ଆଉ ଏକ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା RBI, ବର୍ତ୍ତମାନ ଗ୍ରାହକମାନେ ଉଠାଇ ପାରିବେ ମାତ୍ର ୧୦୦୦ ଟଙ୍କା
Advertisement
Article Detail0/zeeodisha/odisha1028091

ଆଉ ଏକ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା RBI, ବର୍ତ୍ତମାନ ଗ୍ରାହକମାନେ ଉଠାଇ ପାରିବେ ମାତ୍ର ୧୦୦୦ ଟଙ୍କା

ଅନ୍ୟପକ୍ଷରେ, ସାର୍ବଜନୀନ କ୍ଷେତ୍ରର ଜମ୍ମୁ କଶ୍ମୀର ବ୍ୟାଙ୍କର ତ୍ରୈମାସିକ ଫଳାଫଳ ଆସିଛି । ସେପ୍ଟେମ୍ବର ଶେଷ ହୋଇଥିବା ଦ୍ୱିତୀୟ ତ୍ରୈମାସିକ ପାଇଁ ଏହାର ନିଟ୍ ଲାଭ ଦ୍ୱିଗୁଣ ହୋଇ ୧୧୧.୦୯ କୋଟି ଟଙ୍କାରେ ପହଞ୍ଚିଛି ।

ଆଉ ଏକ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା RBI, ବର୍ତ୍ତମାନ ଗ୍ରାହକମାନେ ଉଠାଇ ପାରିବେ ମାତ୍ର ୧୦୦୦ ଟଙ୍କା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଲକ୍ଷ୍ମୀ ସହକାରୀ ବ୍ୟାଙ୍କ ଲିମିଟେଡ୍ ସୋଲାପୁର (Lakshmi Sahakari Bank Ltd. Solapur) ଉପରେ ପ୍ରତିବନ୍ଧକ ଲଗାଇଛି । ବ୍ୟାଙ୍କର ଆର୍ଥିକ ଅବସ୍ଥା ଖରାପ ହେବା ପରେ କେନ୍ଦ୍ରୀୟ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି । ବ୍ୟାଙ୍କର ଗ୍ରାହକଙ୍କ ପାଇଁ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାର ସୀମା ୧୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ରିଜର୍ଭ ବ୍ୟାଙ୍କ (RBI) କହିଛି ଯେ ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ, ୧୯୪୯ ଅନୁଯାୟୀ ଲାଗୁ କରାଯାଇଥିବା ପ୍ରତିବନ୍ଧକଗୁଡିକ ନଭେମ୍ବର ୧୨, ୨୦୨୧ରେ ବ୍ୟବସାୟ ସମୟ ବନ୍ଦ ହେବା ପରେ ଛଅ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ । ଇତି ମଧ୍ୟରେ ପ୍ରତିବନ୍ଧକଗୁଡିକ ସମୀକ୍ଷା କରାଯିବ ।

ରିଜର୍ଭ ବ୍ୟାଙ୍କ (RBI) ର ନିର୍ଦ୍ଦେଶ ଅନୁଯାୟୀ ଲକ୍ଷ୍ମୀ ସହକାରୀ ବ୍ୟାଙ୍କ (Lakshmi Sahakari Bank Ltd. Solapur) କେନ୍ଦ୍ରୀୟ ବ୍ୟାଙ୍କର ଅନୁମତି ବିନା କୌଣସି ଋଣ ଦେଇପାରିବେ କିମ୍ବା ଋଣ ନବୀକରଣ କରିପାରିବ ନାହିଁ । ଏଥିସହ ବ୍ୟାଙ୍କ ନା କୌଣସି ନିବେଶ କରିବ ନା ଦେୟ ପ୍ରଦାନ କରିବ କିମ୍ବା ନା ଦେୟ ପାଇଁ ସମ୍ମତି ଦେବ ।

ଅନ୍ୟପକ୍ଷରେ, ସାର୍ବଜନୀନ କ୍ଷେତ୍ରର ଜମ୍ମୁ କଶ୍ମୀର ବ୍ୟାଙ୍କର ତ୍ରୈମାସିକ ଫଳାଫଳ ଆସିଛି । ସେପ୍ଟେମ୍ବର ଶେଷ ହୋଇଥିବା ଦ୍ୱିତୀୟ ତ୍ରୈମାସିକ ପାଇଁ ଏହାର ନିଟ୍ ଲାଭ ଦ୍ୱିଗୁଣ ହୋଇ ୧୧୧.୦୯ କୋଟି ଟଙ୍କାରେ ପହଞ୍ଚିଛି । ଏହାର ପୂର୍ବ ଆର୍ଥିକ ବର୍ଷର ସମାନ ତ୍ରୈମାସରେ ବ୍ୟାଙ୍କ ୪୩.୯୩ କୋଟି ଟଙ୍କାର ନିଟ୍ ଲାଭ କରିଥିଲା । ଷ୍ଟକ୍ ଏକ୍ସଚେଞ୍ଜକୁ ପଠାଇଥିବା ସୂଚନାନୁସାରେ, ବ୍ୟାଙ୍କ କହିଛି ଯେ ତ୍ରୈମାସିକରେ ଏହାର ନିଟ୍ ଆୟ ୨,୨୦୧.୨୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଯାହା ପୂର୍ବ ବର୍ଷ ତ୍ରୈମାସରେ ୨,୧୯୪.୪୭ କୋଟି ଟଙ୍କା ଥିଲା । 

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏହି ୫ଟି ଅଭ୍ୟାସ, ସ୍ୱାସ୍ଥ୍ୟ ହୋଇଯିବ ଖରାପ!

ଏହା ବି ପଢ଼ନ୍ତୁ:-କଙ୍ଗନାଙ୍କ ସମର୍ଥନରେ ଆସିଲେ ଏହି ଭେଟେରାନ୍ ଅଭିନେତା, ଜାଣନ୍ତୁ ବର୍ତ୍ତମାନ କ'ଣ କହିଲେ ସେ

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର