ପୁଟିନଙ୍କ ପାଇଁ ବଳିଦାନ! ୧୮ ବର୍ଷରୁ କମ୍ ବୟସର ପୁଅମାନଙ୍କୁ ଯୁଦ୍ଧ ଲଢ଼ିବାକୁ ପଠାଇବେ ଚେଚେନ୍ୟା କମାଣ୍ଡର
Advertisement

ପୁଟିନଙ୍କ ପାଇଁ ବଳିଦାନ! ୧୮ ବର୍ଷରୁ କମ୍ ବୟସର ପୁଅମାନଙ୍କୁ ଯୁଦ୍ଧ ଲଢ଼ିବାକୁ ପଠାଇବେ ଚେଚେନ୍ୟା କମାଣ୍ଡର

Russia Ukraine War:  ଏଠାରେ ଧ୍ୟାନ ଦେବା ଜରୁରୀ ଯେ ଋଷ ଜାତିସଂଘର ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି, ଯାହା ଅନୁସାରେ ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ସିଧାସଳଖ ଯୁଦ୍ଧରେ ଭାଗ ନେବାକୁ ବାରଣ କରାଯାଇଛି । ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଯୁଦ୍ଧରେ ବ୍ୟବହାର କରିବା ଅନ୍ତର୍ଜାତୀୟ ଅପରାଧ କୋର୍ଟ ଦ୍ୱାରା ଯୁଦ୍ଧ ଅପରାଧ ବୋଲି ମନେ କରାଯାଏ । ୨୦୦୭ରୁ କାଦିରୋଭ ଚେଚେନ୍ୟାର ନେତା ରହିଆସିଛନ୍ତି ।

ପୁଟିନଙ୍କ ପାଇଁ ବଳିଦାନ! ୧୮ ବର୍ଷରୁ କମ୍ ବୟସର ପୁଅମାନଙ୍କୁ ଯୁଦ୍ଧ ଲଢ଼ିବାକୁ ପଠାଇବେ ଚେଚେନ୍ୟା କମାଣ୍ଡର

ନୂଆଦିଲ୍ଲୀ: Russia Ukraine War: ଋଷ ଓ ୟୁକ୍ରେନ ମଧ୍ୟରେ ଭୀଷଣ ଲଢ଼େଇ ଜାରି ରହିଛି । ଚଳିତ ବର୍ଷ ଫେବୃଆରୀ ମାସ ଶେଷ ଆଡ଼କୁ ଆରମ୍ଭ ହୋଇଥିବା ଯୁଦ୍ଧ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି । ଏହି ଯୁଦ୍ଧରେ ୟୁକ୍ରେନର ଅଧିକାଂଶ ସହରର ଶ୍ମଶାନରେ ପରିଣତ ହୋଇସାରିଛି । ଋଷକୁ ମଧ୍ୟ ବହୁ କ୍ଷତି ସହିବାକୁ ପଡ଼ୁଛି । ତଥାପି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଅଭିଯାନକୁ ଶେଷ କରିବା ମୁଡରେ ନାହାଁନ୍ତି । ସେ ପୂରା ୟୁକ୍ରେନକୁ ଦଖଲ କରିବାର ଯୋଜନା କରୁଛନ୍ତି । ଏହି ସମୟରେ ଚେଚେନ୍ୟା ନେତା ରମଜାନ କାଦିରୋଭଙ୍କ ଘୋଷଣା ସମସ୍ତଙ୍କୁ ଚକିତ କରିଦେଇଛି । କାଦିରୋଭ କହିଛନ୍ତି ଯେ, ତାଙ୍କର ୧୪,୧୫ ଏବଂ ୧୬ ବର୍ଷର ତିନି ପୁଅ ଖୁବ ଶୀଘ୍ର ଋଷ ସେନା ସହିତ ୟୁକ୍ରେନ ସେନା ବିରୁଦ୍ଧରେ ଯୁଦ୍ଧ କରିବେ । 

ସୋସିଆଲ ମିଡିଆରେ ରମଜାନ କାଦିରୋଭ ଲେଖିଛନ୍ତି ଯେ, ଜଣେ ବାପାଙ୍କୁ ନିଜ ପୁଅମାନଙ୍କୁ ନିଜ ପରିବାର, ଲୋକ ଏବଂ ପିତୃଭମିର ସୁରକ୍ଷା କରିବା ପାଇଁ ଶିକ୍ଷା ଦେବା ଉଚିତ୍ । ଆପଣଙ୍କୁ କହି ରଖୁଛୁ ଯେ, କାଦିରୋଭ ଭ୍ଲାଦିମିର ପୁଟିନଙ୍କର ଜଣେ ଦୃଢ଼ ସହଯୋଗୀ ଅଟନ୍ତି । ଯଦିଓ ନିକଟ ଅତୀତରେ ସେ ଋଷର ସାମରିକ ନେତୃତ୍ୱକୁ ସମାଲୋଚନା କରିଥିଲେ । ଏଠାରେ ଧ୍ୟାନ ଦେବା ଜରୁରୀ ଯେ ଋଷ ଜାତିସଂଘର ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି, ଯାହା ଅନୁସାରେ ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ସିଧାସଳଖ ଯୁଦ୍ଧରେ ଭାଗ ନେବାକୁ ବାରଣ କରାଯାଇଛି । ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଯୁଦ୍ଧରେ ବ୍ୟବହାର କରିବା ଅନ୍ତର୍ଜାତୀୟ ଅପରାଧ କୋର୍ଟ ଦ୍ୱାରା ଯୁଦ୍ଧ ଅପରାଧ ବୋଲି ମନେ କରାଯାଏ । 

ଅଧିକ ପଢ଼ନ୍ତୁ:-ପୁଟିନଙ୍କ ପାଇଁ ବଳିଦାନ! ୧୮ ବର୍ଷରୁ କମ୍ ବୟସର ପୁଅମାନଙ୍କୁ ଯୁଦ୍ଧ ଲଢ଼ିବାକୁ ପଠାଇବେ ଚେଚେନ୍ୟା କମାଣ୍ଡର

ଅଧିକ ପଢ଼ନ୍ତୁ:-କେଜ୍ରିୱାଲ ସରକାରଙ୍କ ପାଇଁ ପୁଣି ବଢ଼ିଲା ସଙ୍କଟ! ଦିଲ୍ଲୀ ଉପରାଜ୍ୟପାଳ ନେଲେ ଏହି ବଡ଼ ପଦକ୍ଷେପ

ଅଧିକ ପଢ଼ନ୍ତୁ:-ଏହିପରି ଆରମ୍ଭ ହୋଇଥିଲା ବିଶ୍ୱ ପ୍ରସିଦ୍ଧ 'ଦୁର୍ଗା ପୂଜା', ଜାଣନ୍ତୁ ଏହାର ଇତିହାସ ଓ ପୂଜା ବିଧି

 

ଟେଲିଗ୍ରାମ ମେସେଜିଂ ଆପରେ ଏକ ଲମ୍ବା ପୋଷ୍ଟରେ କାଦିରୋଭ କହିଛନ୍ତି ଯେ, ତାଙ୍କ ପୁଅମାନଙ୍କ ସାମରିକ ତାଲିମ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ସେମାନେ ଛୋଟ ଥିଲେ । ସେମାନଙ୍କ ପାଇଁ ବର୍ତ୍ତମାନ ବାସ୍ତବ ଲଢ଼େଇର ଅନୁଭବ କରିବାର ସମୟ ଆସିଯାଇଛି । ସେ ମଧ୍ୟ ସେହି ଲୋକଙ୍କୁ ଟାର୍ଗେଟ କରିଛନ୍ତି ଯେଉଁମାନେ ଦାବି କରିଛନ୍ତି ଯେ ଚେଚେନ ନେତାଙ୍କ ପରିବାର ସଦସ୍ୟ ୟୁକ୍ରେନରେ ସାମରିକ କାର୍ଯ୍ୟରେ ଭାଗ ନେଉ ନାହାଁନ୍ତି । ୟୁକ୍ରେନର ଚେଚେନ ବାହିନୀକୁ କିଛି ଲୋକଙ୍କ ଦ୍ୱାରା ପରିହାସ କରାଯାଇଛି । କାରଣ ସେମାନେ ଫ୍ରଣ୍ଟ ଲାଇନ ଯୁଦ୍ଧରେ ଭାଗ ନେବା ଅପେକ୍ଷା ସୋସିଆଲ ମିଡିଆରେ ଚମତ୍କାର ଭିଡିଓ ଅପଲୋଡ୍ କରିବାରେ ଅଧିକ ଧ୍ୟାନ ଦିଅନ୍ତି ବୋଲି ଦାବି କରାଯାଇଛି । ୨୦୦୭ରୁ କାଦିରୋଭ ଚେଚେନ୍ୟାର ନେତା ରହିଆସିଛନ୍ତି । ସେବେଠାରୁ ଚେଚେନ୍ୟାରେ ଆପେକ୍ଷିକ ସ୍ଥିରତାର ସମୟ ରହିଆସିଛି । ଚେଚେନ୍ୟା ଏକ ଦଶନ୍ଧି ଧରି ସ୍ୱାଧୀନତା ପାଇଁ ଏକ ଅସଫଳ ସଂଗ୍ରାମ କରିଥିଲା ।

କାଦିରୋଭ ତାଙ୍କର ତିନି ପୁଅଙ୍କ ଫଟୋ ଓ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଭିଡିଓରେ ତାଙ୍କର ତିନି ପିଲା ଟ୍ରେନିଂ ନେଉଥିବାର ନଜର ଆସିଛନ୍ତି । ଅତୀତରେ ଋଷର ସେନାର ବିଫଳତାକୁ ଦୃଷ୍ଟିରେ ରଖି କାଦିରୋଭ ଋଷର ସାମରିକ ନେତୃତ୍ୱକୁ କଡ଼ା ସମାଲୋଚନା କରିଥିଲେ । ସେ ୟୁକ୍ରେନ ବିରୋଧରେ ଅଧିକ କଠୋର ପଦକ୍ଷେପ ନେବାକୁ ଋଷକୁ ଆହ୍ୱାନ କରିଛନ୍ତି । ଯେଉଁଥିରେ ପରମାଣୁ ଅସ୍ତ୍ର ବ୍ୟବହାର କରିବା ସାମିଲ ରହିଛି ।