ଫସିଲେ ଦିଦି!
Advertisement
Article Detail0/zeeodisha/odisha1249500

ଫସିଲେ ଦିଦି!

 Presidential Election 2022: ଉଭୟ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟ ଗସ୍ତ କରି ରାଜନୈତିକ ଦଳଗୁଡ଼ିକ ସହ ସାକ୍ଷାତ କରୁଛନ୍ତି ଓ ନିଜ ସପକ୍ଷରେ ଭୋଟ ମାଗୁଛନ୍ତି । ଏହି କ୍ରମରେ ରାଷ୍ଟ୍ରପତି ନିର୍ବାଚନର ପ୍ରଚାର କରିବାକୁ ବିଜେପି (BJP) ନେତୃତ୍ୱାଧୀନ ଏନଡିଏ (NDA)  ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (Draupadi Murmu)  ଶନିବାର (ଜୁଲାଇ ୯) ରେ କୋଲକାତା ଯାଉଛନ୍ତି ।

ଫସିଲେ ଦିଦି!

କୋଲକାତା: Presidential Election 2022: ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାରା ଦେଶର ରାଜନୀତି ସରଗରମ ହୋଇଉଠିଛି । ଉଭୟ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟ ଗସ୍ତ କରି ରାଜନୈତିକ ଦଳଗୁଡ଼ିକ ସହ ସାକ୍ଷାତ କରୁଛନ୍ତି ଓ ନିଜ ସପକ୍ଷରେ ଭୋଟ ମାଗୁଛନ୍ତି । ଏହି କ୍ରମରେ ରାଷ୍ଟ୍ରପତି ନିର୍ବାଚନର ପ୍ରଚାର କରିବାକୁ ବିଜେପି (BJP) ନେତୃତ୍ୱାଧୀନ ଏନଡିଏ (NDA)  ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (Draupadi Murmu)  ଶନିବାର (ଜୁଲାଇ ୯) ରେ କୋଲକାତା ଯାଉଛନ୍ତି । ସେପଟେ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନା (Yashwant Sinha) ପ୍ରଚାର ପାଇଁ ଝାଡଖଣ୍ଡ ପରେ ପଶ୍ଚିମ ବଙ୍ଗକୁ ଯିବେ ନାହିଁ । 

ସିହ୍ନା ନିଜେ କହିଛନ୍ତି ଯେ ସେ ପ୍ରଚାର ପାଇଁ ପଶ୍ଚିମବଙ୍ଗ ଯାଉ ନାହାଁନ୍ତି । ଏଭଳି ପରିସ୍ଥିତିରେ ଏବେ ପ୍ରଶ୍ନ ଉଠୁଛି କି ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ (Mamta Banerjee) ଯଶୱନ୍ତ ସିହ୍ନାଙ୍କୁ ନିର୍ବାଚନ ପ୍ରଚାର ପାଇଁ ବେଙ୍ଗଲ ଆସିବାକୁ ଅଟକାଇଛନ୍ତି କି? ଏହି ପ୍ରଶ୍ନ ମଧ୍ୟ ଗୁରୁତ୍ୱପୂର୍ଣ ହୋଇପଡ଼ିଛି କାରଣ ମମତା ଜୁଲାଇ ୧ ତାରିଖ ରଥଯାତ୍ରା ଦିନ ସିହ୍ନା ସମେତ ସମଗ୍ର ବିରୋଧୀଙ୍କୁ ବଡ଼ ଝଟକା ଦେଇ କହିଥିଲେ ଯେ ଯଦି ବିଜେପି ଏହା ପୂର୍ବରୁ କହିଥାନ୍ତା ଯେ ସେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ, ତେବେ ବିରୋଧୀ ଦଳର ମଧ୍ୟ ସମର୍ଥନ ରହିଥାନ୍ତା ।

ମମତା କହିଛନ୍ତି ଯେ, ଯେହେତୁ ବିରୋଧୀ ଯଶୱନ୍ତ ସିହ୍ନାଙ୍କୁ ଜଣେ ମିଳିତ ପ୍ରାର୍ଥୀ ଭାବରେ ଚୟନ କରିଛନ୍ତି, ତେଣୁ ମୁର୍ମୁଙ୍କୁ ବିରୋଧ କରିବା ଓ ନିର୍ବାଚନରେ ​​ସିହ୍ନାଙ୍କୁ ସମର୍ଥନ କରିବା ବର୍ତ୍ତମାନ ବାଧ୍ୟତାମୂଳକତା ହୋଇପଡ଼ିଛି । ବାଧ୍ୟତାମୂଳକ ଭାବେ ସେ ଯଶୱନ୍ତଙ୍କୁ ସମର୍ଥନ କରିବେ ବୋଲି ମମତାଙ୍କ ମନ୍ତବ୍ୟ ସିହ୍ନାଙ୍କୁ କୌଣସି ଝଟକା ଠାରୁ କମ୍ ନୁହେଁ । କେବଳ ଏତିକି ନୁହେଁ ସେ ନିଜ ଘର ଝାଡଖଣ୍ଡରେ ମଧ୍ୟ ପ୍ରଚାର କରିବେ ନାହିଁ । ସୂତ୍ରରୁ ପ୍ରକାଶ ଯେ, ଯଶୱନ୍ତ ସିହ୍ନା ନିଜେ ବଙ୍ଗଳା ଗସ୍ତ ବିଷୟରେ କହିଛନ୍ତି ଯେ ସେ ସେଠାକୁ ଯିବେ ନାହିଁ, କାରଣ ମମତା ବାନାର୍ଜୀ ତାଙ୍କୁ ନିଶ୍ଚିତ କରିଛନ୍ତି ଯେ ସେ ସବୁକିଛି ସମ୍ଭାଳି ନେବେ। ସିହ୍ନାଙ୍କୁ କୋଲକାତା ଆସିବା ରୋକିବା ପଛରେ ମମତାଙ୍କ ରଣନୀତି ହୋଇପାରେ । କାରଣ ସେ ଚାହୁଁ ନାହାଁନ୍ତି ଯେ ବଙ୍ଗଳାର ଆଦିବାସୀ ସମାଜକୁ ଏହି ବାର୍ତ୍ତା ନ ଯାଉ କି ସେ ଓ ତାଙ୍କ ଦଳ ଜଣେ ଆଦିବାସୀ ମହିଳାଙ୍କୁ ବିରୋଧ କରୁଛନ୍ତି ।

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ଖାତାକୁ ଆସିବ ୧.୫୦ ଲକ୍ଷ ଟଙ୍କା! ମିଳିବ ୧୮ ମାସର DA ବକେୟା ରାଶି

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେ ଏପରି କ'ଣ କହିଦେଲେ ଯେ ଏକାଠି ହୋଇଗଲେ ଅଟୋ ଡ୍ରାଇଭର, ଲଗାଇଲେ ପୋଷ୍ଟର

ଏହା ବି ପଢ଼ନ୍ତୁ:-ପୁଣି ଥରେ ସିନ୍ଦେ ଗୋଷ୍ଠୀର 'ନାଥ' ହେବେ ଉଦ୍ଧବ ଠାକରେ; କିନ୍ତୁ ସଞ୍ଜୟ ରାଉତ...

 

ଶୁକ୍ରବାର କୋଲକାତା ପ୍ରେସ କ୍ଲବରେ ରାଷ୍ଟ୍ରୀୟ ଆଦିବାସୀ ସମାଗମ (ଦରବାର)  ତରଫରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଯେଉଁଥିରେ ଭାରତର ଆଦିବାସୀ ସଂଗଠନର ପ୍ରତିନିଧୀମାନେ ଦାବି କରିଛନ୍ତି ଯେ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୁଅନ୍ତୁ । ଏହି ସଂଗଠନ ପକ୍ଷରୁ କୁହାଯାଇଛି ଯେ ବଙ୍ଗଳା,ଝାଡଖଣ୍ଡ, ବିହାର ଏବଂ ଓଡିଶା ସମେତ ସମସ୍ତ ଉତ୍ତର-ପୂର୍ବ ରାଜ୍ୟରୁ ଆଦିବାସୀ ସଂଗଠନର ବିଶିଷ୍ଟ ନେତାମାନେ ଜୁଲାଇ ୮ରେ କୋଲକାତାରେ ପହଞ୍ଚିଛନ୍ତି ଓ ମିଳିତ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ଚୟନ କରିବାକୁ କୋଲକାତା ପ୍ରେସ କ୍ଲବରୁ ଅପିଲ କରିଛନ୍ତି । ଏଭଳି ପରିସ୍ଥିତିରେ ମମତାଙ୍କୁ ମୁର୍ମୁଙ୍କୁ ବିରୋଧ କରିବା କଷ୍ଟକର ହେବ ।