ଏହାକୁ ସାଧାରଣତଃ ଆରଭି (RV) ମଧ୍ୟ କୁହାଯାଏ । ସାଧାରଣ ଥଣ୍ଡା ଜ୍ୱର ହେବାର ଏହା ହେଉଛି ସାଧାରଣ କାରଣ । ଏହା ଉପର ଶ୍ୱାସକ୍ରିୟା ଉପରେ ପ୍ରଭାବ ପକାଇଥାଏ । ରାଇନୋଭାଇରସର ପ୍ରକୋପ ସାଧାରଣତଃ ଶୀତ ଏବଂ ବସନ୍ତ ଋତୁରେ ଦେଖାଯାଏ, କିନ୍ତୁ ଏହା ବର୍ଷସାରା ମଧ୍ୟ ହୋଇପାରେ ।
Trending Photos
ନୂଆଦିଲ୍ଲୀ: Coronavirus: କୋରୋନା ଭୂତାଣୁର ଦ୍ୱିତୀୟ ଲହରୀ (second wave of Coronavirus) ଦେଶରେ ଆତଙ୍କ ସୃଷ୍ଟି କରିଛି । ଦେଶରେ ପ୍ରତିଦିନ ୩ ଲକ୍ଷରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ ହେବା ସହ ଲଗାତର ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହି ସମୟରେ ଏକ ନୂତନ ଅଧ୍ୟୟନରେ ଆଶାର ନୂଆ କିରଣ ଦେଖିବାକୁ ମିଳିଛି । ପ୍ରକୃତରେ, ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ସାଧାରଣ ଥଣ୍ଡା ଜ୍ୱର ପାଇଁ ଦାୟୀ ରାଇନୋଭାଇରସ୍ (rhinovirus) ଶରୀରରେ ପ୍ରବେଶ କରି କୋରୋନାକୁ ମାତ୍ ଦେବାରେ ସକ୍ଷମ । ଏହି ଭୂତାଣୁ ସାହାଯ୍ୟରେ କୋଭିଡ-19 (COVID-19) ର ଆଶଙ୍କା ବହୁ ପରିମାଣରେ କମିଯାଇପାରେ । ଏହି ଅନୁସନ୍ଧାନ ସାଇନ୍ସ ଅଫ୍ ଇନଫେକ୍ଟିଭ୍ ଡିଜିଜ୍ ପତ୍ରିକା (journal Science of Infectious Diseases) ରେ ପ୍ରକାଶ ପାଇଛି ।
ଅଧିକ ପଢ଼ନ୍ତୁ:-ଏହି ସରକାରୀ କର୍ମଚାରୀଙ୍କ କଟିବ ଦରମା, ଜାରି ହେଲା ଆଦେଶ
କୋରୋନାକୁ ବଢ଼ିବାକୁ ଦିଏ ନାହିଁ ରାଇନୋଭାଇରସ୍
ଗ୍ଲାସ୍ଗୋ ସ୍ଥିତ ସେଣ୍ଟର ଫର ଭାଇରସ୍ ରିସର୍ଚ୍ଚର ଟିମ୍ ଏହା ଉପରେ ଅନୁସନ୍ଧାନ କରିଥିଲେ । ଏହି ସମୟରେ ଏକ କୋଷଗୁଡିକ ସମେତ ଏକ ଢାଞ୍ଚା ଗଠନ କରାଯାଇଥିଲା, ଯାହା ମାନବ ଶ୍ୱାସ ତନ୍ତ୍ରରେ କାର୍ଯ୍ୟ କରିଥାଏ । ଏଥିରେ ଥଣ୍ଡା ପାଇଁ ଦାୟୀ ଉଭୟ ରାଇନୋଭାଇରସ୍ (rhinovirus) ଓ କୋରୋନା ଭୂତାଣୁ (Coronavirus) ଏକାସାଙ୍ଗରେ ଛଡ଼ା ଯାଇଥିଲା । ପରୀକ୍ଷଣ ସମୟରେ ଏହା ଦେଖାଯାଇଥିଲା ଯେ ଢାଞ୍ଚା ରାଇନୋଭାଇରସର ଦଖଲରେ ଆସିଥିଲା, ଅନ୍ୟପକ୍ଷେ କୋରୋନା ଭୂତାଣୁ ପ୍ରାୟ ପ୍ରଭାବ ହୀନ ଥିଲା ।
ଏହିପରି ଭାବେ ପ୍ରଭାବ ଦେଖାଇଥାଏ
ରାଇନୋଭାଇରସ୍ ମଧ୍ୟ ମଣିଷ କିମ୍ବା ଅନ୍ୟ ପଶୁମାନଙ୍କ ପରି କାମ କରେ । ଯେପରି ଆମେ ନିଜ ସ୍ଥାନ ସୃଷ୍ଟି କରିବା ପାଇଁ ନିଜ ମଧ୍ୟରେ ଯୁଦ୍ଧ କରୁ ଓ ନିଜକୁ ପ୍ରମାଣ କରୁ, ସେହିଭଳି ଭୂତାଣୁ ମଧ୍ୟ ହୋଷ୍ଟ ଶରୀରରେ ପ୍ରବେଶ ପାଇଁ ଲଢ଼ନ୍ତି ଏବଂ ସେହି ଭୂତାଣୁ ଜିତନ୍ତି, ଯାହା ଅନ୍ୟ ଭୂତାଣୁକୁ ଶେଷ କରିପାରେ । ଥଣ୍ଡା ପାଇଁ ଦାୟୀ ରାଇନୋଭାଇରସ୍ ମଧ୍ୟ ଏହି ପରି କାମ କରେ ।
ଅଧିକ ପଢ଼ନ୍ତୁ:-ସାମ୍ନାକୁ ଆସିଲା କୋରୋନା ଭୂତାଣୁର ଆଉ ଏକ ନୂଆ ଲକ୍ଷଣ, ଡାକ୍ତରଙ୍କ ଉପଦେଶ- ତୁରନ୍ତ କରନ୍ତୁ ପରୀକ୍ଷା
ରାଇନୋଭାଇରସ୍ କ'ଣ?
ଏହାକୁ ସାଧାରଣତଃ ଆରଭି (RV) ମଧ୍ୟ କୁହାଯାଏ । ସାଧାରଣ ଥଣ୍ଡା ଜ୍ୱର ହେବାର ଏହା ହେଉଛି ସାଧାରଣ କାରଣ । ଏହା ଉପର ଶ୍ୱାସକ୍ରିୟା ଉପରେ ପ୍ରଭାବ ପକାଇଥାଏ । ରାଇନୋଭାଇରସର ପ୍ରକୋପ ସାଧାରଣତଃ ଶୀତ ଏବଂ ବସନ୍ତ ଋତୁରେ ଦେଖାଯାଏ, କିନ୍ତୁ ଏହା ବର୍ଷସାରା ମଧ୍ୟ ହୋଇପାରେ ।
ଅଧିକ ପଢ଼ନ୍ତୁ:-ଜୁଲାଇ ୧ରୁ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ହୋଇଯିବ ୨୮ ପ୍ରତିଶତ! ବଢ଼ିବ ଦରମା ଓ ପେନସନ୍
ଔଷଧର ଆବଶ୍ୟକତା ପଡ଼େ ନାହିଁ
ରାଇନୋଭାଇରସ୍ ସହିତ ଭଲ କଥା ହେଉଛି ଥଣ୍ଡା, ନାକରୁ ପାଣି ବାହାରିବା, ସାମାନ୍ୟ ଜ୍ୱର କିମ୍ବା ଥକାପଣ ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତାରୁ ଆପେ ଆପେ ଏକ ସପ୍ତାହ ମଧ୍ୟରେ ଠିକ୍ ହୋଇଯାଇଥାଏ । ଅବଶ୍ୟ, ୨୫% କ୍ଷେତ୍ରରେ ଏହା ଦୁଇ ସପ୍ତାହ ପର୍ଯ୍ୟନ୍ତ ରହିପାରେ । ଏହି ଭୂତାଣୁ ପାଇଁ କୌଣସି ଆଣ୍ଟି-ଭାଇରସ୍ ଔଷଧ ନାହିଁ । ସାଧାରଣତଃ ଏହା ମଧ୍ୟ ଆବଶ୍ୟକ ହୁଏ ନାହିଁ ।