ରୋହିତ କହିଲେ, ଏହି ଦେଶରେ ଟିମ ଇଣ୍ଡିଆକୁ ମିଳି ନଥାଏ ସପୋର୍ଟ
Advertisement

ରୋହିତ କହିଲେ, ଏହି ଦେଶରେ ଟିମ ଇଣ୍ଡିଆକୁ ମିଳି ନଥାଏ ସପୋର୍ଟ

ହିଟମ୍ୟାନ୍ ଆହୁରି କହିଛନ୍ତି ଯେ, ଯେତେବେଳେ ବାଂଲାଦେଶରେ ମ୍ୟାଚ୍ ହୋଇଥାଏ, ସେତେବେଳେ ଲାଗୁଥାଏ ଯେ ଆମକୁ କେହି ସମର୍ଥନ କରୁନାହାଁନ୍ତି । ଭାରତୀୟ ଦଳ ଏହିପରି ପରିବେଶରେ ଖେଳିବାରେ ଅଭ୍ୟସ୍ତ ନୁହେଁ । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା କହିଛନ୍ତି ଯେ ବାଂଲାଦେଶ ଦୁନିଆରେ ଏପରି ଏକ ସ୍ଥାନ ଯେଉଁଠାରେ ମ୍ୟାଚ୍ ସମୟରେ ଦର୍ଶକଙ୍କ କୌଣସି ସମର୍ଥନ ମିଳି ନଥାଏ । ନିକଟରେ ରୋହିତ ବାଂଲାଦେଶ ବ୍ୟାଟ୍ସମ୍ୟାନ୍ ତମିମ ଇକବାଲଙ୍କ ସହ ଲାଇଭ ଚାଟ୍ ସମୟରେ ଏହି ସବୁ କଥା ଖୁଲାସା କରିଛନ୍ତି । ରୋହିତ କହିଛନ୍ତି ଯେ, ଭାରତୀୟ ଦଳ ବିଶ୍ୱର ପ୍ରତ୍ୟେକ କୋଣରେ ସମର୍ଥନ ପାଇଥାଏ କିନ୍ତୁ ବାଂଲାଦେଶରେ ହେବାକୁ ଥିବା ମ୍ୟାଚରେ କୌଣସି ସମର୍ଥନ ପାଇ ନଥାଏ । ବାଂଲାଦେଶର ପ୍ରଶଂସକମାନେ ମଧ୍ୟ ଭାରତ ଓ ପାକିସ୍ଥାନର ପ୍ରଶଂସକଙ୍କ ପରି ନିଜ ଦେଶକୁ ସମ୍ପୂର୍ଣ୍ଣ ସମର୍ଥନ କରନ୍ତି । 

ହିଟମ୍ୟାନ୍ ଆହୁରି କହିଛନ୍ତି ଯେ, ଯେତେବେଳେ ବାଂଲାଦେଶରେ ମ୍ୟାଚ୍ ହୋଇଥାଏ, ସେତେବେଳେ ଲାଗୁଥାଏ ଯେ ଆମକୁ କେହି ସମର୍ଥନ କରୁନାହାଁନ୍ତି । ଭାରତୀୟ ଦଳ ଏହିପରି ପରିବେଶରେ ଖେଳିବାରେ ଅଭ୍ୟସ୍ତ ନୁହେଁ । ଏଭଳି ପରିସ୍ଥିତିରେ ବାଂଲାଦେଶରେ ଖେଳିବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ । ନିକଟ ଅତୀତରେ ବାଂଲାଦେଶ କ୍ରିକେଟ୍ ଟିମ୍ ଭଲ ପ୍ରଦର୍ଶନ କରିଛି । ଯେଉଁଥିପାଇଁ ସେମାନଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ବୃଦ୍ଧି ପାଇଛନ୍ତି । ୨୦୧୯ ବିଶ୍ୱକପରେ ଆମେ ଆପଣଙ୍କର ପ୍ରଦର୍ଶନ ଦେଖିଥିଲୁ । ଯାହା ଚମତ୍କାର ଥିଲା ।

ଏଠାରେ କହି ରଖୁଛୁ  ଯେ, ଯେତେବେଳେ ବି ବାଂଲାଦେଶ ଦଳର ଭାରତ ବିପକ୍ଷରେ ମ୍ୟାଚ୍ ହୁଏ । ସେତେବେଳେ ବାଂଲାଦେଶ ପ୍ରଶଂସକମାନେ ଅତ୍ୟଧିକ ଆକ୍ରାମକ ହୋଇଥାନ୍ତି ।  ୨୦୧୬ ମସିହାରେ ବାଂଲାଦେଶର ପ୍ରଶଂସକମାନେ ଏପରି ଏକ କାର୍ଯ୍ୟ କରିଥିଲେ ଯାହାକୁ ନେଇ ବହୁତ ସମାଲୋଚନା କରାଯାଇଥିଲା । ୨୦୧୬ରେ ଜଣେ ବାଂଲାଦେଶୀ ପ୍ରଶଂସକ ଦ୍ରୁତ ବୋଲର ତସ୍କିନ୍ ଅହମ୍ମଦଙ୍କ ହାତରେ ଧୋନିଙ୍କ ମୁଣ୍ଡ ଦେଇଥିଲେ । ଏହି ଚିତ୍ରକୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ବ୍ୟତୀତ ରୋହିତ ୨୦୧୫ ମସିହାରେ ଆଇସିସି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ରୁବେଲ ହସନଙ୍କ ବଲରୁ ରୋହିତ କ୍ୟାଚ ଆଉଟ୍ ହୋଇଥିଲେ, ଯାହା ପରେ ଅମ୍ପାୟାର ସେହି ବଲକୁ ନୋ ବଲ ବୋଲି କହିଥିଲେ । ଯାହା ପରେ ବାଂଲାଦେଶୀ ପ୍ରଶଂସକମାନେ ଭାରତୀୟ କ୍ରିକେଟରଙ୍କୁ ପରିହାସ କରିବାକୁ ଆରମ୍ଭ କରିଥିଲେ ।