Mohan Bhagwat: ପ୍ରଫେଟ ମହମ୍ମଦ ବିବାଦ ଉପରେ RSS ପ୍ରମୁଖ ମୋହନ ଭାଗବତଙ୍କ ଉପଦେଶ! କାହାର ବିଶ୍ୱାସକୁ କରନ୍ତୁନି ଆଘାତ
Advertisement
Article Detail0/zeeodisha/odisha1381019

Mohan Bhagwat: ପ୍ରଫେଟ ମହମ୍ମଦ ବିବାଦ ଉପରେ RSS ପ୍ରମୁଖ ମୋହନ ଭାଗବତଙ୍କ ଉପଦେଶ! କାହାର ବିଶ୍ୱାସକୁ କରନ୍ତୁନି ଆଘାତ

Mohan Bhagwat: ଡକ୍ଟର ହେଡଗେୱାରଙ୍କ ସମୟରୁ ଏପରି ଚାଲି ଆସୁଛି ଓ ଗୁରୁଜୀ ଜିଲାନିଙ୍କୁ ସାକ୍ଷାତ କରିଥିଲେ । ସେବେଠାରୁ ଆମେ ସମସ୍ତ ବର୍ଗ ସହିତ କଥାବାର୍ତ୍ତା କରୁଛୁ । କେବଳ ଏତିକି ନୁହେଁ, ସେ କହିଛନ୍ତି ଯେ ଆମେ ଏଭଳି ସମାଜରୁ ଆସିଛୁ, ଯାହା ଭୁଲକୁ ଗ୍ରହଣ କରେ ନାହିଁ । ଯଦିଓ ସମାଜର ସଂଘ ଉପରେ ବିଶ୍ୱାସ ଅଛି, କିନ୍ତୁ ଯଦି ଆମେ ମଧ୍ୟ କିଛି ଭୁଲ୍ କରିଥାଉ, ସମାଜ ଆମକୁ କାନ ଧରି ଉଠବସ କରାଇବ ।

Mohan Bhagwat: ପ୍ରଫେଟ ମହମ୍ମଦ ବିବାଦ ଉପରେ RSS ପ୍ରମୁଖ ମୋହନ ଭାଗବତଙ୍କ ଉପଦେଶ! କାହାର ବିଶ୍ୱାସକୁ କରନ୍ତୁନି ଆଘାତ

ନୂଆଦିଲ୍ଲୀ: Mohan Bhagwat: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (Rashtriya Swayamsevak Sangh) ମୁଖ୍ୟ ମୋହନ ଭାଗବତ (Mohan Bhagwat) ବିଜୟ ଦଶମୀ (Vijayadashami 2022) ଅବସରରେ ଦେଇଥିବା ଭାଷଣରେ ପ୍ରଫେଟ ମହମ୍ମଦ (Prophet Mohammad) ଙ୍କ ଉପରେ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ ଯୋଗୁଁ ଦେଖାଦେଇଥିବା ବିବାଦ ଉପରେ ନିଜର ମତ ରଖିଛନ୍ତି । ଏହି ସମୟରେ ସେ କାହାର ନାମ ନେଇନାହାଁନ୍ତି, କିନ୍ତୁ ଇସାରାରେ ହିଁ ବୟାନ ଦେଉଥିବା ଲୋକଙ୍କୁ ଉପଦେଶ ଦେଇଛନ୍ତି । ସେ କହିଛନ୍ତି ଯେ, କାହାର ବିଶ୍ୱାସକୁ ଆଘାତ ପହଞ୍ଚାଇବା ଉଚିତ ନୁହେଁ । ଏହାର ଧ୍ୟାନ ରଖିବା ଉଚିତ । ସମାଜକୁ ଭାଙ୍ଗିବା ପାଇଁ ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି । ଉଦୟପୁର, ଅମ୍ରାବତୀ ସମେତ ଅନେକ ସ୍ଥାନରେ କ୍ରୁର ଘଟଣା ଘଟିଛି । ସମଗ୍ର ସମାଜରେ ଅଶାନ୍ତି ବ୍ୟାପିବାର ବିପଦ ରହିଛି । ମୁସଲମାନମାନଙ୍କର ପ୍ରମୁଖ ଲୋକ ମଧ୍ୟ ଏହାକୁ ବିରୋଧ କରିଛନ୍ତି ।

ତାଙ୍କର ଏହି ଟିପ୍ପଣୀ ସେହି ଲୋକମାନଙ୍କ ପାଇଁ ସନ୍ଦେଶ ବୋଲି ମନେ କରାଯାଉଛି, ଯେଉଁମାନଙ୍କ ବୟାନ ବିବାଦୀୟ ରହିଛି । ଏହି ସମୟରେ ଦିଲ୍ଲୀର ଏକ ମସଜିଦ ଗସ୍ତ ବିଷୟରେ ମୋହନ ଭାଗବତ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ଆରଏସଏସ ତରଫରୁ ସଂଖ୍ୟାଲଘୁଙ୍କ ସହ ଆଲୋଚନା କରିବା ପ୍ରଥମ ଥର ପାଇଁ ହୋଇନାହିଁ । ଆମେ ଏହା ପୂର୍ବରୁ କରିସାରିଛୁ । ଡକ୍ଟର ହେଡଗେୱାରଙ୍କ ସମୟରୁ ଏପରି ଚାଲି ଆସୁଛି ଓ ଗୁରୁଜୀ ଜିଲାନିଙ୍କୁ ସାକ୍ଷାତ କରିଥିଲେ । ସେବେଠାରୁ ଆମେ ସମସ୍ତ ବର୍ଗ ସହିତ କଥାବାର୍ତ୍ତା କରୁଛୁ । କେବଳ ଏତିକି ନୁହେଁ, ସେ କହିଛନ୍ତି ଯେ ଆମେ ଏଭଳି ସମାଜରୁ ଆସିଛୁ, ଯାହା ଭୁଲକୁ ଗ୍ରହଣ କରେ ନାହିଁ । ଯଦିଓ ସମାଜର ସଂଘ ଉପରେ ବିଶ୍ୱାସ ଅଛି, କିନ୍ତୁ ଯଦି ଆମେ ମଧ୍ୟ କିଛି ଭୁଲ୍ କରିଥାଉ, ସମାଜ ଆମକୁ କାନ ଧରି ଉଠବସ କରାଇବ । ଭୁଲ ଘଟଣା ଉପରେ ହିନ୍ଦୁ ସମାଜ ଖୋଲାଖୋଲି ଭାବେ କହୁଛି ।

ଅଧିକ ପଢ଼ନ୍ତୁ:-ଟି-୨୦ରେ ରୋହିତ ଶର୍ମାଙ୍କ ନାମରେ ଯୋଡ଼ି ହେଲା ଲଜ୍ଜାଜନକ ରେକର୍ଡ, ଏପରି କରିଥିବା ପ୍ରଥମ ଭାରତୀୟ ଖେଳାଳି

ଆରଏସଏସ ମୁଖ୍ୟ ସ୍ପଷ୍ଟ ଭାବେ କହିଛନ୍ତି ଯେ, କାହାର ବିଶ୍ୱାସକୁ ଆଘାତ ନକରିବାକୁ ଯତ୍ନବାନ ହେବାକୁ ପଡ଼ିବ । ଆମେ ଅଲଗା ଦେଖାଯାଉ, କିନ୍ତୁ ଏପରି ନୁହେଁ । ଅଲଗା ହେବାର ଧାରଣା ଭୁଲ ଅଟେ । ଆମେ ଏହାର ଫଳାଫଳ ଦେଖିଛୁ ଓ ଏହି କାରଣରୁ ଆମେ ଭୂମି ହରାଇଛୁ ଏବଂ ଆମ ପରିବାର ନଷ୍ଟ ହୋଇଛି । ଆମକୁ ଏକ ରହିବାକୁ ପଡ଼ିବ । ଯଦିଓ ଆମର ଧର୍ମ ଓ ସମ୍ପ୍ରଦାୟ ଭିନ୍ନ, କିନ୍ତୁ ଏକ ସମାଜ ଓ ଜାତୀୟତା ଭାବରେ ଆମେ ଏକ । କେବଳ ଏଭଳି ଧାରଣା ଦ୍ୱାରା ଦେଶକୁ ଏକତା ଓ ପ୍ରଗତି ପଥରେ ନିଆଯାଇପାରିବ । ଏହି ସମୟରେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସଂଘ ପ୍ରମୁଖ ମଧ୍ୟ କହିଛନ୍ତି ।