Russian New Foreign Policy: ଏହା ଏପରି ଏକ ଧାରଣା ଅଛି ଯେଉଁଥିରେ ଋଷୀୟ ଭାଷା, ଋଷୀୟ ସଂସ୍କୃତି, ଋଷୀୟ ଲୋକମାନେ ସାମିଲ ଅଛନ୍ତି । ଏଥିରେ ଋଷର ଇତିହାସ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଏହାକୁ ସମଗ୍ର ଦୁନିଆରେ ପ୍ରଚାରିତ କରିବା ପାଇଁ ଏହି ନୂତନ ନୀତିରେ କୁହାଯାଇଛି ।
Trending Photos
ନୂଆଦିଲ୍ଲୀ: Russian New Foreign Policy: ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଯେଉଁଥିପାଇଁ ଆମେରିକା ଓ ୟୁରୋପୀୟ ଦେଶମାନଙ୍କ ସହିତ ଋଷର ସମ୍ପର୍କ ଲଗାତର ବିଗିଡ଼ିବାରେ ଲାଗିଛି । ଏହି ସମୟରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶ ପାଇଁ ଏକ ନୂତନ ବୈଦେଶିକ ନୀତି ଆଣିଛନ୍ତି । ଯେଉଁଥିରେ ଭାରତ ଏକ ସ୍ୱତନ୍ତ୍ର ସ୍ଥାନ ରଖିଥାଏ । ଏହି ନୀତି କ’ଣ, ଆସନ୍ତୁ ବୁଝିବା । ପୁଟିନ ନୂତନ ନୀତି ଅନୁମୋଦନ କରି ୩୧ ପୃଷ୍ଠାର ଡକ୍ୟୁମେଣ୍ଟ ଜାରି କରିଛନ୍ତି । ଡକ୍ୟୁମେଣ୍ଟରେ ଏହି ନୀତି ବିଷୟରେ ଅନେକ ଦାବି କରାଯାଇଛି । ଯେପରି ଏହି ନୀତିକୁ ମାନବିକତାବାଦୀ କୁହାଯାଉଛି । ଏହା ବ୍ୟତୀତ ନୂଆ ନୀତିରେ ଏହା କୁହାଯାଇଛି ଯେ, ଋଷକୁ 'ଋଷୀୟ ଦୁନିଆ'ର ବିଚାର ଓ ପରମ୍ପରାକୁ ରକ୍ଷା କରିବାର ଆବଶ୍ୟକତା ରହିଛି । ଏହାସହ ଏହାକୁ ଆଗକୁ ବଢ଼ାଇବା ଆବଶ୍ୟକ । ଏହି ସମୟରେ ପୁଟିନ ନୂତନ ନୀତିରେ ଏକ ନୂଆ ଶବ୍ଦ ବ୍ୟବହାର କରିଛନ୍ତି, ତାହା ହେଉଛି 'ଋଷୀୟ ଦୁନିଆ' । ଏହା ପ୍ରକୃତରେ କେଉଁ ଦୁନିଆ?
ଏହା ଏପରି ଏକ ଧାରଣା ଅଛି ଯେଉଁଥିରେ ଋଷୀୟ ଭାଷା, ଋଷୀୟ ସଂସ୍କୃତି, ଋଷୀୟ ଲୋକମାନେ ସାମିଲ ଅଛନ୍ତି । ଏଥିରେ ଋଷର ଇତିହାସ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଏହାକୁ ସମଗ୍ର ଦୁନିଆରେ ପ୍ରଚାରିତ କରିବା ପାଇଁ ଏହି ନୂତନ ନୀତିରେ କୁହାଯାଇଛି । 'ଋଷୀୟ ଦୁନିଆ' ର ବିଚାର ଉପରେ ଋଷର ଅନେକ ଦକ୍ଷିଣପନ୍ଥୀ ମନେ କରନ୍ତି ଯେ, ଦୁନିଆରେ ଯେତେ ବି ଋଷୀଆ ଭାଷୀ ଲୋକ ରହୁଛନ୍ତି, ସେମାନଙ୍କ ସମର୍ଥନ ନାମରେ ଅନ୍ୟ ଦେଶରେ ଋଷର ହସ୍ତକ୍ଷେପ ବଢ଼ିବ । ଏହା ବ୍ୟତୀତ ଆସନ୍ତୁ ଏହି ନୀତିରେ ଯାହା କିଛି କୁହାଯାଇଛି, ବର୍ତ୍ତମାନ ଆମେ ସେଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଜାଣିବା...
୧. ଋଷ ବିଦେଶରେ ରହୁଥିବା ନିଜ ଲୋକମାନଙ୍କୁ ସେମାନଙ୍କର ଅଧିକାର ସୁରକ୍ଷିତ କରିବାରେ, ସେମାନଙ୍କ ସ୍ୱାର୍ଥର ସୁରକ୍ଷା ତଥା ସେହି ଦେଶରେ ଋଷୀୟ ପରିଚୟ ରକ୍ଷା କରିବାରେ ସହାୟତା କରିବ ।
୨. ଏହି ନୂତନ ନୀତିରେ ଋଷୀୟ ଭାଷାଭାଷୀ ଲୋକ ଯେଉଁମାନେ ଦୁନିଆର ବିଭିନ୍ନ ସ୍ଥାନରେ ବସବାସ କରୁଛନ୍ତି, ସେମାନଙ୍କୁ ମଧ୍ୟ ପ୍ରଶଂସା କରାଯାଇଛି । ଏହି ନୀତିରେ କୁହାଯାଇଛି ଯେ, ବିଦେଶୀ ମାଟିରେ ବସବାସ କରିଥିବା ଋଷୀୟମାନେ ଅନ୍ତର୍ଜାତୀୟ ସ୍ତରରେ ଦେଶର ଭାବମୂର୍ତ୍ତିକୁ ମଜବୁତ କରିଛନ୍ତି । ଆମର ଏହି ନାଗରିକମାନଙ୍କ କାରଣରୁ ଲୋକମାନେ ଋଷକୁ ଏକ ଗଣତାନ୍ତ୍ରିକ ଦେଶ ଭାବରେ ଦେଖନ୍ତି ଯାହା ଏକ ନୂତନ ଦୁନିଆ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ।
୩. ଋଷରେ ଏପରି ବହୁ ସଂଖ୍ୟକ ଦକ୍ଷିଣପନ୍ଥୀ ଲୋକ ଅଛନ୍ତି ଯେଉଁମାନେ ୧୯୯୧ ପୂର୍ବରୁ ସୋଭିଏତ ସଂଘ ଭଳି ଋଷକୁ ସେହି ରାସ୍ତାରେ ଦେଖିବାକୁ ଚାହୁଁଛନ୍ତି । ସେମାନେ ଋଷର ବାଲଟିକ୍ ସାଗରରୁ ଆରମ୍ଭ କରି ଏସିଆ ପର୍ଯ୍ୟନ୍ତ ସ୍ଥଳଭାଗ ଉପରେ ସେମାନଙ୍କର ଆଇନଗତ ଅଧିକାର ବୋଲି ମନେ କରନ୍ତି । କିନ୍ତୁ ଏହା ସ୍ପଷ୍ଟ ଯେ ବର୍ତ୍ତମାନ ଅନ୍ୟ ଦେଶମାନେ ଏହି ଜମିରେ ବସବାସ କରୁଛନ୍ତି । ଯାହା ଏହି ଋଷୀୟ ଧାରଣାକୁ ଖାରଜ କରେ । ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ନୀତି ସହିତ ଋଷ ଅନ୍ୟ ଦେଶରେ ଏହାର ପ୍ରଭାବ ପକାଇବାକୁ ଚାହୁଁଛି ।
୪. ନୀତିରେ କୁହାଯାଇଛି ଯେ, ଋଷର ଜର୍ଜିଆର ଦୁଇଟି ଅଞ୍ଚଳ ଅବଖାଜିଆ, ଓସେତିଆ ସହିତ ମଧ୍ୟ ସମ୍ପର୍କକୁ ମଜବୁତ କରିବାର ଆବଶ୍ୟକତା ରହିଛି । ୨୦୦୮ରେ ଋଷ ଓ ଜର୍ଜିଆ ମଧ୍ୟରେ ଯୁଦ୍ଧ ହୋଇଥିଲା । ସେତେବେଳେ ଋଷ ଅବଖାଜିଆ ଓ ଓସେତିଆକୁ ସ୍ୱାଧୀନ ଦେଶର ମାନ୍ୟତା ଦେଇଥିଲା । ୟୁକ୍ରେନରେ ମଧ୍ୟ ସମାନ ଘଟଣା ଘଟୁଛି, ଯେଉଁଠାରେ ୟୁକ୍ରେନର ଡନେସ୍କ ଓ ଲୁହାନସ୍କ ରାଜ୍ୟ ଋଷ ଦ୍ୱାରା ସ୍ୱାଧୀନ ଘୋଷିତ ହୋଇଛି ।
ଯେମିତି କି ପୂର୍ବରୁ କୁହାଯାଇଛି ଯେ ଋଷର ଏହି ନୂତନ ବୈଦେଶିକ ନୀତିରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ନୀତିରେ ଦର୍ଶାଯାଇଛି ଯେ ଋଷ ଚୀନ ଓ ଭାରତ ସହ ସହଯୋଗ ବୃଦ୍ଧି କରିବା ସହିତ ମଧ୍ୟ ପୂର୍ବ, ଦକ୍ଷିଣ ଆମେରିକା ଏବଂ ଆଫ୍ରିକା ସହ ସମ୍ପର୍କକୁ ମଜବୁତ କରିବା ଆବଶ୍ୟକ । ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ଆମେରିକା ଓ ୟୁରୋପୀୟ ଦେଶମାନଙ୍କ ସହିତ ତା'ର ବିବାଦ ବୃଦ୍ଧି ପାଇଛି । ପ୍ରତିଦିନ ଏହି ଦେଶମାନେ ଋଷ ବିରୋଧରେ ନୂଆ କଟକଣା ଲାଗୁ କରୁଛନ୍ତି । ସମ୍ପ୍ରତି, ଜି-୭ ଦେଶଗୁଡ଼ିକ (G7 Countries) ମଧ୍ୟ ଋଷର ତୈଳ ମୂଲ୍ୟ ଉପରେ ଲଗାମ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତିରେ ଭାରତ ଓ ଚୀନକୁ ନେଇ ମଧ୍ୟ ପୃଥକ ଭାବରେ ଉଲ୍ଲେଖ କରାଯାଇଛି । ଏହାର କାରଣ ହେଉଛି ୟୁରୋପ ଓ ଆମେରିକା ସହିତ ଋଷର ଖରାପ ସମ୍ପର୍କ ଖୁବ୍ ଶୀଘ୍ର ସୁଧୁରିବ ନାହିଁ ।
ଏହା ବି ପଢ଼ନ୍ତୁ:-ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ, ମିଳିବ ଏସବୁ ଜବରଦସ୍ତ ଲାଭ
ଏହା ବି ପଢ଼ନ୍ତୁ:-ପୁଟିନ ନେଲା ପ୍ରତିବନ୍ଧକର ପ୍ରତିଶୋଧ, ପାଶ୍ଚାତ୍ୟ ଦେଶଗୁଡ଼ିକୁ ଏହି 'ସିକ୍ରେଟ' ଅସ୍ତ୍ର ସାହାଯ୍ୟରେ ଦେଲେ ମାତ୍, ଭୟରେ ଥରଥର ସମସ୍ତେ!
ଏହା ବି ପଢ଼ନ୍ତୁ:-ଅଶୋଧିତ ତୈଳ ଦରରେ ରେକର୍ଡ ହ୍ରାସ, ଏହି ଦିନ ପେଟ୍ରୋଲ-ଡିଜେଲ ମୂଲ୍ୟରେ ମିଳିବ ରିହାତି! ଚେକ୍ କରନ୍ତୁ ଆଜିର ରେଟ୍
ଏଭଳି ପରିସ୍ଥିତିରେ ଭାରତ ଓ ଚୀନ୍ ଏପରି ଦେଶ ଯିଏ ଋଷରୁ ନିଜର ତେଲ କିଣି ପାରିବେ । ସେଥିପାଇଁ ଋଷ ଭାରତ ଆଗରେ ତା'ଠାରୁ ତୈଳ କିଣିବାର ଆଶା ରଖିଥିଲା । ୟୁରୋପ ଓ ଆମେରିକା ସହିତ ଖରାପ ସମ୍ପର୍କ ଯୋଗୁଁ ଋଷ ଏହାର ବାଣିଜ୍ୟିକ ସମ୍ପର୍କକୁ ସୁଧାରିବା ପାଇଁ ଭାରତ-ଚୀନ ଏବଂ ଆଫ୍ରିକୀୟ ଦେଶ ଉପରେ ନିର୍ଭରଶୀଳ । ସେ ଏହି ଦେଶଗୁଡିକରେ ନିଜର ପ୍ରଭାବ ବଢ଼ାଇବାକୁ ଚାହୁଁଛନ୍ତି । ଏହି ନୂତନ ଋଷୀୟ ନୀତିରେ ଭାରତ ବିଷୟରେ ଉଲ୍ଲେଖ କରାଯାଇଛି ।
ଋଷର ଏହି ନୂତନ ନୀତି ବାହ୍ୟ ଜଗତରେ ଋଷର ପ୍ରଭାବ ବୃଦ୍ଧି କରିବାର ପ୍ରଥମ ପ୍ରୟାସ ନୁହେଁ । ଏହାପୂର୍ବରୁ ଋଷ ଏହିପରି ଅନେକ ପ୍ରକଳ୍ପ ଓ ନୀତି ଉପରେ କାର୍ଯ୍ୟ କରିଛି । ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲା ୨୦୦୭ରେ ଗଠିତ 'ରୁସ୍କି ମୀର ଫାଉଣ୍ଡେସନ୍' । ଏଥିରେ ଭ୍ଲାଦିମିର ପୁଟିନଙ୍କ ପ୍ରତ୍ୟକ୍ଷ ହାତ ଥିଲା । ଏହା ତାଙ୍କ ଆଦେଶ ଅନୁଯାୟୀ ଗଠନ କରାଯାଇଥିଲା । ଏହି ଫାଉଣ୍ଡେସନର ଉଦ୍ଦେଶ୍ୟ ଥିଲା ସମଗ୍ର ବିଶ୍ୱରେ ଋଷୀୟ ଭାଷା ଓ ଋଷୀୟ ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ଏବଂ ଦୁନିଆରେ ଋଷ ଆଧିପତ୍ୟ ବୃଦ୍ଧି ପାଇଁ ବାଟ ପ୍ରସ୍ତୁତ କରିବା । ଏହି ଫାଉଣ୍ଡେସନକୁ ଋଷ ସରକାର ପ୍ରାୟୋଜିତ କରନ୍ତି ।