Shocking News: ରାସ୍ତାରେ ଯାଉଥିଲା କାର, ଅଚାନକ ଆସି ମାଡ଼ ହେଲା ମିସାଇଲ, ଆଉ ତାପରେ...
Advertisement
Article Detail0/zeeodisha/odisha1447610

Shocking News: ରାସ୍ତାରେ ଯାଉଥିଲା କାର, ଅଚାନକ ଆସି ମାଡ଼ ହେଲା ମିସାଇଲ, ଆଉ ତାପରେ...

Russia Ukraine Conflict:  ଗୁରୁବାର ରାଜଧାନୀ କୀଭ ଉପରେ ଋଷିଆ ପକ୍ଷରୁ କ୍ରୁଜ୍ ମିସାଇଲ ମାଡ଼ କରାଯିବା ଏବଂ ୟୁକ୍ରେନ ସେନା ପକ୍ଷରୁ ଏହି କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାର ଭିଡିଓ ସୋସିଆଲ ମିଡିଆ ଯୋଗେ ଭାଇରାଲ ହେବାରେ ଲାଗିଛି। 

Shocking News: ରାସ୍ତାରେ ଯାଉଥିଲା କାର, ଅଚାନକ ଆସି ମାଡ଼ ହେଲା ମିସାଇଲ, ଆଉ ତାପରେ...

Missile Viral Video: ୟୁକ୍ରେନ ଉପରେ ଋଷିଆ ପକ୍ଷରୁ କରାଯାଉଥିବା ଆକ୍ରମଣ ବନ୍ଦ ହେବାର ନାମ ନେଉନାହିଁ। ଋଷିଆ ପକ୍ଷରୁ ୟୁକ୍ରେନ ସହର ଉପରେ କ୍ରମାାଗତ ଭାବେ ବୋମାମାଡ କରାଯାଉଛି। ସଦ୍ୟ ନିପ୍ରୋ ସହରରୁ ଏପରି ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ରାସ୍ତାରେ କିଛି କାର ଦୃଶ୍ୟମାନ ହେଉଛି। ଏହି ସମୟରେ ହଠାତ୍ ଏକ କ୍ଷେପଣାସ୍ତ୍ର ଆସି ଏହି କାର ଉପରେ ପଡୁଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ଗୁରୁବାର ଆସିଥିଲା। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ଏହି ଭଡ଼ିଓ ସେୟାର କରାଯାଇଛି। ଗୁରୁବାର ଋଷିଆ ପକ୍ଷରୁ ଏହାର କାଲିବର କ୍ରୁଜ୍ କ୍ଷେପଣାସ୍ତ୍ର ୟୁକ୍ରେନ ରାଜଧାନୀ କୀଭ ଉପରେ ମାଡ଼ କରାଯାଇଥିଲା। ହେଲେ ଏହାକୁ ବାୟୁ ମାର୍ଗରେ ପାଲଟା ମିସାଇଲ ମାରି ବିଫଳ କରି ଦେଇଥିଲା ୟୁକ୍ରେନ। 

ଏହି ଭିଡ଼ିଓ ଏକ କାର ଭିତରୁ ସୁଟିଂ କରାଯାଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଯେ ଏକ କାର ରାସ୍ତାରେ ଯାଉଛି। ହେଲେ ଏହି ସମୟରେ ହଠାତ୍ ଏକ କ୍ଷେପଣାସ୍ତ୍ର ଆସି ଖସିପଡୁଛି। ଏହା ପରେ ରାସ୍ତାରେ କେବଳ ନିଆଁ ଦେଖିବାକୁ ମିଳୁଛି। ଏହି ନିଆଁ କବଳରୁ ବଞ୍ଚିବା ପାଇଁ ରାସ୍ତାରେ ଯାଉଥିବା ଇଆଡେ ସିଆଡେ ଯିବା ଆରମ୍ଭ କରିଛନ୍ତି।

ଏହି ଭିଡ଼ିଓ ସେୟାର କରି ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହା ହେଉଛି ୟୁକ୍ରେନ ନିପ୍ରୋ ସହର। ଆଜି ହେଉଛି ଏକବିଂଶ ଶତାବ୍ଦୀ। ଆତଙ୍କବାଦୀଙ୍କୁ ଦଣ୍ଡ ମିଳିନାହିଁ। ଆମେ ନ୍ୟାୟ କରିବୁ। ଆମେ ଆନ୍ତର୍ଜାତୀୟ ଆଇନକୁ ସୁରକ୍ଷା ଦେବୁ। ୟୁକ୍ରେନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରଥମ ଉପମନ୍ତ୍ରୀ ଏମାଇନ ଡିଜପର୍ ମଧ୍ୟ ଏହି ଭିଡିଓ ସେୟାର କରିଛନ୍ତି। ଏନେଇ ମନ୍ତ୍ରୀ କହିଛନ୍ତି ନିପ୍ରୋ ସହରରେ ଋଷିଆ ପକ୍ଷରୁ କରାଯାଇଥିବା ଆକ୍ରମଣରେ ଜଣେ ୧୫ ବର୍ଷର ବାଳିକା ସମେତ ମୋଟ ୧୪ ଜଣ ଆହତ ହୋଇଛନ୍ତି। ଆକ୍ରମଣ ପରେ ଋଷିଆ କ୍ଷେପଣାସ୍ତ୍ରର ଏକ ଟୁକୁଡା଼ ଜଣେ ମହିଳାଙ୍କ ଦେହରେ ଫସିଯାଇଛି। ତାଙ୍କ ଜୀବନ ବଞ୍ଚାଇବା ପାଇଁ ଡାକ୍ତର ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି।

ଗୁରୁବାର ଋଷିଆ ପକ୍ଷରୁ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରାଯାଇଥିଲା। ଋଷିଆ ପକ୍ଷରୁ କ୍ରମାଗତ ଭାବେ କରାଯାଉଥିବା ଆକ୍ରମଣ ଯୋଗୁଁ ୟୁକ୍ରେନର ଶକ୍ତି ଭିତ୍ତିଭୂମି ଭୁଶୁଡି ପଡିଛି। ସେଠାରେ ଥଣ୍ଡା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ରାଜଧାନୀ କୀଭ ଉପରେ  ଦୁଇଟି କ୍ରୁଜ୍ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ହେଲେ ଏହି ଘଟଣାରେ କେତେ ଜଣ ଲୋକଙ୍କ ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପ୍ରାୟ ୯ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଋଷିଆ-ୟୁକ୍ରେନ ଯୁଦ୍ଧ ପୁଣି ଥରେ ଘନେଇବାରେ ଲାଗିଛି। ଗତ ଗୁରୁବାର ଋଷିଆ ପକ୍ଷରୁ ଭୂପୃଷ୍ଠରୁ ବାୟୁ ମାର୍ଗରେ ଲକ୍ଷ୍ୟ ଭେଦ କରୁଥିବା ଏହି କ୍ରୁଜ୍ ମିସାଇଲ ମାଡ଼ କରାଯାଇଥିଲା। ଏହାର ଜବାବ ଦେବାକୁ ଯାଇ ୟୁକ୍ରେନ ସେନା   ରାଡାର ଯୋଗେ ଏହି କ୍ଷେପଣାସ୍ତ୍ରକୁ ଠାବ କରି ଏହାକୁ ବାୟୁ ମାର୍ଗରେ ବିଫଳ କରି ଦେଇଥିଲେ। ଗୁରୁବାର ରାଜଧାନୀ କୀଭ ଉପରେ ଋଷିଆ ପକ୍ଷରୁ କ୍ରୁଜ୍ ମିସାଇଲ ମାଡ଼ କରାଯିବା ଏବଂ ୟୁକ୍ରେନ ସେନା ପକ୍ଷରୁ ଏହି କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାର ଭିଡିଓ ସୋସିଆଲ ମିଡିଆ ଯୋଗେ ଭାଇରାଲ ହେବାରେ ଲାଗିଛି।