ଯଦି ଆପଣ ପୁରୁଣା ନୋଟ ଓ କଏନ୍ ବିକ୍ରୟ କିମ୍ବା କିଣିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ପ୍ରଥମେ RBI ଦ୍ୱାରା ଦିଆଯାଇଥିବା ଏହି ସୂଚନା ନିଶ୍ଚିତ ଭାବରେ ଦେଖି ନିଅନ୍ତୁ ।
Trending Photos
ନୂଆଦିଲ୍ଲୀ: ଦେଶରେ ପୁରୁଣା ନୋଟ ଓ କଏନ୍ (Old Note and Coin) କିଣିବା ଓ ବିକ୍ରୟ କରିବାର ଟ୍ରେଣ୍ଡ କିଛି ସମୟ ଧରି ଚାଲିଛି । ଇଣ୍ଟରନେଟରେ ଏପରି ଅନେକ ପ୍ଲାଟଫର୍ମ ଅଛି ଯେଉଁଠାରେ ପୁରୁଣା ନୋଟ ଓ ମୁଦ୍ରା ବିକ୍ରି ହେଉଛି । କିନ୍ତୁ ଏହା ମଧ୍ୟରେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ନିକଟରେ ଏ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । RBI କହିଛି ଯେ ପୁରୁଣା ବ୍ୟାଙ୍କ୍ ନୋଟ୍ ଓ କଏନ ବିକ୍ରି ପାଇଁ କେନ୍ଦ୍ରୀୟ ବ୍ୟାଙ୍କର ନାମ ଓ ଲୋଗୋ ବ୍ୟବହାର କରାଯାଉଛି । ଯଦି ଆପଣ ନୋଟ୍ କିଣିବା କିମ୍ବା ବିକ୍ରୟ କରିବାକୁ ଯୋଜନା କରୁଛନ୍ତି, ତେବେ ପ୍ରଥମେ ଏହି ଖବର ପଢ଼ନ୍ତୁ ।
RBI ଦେଇଛି ଚେତାବନୀ
ଯଦି ଆପଣ ପୁରୁଣା ନୋଟ ଓ କଏନ୍ ବିକ୍ରୟ କିମ୍ବା କିଣିବାକୁ ପ୍ରସ୍ତୁତ ହେଉଛନ୍ତି, ତେବେ ପ୍ରଥମେ ଆରବିଆଇ ଦ୍ୱାରା ଦିଆଯାଇଥିବା ଏହି ସୂଚନା ନିଶ୍ଚିତ ଭାବରେ ଦେଖି ନିଅନ୍ତୁ । ଅନଲାଇନ୍ ଠକମାନେ କ୍ରମାଗତ ଭାବରେ ଗ୍ରାହକଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ସେମାନେ ପ୍ରତିଦିନ ନୂଆ ନୂଆ ଉପାୟ ଖୋଜି ବାହାର କରନ୍ତି ।
RBI cautions the public not to fall prey to fictitious offers of buying/ selling of Old Banknotes and Coinshttps://t.co/y0e9KfSb0G
— ReserveBankOfIndia (@RBI) August 4, 2021
ଟ୍ୱିଟ୍ କରି RBI ଏହା କହିଛି
ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଟ୍ୱିଟ୍ କରି କହିଛି ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ର ନଜରକୁ ଆସିଛି ଯେ, "କିଛି ତତ୍ତ୍ୱ ଭୁଲ ଭାବରେ ତଥା ବିଭିନ୍ନ ଅନଲାଇନ୍ ମାଧ୍ୟମରେ ରିଜର୍ଭ ବ୍ୟାଙ୍କର ନାମ ଓ ଲୋଗୋ ବ୍ୟବହାର କରୁଛନ୍ତି ଏବଂ ବିଭିନ୍ନ ଅନଲାଇନ୍, ଅଫଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ପୁରୁଣା ନୋଟ ଓ ମୁଦ୍ରା ବିକ୍ରୟ ପାଇଁ ଲୋକଙ୍କ ଠାରୁ ଫି / କମିଶନ କିମ୍ବା ଟ୍ୟାକ୍ସ ମାଗୁଛନ୍ତି ।"
RBI କୌଣସି କାର୍ଯ୍ୟକଳାପରେ ଜଡିତ ନୁହେଁ
ରିଜର୍ଭ ବ୍ୟାଙ୍କ ଏହାର ବିବୃତ୍ତିରେ କହିଛି ଯେ ସେ ଏପରି କୌଣସି କାର୍ଯ୍ୟକଳାପରେ ଜଡିତ ନୁହେଁ ଓ ଏଭଳି କାରବାର ପାଇଁ କାହାଠାରୁ କୌଣସି ଶୁଳ୍କ କିମ୍ବା କମିଶନ ମାଗିବ ନାହିଁ । ଏଥି ସହିତ ବ୍ୟାଙ୍କ କହିଛି ଯେ ଏଭଳି କାର୍ଯ୍ୟକଳାପ ପାଇଁ କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତିଙ୍କୁ କୌଣସି ପ୍ରକାରର ଅନୁମତି ଦେଇନାହିଁ ।
RBI ସ୍ପଷ୍ଟ କରିଛି ସ୍ଥିତି
ଆପଣଙ୍କୁ କହି ରଖୁଛୁ ଯେ ଆରବିଆଇ ଏଭଳି ମାମଲାରେ କାରବାର କରେ ନାହିଁ କିମ୍ବା କାହାଠାରୁ କୌଣସି ଶୁଳ୍କ କିମ୍ବା କମିଶନ ମାଗେ ନାହିଁ । ବ୍ୟାଙ୍କ କହିଛି, "ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କୌଣସି ଅନୁଷ୍ଠାନ, କମ୍ପାନୀ କିମ୍ବା ବ୍ୟକ୍ତି ଇତ୍ୟାଦିଙ୍କୁ ଏଭଳି କାରବାରରେ ରିଜର୍ଭ ବ୍ୟାଙ୍କ ତରଫରୁ କୌଣସି ଶୁଳ୍କ କିମ୍ବା କମିଶନ ଆଦାୟ କରିବାକୁ କୌଣସି ଅଧିକାର ଦେଇନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ ସାଧାରଣ ଜନତାଙ୍କୁ ଏପରି ନକଲି ଓ ଜାଲିଆତି ଅଫର ଜାଲରେ ନ ପଡ଼ିବାକୁ ପରାମର୍ଶ ଦେଉଛି ।"
ଅଧିକ ପଢ଼ନ୍ତୁ:-ଡ୍ରାଇଭିଂ ଲାଇସେନ୍ସ ଓ RCକୁ ନେଇ ଆସିଲା ବହୁତ ବଡ଼ ଖବର, ସରକାର ନିୟମରେ କଲା ଏହି ପରିବର୍ତ୍ତନ
ଅଧିକ ପଢ଼ନ୍ତୁ:-ଅତ୍ୟାଧିକ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ, ଏସବୁ ରୋଗ ହେବାର ରହିଥାଏ ଆଶଙ୍କା
ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର
ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍