ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଭାରତ ସେମାନଙ୍କ ଘରେ ପ୍ରବେଶ କରି ଆତଙ୍କବାଦୀ ଏବଂ ସେମାନଙ୍କ ନେତାଙ୍କୁ ହତ୍ୟା କରିଛି। ବିଶ୍ୱ ବର୍ତ୍ତମାନ ବୁଝିଛି ଯେ ଏହି ରାଷ୍ଟ୍ର କୌଣସି ମୂଲ୍ୟରେ ନିଜର ସ୍ୱାର୍ଥକୁ ସାମ୍ନା କରିବ ନାହିଁ। ଭାରତର ଏହି ଖ୍ୟାତି ଏବଂ ସ୍ଥିତି ତୁମର ଶକ୍ତି ଏବଂ ବୀରତ୍ୱ ହେତୁ ହୋଇଥାଏ |
୧୯୭୧ ମସିହାରେ ପାକିସ୍ତାନ ବିରୋଧରେ ହୋଇଥିବା ଯୁଦ୍ଧରେ ବ୍ରିଗେଡିୟର କୁଲଦୀପ ସିଂ ଚାନ୍ଦପୁରୀଙ୍କ ବୀରତ୍ୱକୁ ପ୍ରଧାନମନ୍ତ୍ରୀ ଅଭିବାଦନ ଜଣାଇଥିଲେ। ଏହି ସମୟରେ ସେ କହିଥିଲେ ଯେ ୧୯୭୧ ମସିହାରେ ପାକିସ୍ତାନ ବିରୋଧରେ ହୋଇଥିବା ଯୁଦ୍ଧ ସେନା, ନୌସେନା ଏବଂ ବାୟୁସେନା ମଧ୍ୟରେ ଆଦର୍ଶ ସମନ୍ୱୟର ଏକ ଉଦାହରଣ ଅଟେ। ପ୍ରଧାନମନ୍ତ୍ରୀ କହିଛନ୍ତି- ପ୍ରତ୍ୟେକ ଭାରତୀୟ ଆମର ସୈନିକଙ୍କ ପାଇଁ ଗର୍ବିତ; ଦୁନିଆର କୌଣସି ଶକ୍ତି ସେମାନଙ୍କୁ ଆମର ସୀମା ରକ୍ଷା କରିବାରେ ରୋକି ପାରିବ ନାହିଁ | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯେଉଁମାନେ ଏହାକୁ ଚ୍ୟାଲେଞ୍ଜ କରୁଛନ୍ତି ସେମାନଙ୍କୁ ଉପଯୁକ୍ତ ଉତ୍ତର ଦେବାକୁ ଭାରତର ଶକ୍ତି ଏବଂ ରାଜନୈତିକ ଇଚ୍ଛାଶକ୍ତି ରହିଛି ମୋଦି କହିଥିଲେ।