ରାସନ ନେବା ନିୟମରେ ହେବ ବଡ଼ ପରିବର୍ତ୍ତନ! ଜାଣି ନିଅନ୍ତୁ ନୂଆ ପ୍ରାବଧାନ ବିଷୟରେ...
Advertisement

ରାସନ ନେବା ନିୟମରେ ହେବ ବଡ଼ ପରିବର୍ତ୍ତନ! ଜାଣି ନିଅନ୍ତୁ ନୂଆ ପ୍ରାବଧାନ ବିଷୟରେ...

ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ଅନୁଯାୟୀ, ବର୍ତ୍ତମାନ ଦେଶରେ ୮୦ କୋଟି ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଲାଭ ଉଠାଉଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ଅଟନ୍ତି । ଏହାକୁ ଧ୍ୟାନରେ ରଖି ସାର୍ବଜନୀନ ବଣ୍ଟନ ମନ୍ତ୍ରଣାଳୟ ମାନଦଣ୍ଡରେ ପରିବର୍ତ୍ତନ ଆଣିବାକୁ ଯାଉଛି । 

ରାସନ ନେବା ନିୟମରେ ହେବ ବଡ଼ ପରିବର୍ତ୍ତନ! ଜାଣି ନିଅନ୍ତୁ ନୂଆ ପ୍ରାବଧାନ ବିଷୟରେ...

ନୂଆଦିଲ୍ଲୀ: ରାସନ କାର୍ଡର ହିତାଧିକାରୀ ( Ration Card Holders) ଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ମାଗଣା ରାସନ (Free Ration) ର ଅବଧି ସରକାର ବୃଦ୍ଧି କରିଛନ୍ତି । ଏହି ସମୟ ମଧ୍ୟରେ ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ (Food and Public Distribution Department)  ରାସନ କାର୍ଡ (Ration Card) ର ନିୟମରେ ପରିବର୍ତ୍ତନ ଆଣୁଛି । ସରକାରୀ ରାସନ ଦୋକାନ (Government Ration Shops) ରୁ ଖାଦ୍ୟଶସ୍ୟ ଗ୍ରହଣ କରୁଥିବା ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ସ୍ଥିର କରାଯାଇଥିବା ମାନଦଣ୍ଡରେ ପରିବର୍ତ୍ତନ କରାଯାଉଛି । ନୂତନ ମାନଦଣ୍ଡ ଡ୍ରାଫ୍ଟ ବର୍ତ୍ତମାନ ପ୍ରସ୍ତୁତ ହୋଇସାରିଛି । କେବଳ ଏତିକି ନୁହେଁ ରାଜ୍ୟ ସରକାରଙ୍କ ସହ ଅନେକ ପର୍ଯ୍ୟାୟର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ନୂଆ ବ୍ୟବସ୍ଥାରେ କ’ଣ ଘଟିବ ଆସନ୍ତୁ ଜାଣିବା ।

ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ଅନୁଯାୟୀ, ବର୍ତ୍ତମାନ ଦେଶରେ ୮୦ କୋଟି ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଲାଭ ଉଠାଉଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ଅଟନ୍ତି । ଏହାକୁ ଧ୍ୟାନରେ ରଖି ସାର୍ବଜନୀନ ବଣ୍ଟନ ମନ୍ତ୍ରଣାଳୟ ମାନଦଣ୍ଡରେ ପରିବର୍ତ୍ତନ ଆଣିବାକୁ ଯାଉଛି । ବାସ୍ତବରେ, ବର୍ତ୍ତମାନ ନୂତନ ମାନକ ସଂପୂର୍ଣ୍ଣ ସ୍ୱଚ୍ଛ ହେବ ଯାହା ଦ୍ୱାରା କୌଣସି ବିଶୃଙ୍ଖଳା ହୋଇପାରିବ ନାହିଁ । ବିଗତ ଦିନରେ ଖବର ଆସିଥିଲା ଯେ ଦେଶରେ ବହୁ ସଂଖ୍ୟାରେ ଅଯୋଗ୍ୟ ବ୍ୟକ୍ତିଙ୍କୁ ମଧ୍ୟ ରାସନ ମିଳୁଛି । ତେଣୁ ସରକାର ଏଥିରେ ପାରଦର୍ଶିତା ଆଣିବା ପାଇଁ ପଦକ୍ଷେପ ନେଉଛନ୍ତି । 

ଏହି ପରିପ୍ରେକ୍ଷୀରେ ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ କହିଛି ଯେ, ମାନକରେ ପରିବର୍ତ୍ତନକୁ ନେଇ ରାଜ୍ୟମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହେଉଛି । ରାଜ୍ୟଗୁଡିକ ଦେଇଥିବା ପରାମର୍ଶକୁ ଅନ୍ତର୍ଭୁକ୍ତ କରି ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ନୂତନ ମାନକ ପ୍ରସ୍ତୁତ ହେଉଛି । ଏହି ମାନକଗୁଡିକ ଶୀଘ୍ର ଚୂଡାନ୍ତ ହେବ । ନୂତନ ମାନକ କାର୍ଯ୍ୟକାରୀ ହେବା ପରେ କେବଳ ଯୋଗ୍ୟ ବ୍ୟକ୍ତି ଏହି ସୁବିଧା ପାଇବେ, ଅଯୋଗ୍ୟ ଲୋକମାନେ ଏହି ସୁବିଧା ପାଇପାରିବେ ନାହିଁ । ଅସହାୟ ଲୋକଙ୍କୁ ଧ୍ୟାନରେ ରଖି ଏହି ପରିବର୍ତ୍ତନ କରାଯାଉଛି ।

ଏହା ବି ପଢ଼ନ୍ତୁ:-ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ହୋଇଛି ଭୟଙ୍କର 'ସେରେବ୍ରାଲ୍ ଆନିୟର୍ସମ୍' ରୋଗ! ଜାଣନ୍ତୁ ଏହି ରୋଗର କାରଣ ଓ ଲକ୍ଷଣ

ଏହା ବି ପଢ଼ନ୍ତୁ:-ପିଏମ ମୋଦିଙ୍କ ଉପରେ କୁହନ୍ତୁ ୫ଟି ଲାଇନ୍? ଜାଣନ୍ତୁ କ'ଣ କହିଲେ ପ୍ରଶାନ୍ତ କିଶୋର

ଏହା ବି ପଢ଼ନ୍ତୁ:-୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବ ବିଜେପି, ଜାଣନ୍ତୁ କେଉଁ କେଉଁ ନାଁକୁ ନେଇ ଚାଲିଛି ଚର୍ଚ୍ଚା

 

ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ 'ୱନ୍ ନେସନ୍, ୱନ ରାସନ କାର୍ଡ' (ONORC) ଯୋଜନା କାର୍ଯ୍ୟକାରୀ ହୋଇସାରିଛି । କୋଟି କୋଟି ହିତାଧିକାରୀ ଅର୍ଥାତ୍ NFSA ଅନ୍ତର୍ଗତ ଆସୁଥିବା ଜନସଂଖ୍ୟାର ୮୬ ପ୍ରତିଶତ ଏହି ଯୋଜନାର ଲାଭ ଉଠାଉଛନ୍ତି । ପ୍ରତି ମାସରେ ପ୍ରାୟ ୧.୫ କୋଟି ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ଲାଭ ଉଠାଉଛନ୍ତି ।