Russia Ukraine War: ଭି.କେ ସିଂ କହିଛନ୍ତି ଯେ, ଏବେବି ୧୬୦୦-୧୭୦୦ ପିଲାଙ୍କୁ ଭାରତ ପଠାଯିବାର ଅଛି । ଗତ ତିନି ଦିନ ମଧ୍ୟରେ ପ୍ରାୟ ୧୪୦୦ ପିଲା ସାତୋଟି ବିମାନରେ ଯାଇଛନ୍ତି । କିଛି ପିଲା ନିଜସ୍ୱ ଉପାୟରେ ୱାର୍ସରେ ପହଞ୍ଚି ନିଜ ସମ୍ପର୍କୀୟଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ପୋଲାଣ୍ଡରେ ସୁରକ୍ଷିତ ଅଛନ୍ତି । ସେ କହିଛନ୍ତି ଆସନ୍ତାକାଲି ଆମେ ସମୁଦାୟ ୫ଟି ବିମାନ ଉଡ଼ାଣ କରିବୁ, ଯେଉଁଥିରେ ଆମେ ୮୦୦-୯୦୦ ପିଲାଙ୍କୁ ଭାରତ ପଠାଇବୁ । ଛାତ୍ରଙ୍କ ରହିବା ପାଇଁ ଆମେ ଏଠାରେ ଏକ ଅସ୍ଥାୟୀ ବ୍ୟବସ୍ଥା କରିଛୁ ।
Trending Photos
ନୂଆଦିଲ୍ଲୀ: Russia Ukraine War: ଆଜି ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଯୁଦ୍ଧର ନବମ ଦିନ ଓ ଏହି ଲଢ଼େଇ ଦିନକୁ ଦିନ ଭୀଷଣ ହେବାରେ ଲାଗିଛି । ଏହା ମଧ୍ୟରେ କିଛି ଭାରତୀୟ ଛାତ୍ର ୟୁକ୍ରେନର ରାଜଧାନୀ କୀଭ (Kyiv) ଓ ବୃହତ୍ତମ ସହର ଖାର୍କିଭ (Kharkiv) ରେ ଫସି ରହିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଋଷର ସେନା ଖାର୍କିଭ, ଚେର୍ନିଭିଭ, ବୋରୋଦାଏଙ୍କା, ମାରିଅପୋଲରେ ଭାରି ବୋମା ବର୍ଷା କରିଛି । ଏହି ଆକ୍ରମଣରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ସମୟରେ ଭାରତ ସରକାର (Indian Government) କହିଛି ଯେ, କୀଭରେ ଜଣେ ଭାରତୀୟ ଛାତ୍ର (Indian Student) ଙ୍କୁ ଗୁଳି ଲାଗିଛି ଓ ପରେ ତାଙ୍କୁ ପୁଣି କୀଭକୁ ପଠାଯାଇଛି ।
ପୋଲାଣ୍ଡର ପଡୋଶୀ ଦେଶ ୟୁକ୍ରେନରେ ଉପସ୍ଥିତ ଥିବା ବେସାମରିକ ବିମାନ ଚଳାଚଳ କେନ୍ଦ୍ର ମନ୍ତ୍ରୀ ଜେନେରାଲ (ଅବସରପ୍ରାପ୍ତ) ଭି.କେ ସିଂ (General (Retd) VK Singh) କହିଛନ୍ତି ଯେ ଆଜି ଖବର ଆସିଛି ଯେ କୀଭରୁ ଆସୁଥିବା ଜଣେ ଛାତ୍ରଙ୍କୁ ଗୁଳି ଲାଗିଛି ଓ ଅଧା ବାଟରୁ ତାଙ୍କୁ କୀଭକୁ ଫେରାଇ ନିଆଯାଇଛି । ଆମେ ଅଳ୍ପ ପରିମାଣର କ୍ଷତି ସହ ଯଥାସମ୍ଭବ ପିଲାଙ୍କୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛୁ ।
ଏହା ବି ପଢ଼ନ୍ତୁ:-ପୁଟିନଙ୍କ ଚିନ୍ତା ବଢ଼ାଇଲା ଆମେରିକା! ଋଷକୁ ଆଉ ଏକ ବଡ଼ ଝଟକା ଦେଲେ ବାଇଡେନ
ଏହା ବି ପଢ଼ନ୍ତୁ:-ବିହାରରେ ଏକାଧିକ ବୋମା ବିସ୍ଫୋରଣ: ୭ ମୃତ, ୧୨ରୁ ଉର୍ଦ୍ଧ୍ୱ ଗୁରୁତର
ଏହା ବି ପଢ଼ନ୍ତୁ:-ଭାରତର ଏହି ଯୁଦ୍ଧ ବିମାନକୁ କ'ଣ ପାଇଁ ଡରନ୍ତି ଚୀନ ଓ ପାକ୍, ସ୍ପିଡରେ F-16 କୁ ଦେଇଥାଏ ମାତ୍, ଜାଣନ୍ତୁ ଏହାର ଅନ୍ୟାନ୍ୟ ବିଶେଷତା
ଭି.କେ ସିଂ କହିଛନ୍ତି ଯେ, ଏବେବି ୧୬୦୦-୧୭୦୦ ପିଲାଙ୍କୁ ଭାରତ ପଠାଯିବାର ଅଛି । ଗତ ତିନି ଦିନ ମଧ୍ୟରେ ପ୍ରାୟ ୧୪୦୦ ପିଲା ସାତୋଟି ବିମାନରେ ଯାଇଛନ୍ତି । କିଛି ପିଲା ନିଜସ୍ୱ ଉପାୟରେ ୱାର୍ସରେ ପହଞ୍ଚି ନିଜ ସମ୍ପର୍କୀୟଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ପୋଲାଣ୍ଡରେ ସୁରକ୍ଷିତ ଅଛନ୍ତି । ସେ କହିଛନ୍ତି ଆସନ୍ତାକାଲି ଆମେ ସମୁଦାୟ ୫ଟି ବିମାନ ଉଡ଼ାଣ କରିବୁ, ଯେଉଁଥିରେ ଆମେ ୮୦୦-୯୦୦ ପିଲାଙ୍କୁ ଭାରତ ପଠାଇବୁ । ଛାତ୍ରଙ୍କ ରହିବା ପାଇଁ ଆମେ ଏଠାରେ ଏକ ଅସ୍ଥାୟୀ ବ୍ୟବସ୍ଥା କରିଛୁ ।