BJP MP Pratap Chandra Sarangi: ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପଣ୍ଡିତ ପନ୍ତ ମାର୍ଗ ସ୍ଥିତ ବଙ୍ଗଳା କେନ୍ଦ୍ର ମନ୍ତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁଠାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପିସି ଷଡ଼ଙ୍ଗୀ (PC Sarangi) ରହୁଥିଲେ । ଅଧିକାରୀ କହିଛନ୍ତି ଯେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ସମ୍ପଦା ନିର୍ଦ୍ଦେଶାଳୟ କାର୍ଯ୍ୟାନୁଷ୍ଠାନ ପାଇଁ ମଙ୍ଗଳବାର ଏକ ଅଧିକାରୀଙ୍କ ଦଳ ପଠାଇଛି । ମଙ୍ଗଳବାର ସନ୍ଧ୍ୟାରେ ବଙ୍ଗଳା ଭିତରେ ପାର୍କିଂ ହୋଇଥିବା କିଛି ଟ୍ରକ୍ ଆସବାବପତ୍ର ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ଲୋଡ୍ କରୁଥିବା ଦେଖିବାକୁ ମିଳିଥିଲା ।
Trending Photos
ନୂଆଦିଲ୍ଲୀ: BJP MP Pratap Chandra Sarangi: ଗତ ଏକ ସପ୍ତାହ ମଧ୍ୟରେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ (Union Housing and Urban Affairs Ministry) ଅଧୀନରେ ଥିବା ସମ୍ପଦା ନିର୍ଦ୍ଦେଶାଳୟ (DOE) ଅନେକ ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ କହିଛନ୍ତି । ସାଂସଦ ଚିରାଗ ପାସୱାନ (MP Chirag Paswan) ଙ୍କ ପରେ ସରକାର ମଙ୍ଗଳବାର ଭାରତୀୟ ଜନତା ପାର୍ଟି (BJP) ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ (Pratap Chandra Sarangi) ଙ୍କୁ ଜାତୀୟ ରାଜଧାନୀ ଦିଲ୍ଲୀର ଏକ ବଙ୍ଗଳାରୁ ହଟାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ଏଠାରେ କହି ରଖୁଛୁ ଯେ, ପ୍ରତାପ ଷଡ଼ଙ୍ଗୀ (Pratap Sarangi) ମେ ୨୦୧୯ରୁ ଜୁଲାଇ ୨୦୨୧ ମଧ୍ୟରେ କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (MSME) ରାଜ୍ୟମନ୍ତ୍ରୀ ଥିଲେ ।
ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପଣ୍ଡିତ ପନ୍ତ ମାର୍ଗ ସ୍ଥିତ ବଙ୍ଗଳା କେନ୍ଦ୍ର ମନ୍ତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ, ଯେଉଁଠାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପିସି ଷଡ଼ଙ୍ଗୀ (PC Sarangi) ରହୁଥିଲେ । ଅଧିକାରୀ କହିଛନ୍ତି ଯେ କେନ୍ଦ୍ର ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ସମ୍ପଦା ନିର୍ଦ୍ଦେଶାଳୟ କାର୍ଯ୍ୟାନୁଷ୍ଠାନ ପାଇଁ ମଙ୍ଗଳବାର ଏକ ଅଧିକାରୀଙ୍କ ଦଳ ପଠାଇଛି । ମଙ୍ଗଳବାର ସନ୍ଧ୍ୟାରେ ବଙ୍ଗଳା ଭିତରେ ପାର୍କିଂ ହୋଇଥିବା କିଛି ଟ୍ରକ୍ ଆସବାବପତ୍ର ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ଲୋଡ୍ କରୁଥିବା ଦେଖିବାକୁ ମିଳିଥିଲା ।
ସୂଚନାଯୋଗ୍ୟ, ଏହାପୂର୍ବରୁ ଲୋକଜନ ଶକ୍ତି ପାର୍ଟି (ରାମ ବିଲାସ) ଅଧ୍ୟକ୍ଷ ତଥା ସାଂସଦ ଚିରାଗ ପାସୱାନ (Lok Janshakti Party (Ram Vilas) President and MP Chirag Paswan) ଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିଥିଲା । ଚିରାଗ ପାସୱାନ ଯେଉଁଠାରେ ରହୁଥିଲେ ସେହି ବଙ୍ଗଳାକୁ ତାଙ୍କ ପିତା ତଥା କେନ୍ଦ୍ର ମନ୍ତ୍ରୀ ରାମ ବିଲାସ ପାସୱାନ (Ram Vilas Paswan) ଙ୍କୁ ଦିଆଯାଇଥିଲା । ଅକ୍ଟୋବର ୨୦୨୦ରେ ରାମ ବିଲାସ ପାସୱାନଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ଚିରାଗ ପାସୱାନ୍ ଏହି ବଙ୍ଗଳାରେ ରହୁଥିଲେ ।
ଏହା ବି ପଢ଼ନ୍ତୁ:-ଝିଅଙ୍କୁ ବିଲକୁଲ ପସନ୍ଦ ହୋଇ ନଥାଏ ପୁଅଙ୍କର ଏହି ୫ଟି ଗୁଣ, ଦେଖିବା ମାତ୍ର ଦୂରକୁ ପଳାନ୍ତି
ଏହା ବି ପଢ଼ନ୍ତୁ:-ନରେଶ ପଟେଲ ମୁଖ୍ୟମନ୍ତ୍ରୀ ଚେହେରା, ପ୍ରଶାନ୍ତ କିଶୋରଙ୍କ ରଣନୀତି; ଜାଣନ୍ତୁ ଗୁଜୁରାଟ ପାଇଁ କଂଗ୍ରେସର କ'ଣ ରହିଛି ପ୍ଲାନ୍
ଏହା ବି ପଢ଼ନ୍ତୁ:-ଆମେରିକାର ଏହି ପଦକ୍ଷେପ ବଢ଼ାଇଲା ଋଷ ଓ ଚୀନର ଟେନସନ୍!
ଏଠାରେ କହି ରଖୁଛୁ ଯେ, ସମଗ୍ର ଭାରତରେ ଅବସ୍ଥିତ ସମସ୍ତ ଆବାସିକ ସମ୍ପତ୍ତି ପରିଚାଳନା ଓ ବଣ୍ଟନ କରିବାର ଦାୟିତ୍ୱ ସମ୍ପଦା ନିର୍ଦ୍ଦେଶାଳୟ ପାଖରେ ହୋଇଥାଏ । ଜେନେରାଲ୍ ପୁଲ୍ ରେସିଡେନ୍ସିଆଲ୍ ଆବାସ (GPRA) ଅଧିନିୟମ ଅନୁଯାୟୀ କେନ୍ଦ୍ର ସରକାରଙ୍କ ବଙ୍ଗଳା ବଣ୍ଟନ କରାଯାଇଛି । ନିର୍ଦ୍ଦେଶାଳୟର ନିୟମ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନଙ୍କୁ ଟାଇପ୍ VIII ବଙ୍ଗଳା ବଣ୍ଟନ କରାଯାଇଥାଏ ।