ୟୁକ୍ରେନର ଖାର୍କିଭ ଉପରେ ଋଷର ବୋମା ବର୍ଷା, କୀଭରେ ଆଲର୍ଟ ସାଇରନ୍, ଲୋକଙ୍କୁ ବଙ୍କରକୁ ଯିବାକୁ ପରାମର୍ଶ, ଜାଣନ୍ତୁ ଯୁଦ୍ଧର ୧୦ଟି ବଡ଼ କଥା
Advertisement
Article Detail0/zeeodisha/odisha1112142

ୟୁକ୍ରେନର ଖାର୍କିଭ ଉପରେ ଋଷର ବୋମା ବର୍ଷା, କୀଭରେ ଆଲର୍ଟ ସାଇରନ୍, ଲୋକଙ୍କୁ ବଙ୍କରକୁ ଯିବାକୁ ପରାମର୍ଶ, ଜାଣନ୍ତୁ ଯୁଦ୍ଧର ୧୦ଟି ବଡ଼ କଥା

Russia-Ukraine War: ଆପଣଙ୍କୁ କହି ରଖୁଛୁ ଯେ, ଅନେକ ଭାରତୀୟ ଛାତ୍ର ଖାର୍କିଭରେ ଫସି ରହିଛନ୍ତି । ଏହା ବ୍ୟତୀତ ୟୁକ୍ରେନର ଲଭିଭରେ ମଧ୍ୟ ଭାରତୀୟ ଛାତ୍ର ଅଛନ୍ତି । ଏହି ଅଞ୍ଚଳ ପୋଲାଣ୍ଡର ସୀମା ସହିତ ଲାଗିଥାଏ । ଅଧିକାଂଶ ଲୋକ ନିରାପଦରେ ଏଠାରୁ ବାହାରକୁ ଯିବାକୁ ଚାହାଁନ୍ତି । ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି । ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ସରକାର ଅପରେସନ୍ ଗଙ୍ଗା (Operation Ganga) ଚଳାଉଛନ୍ତି । ଏହା ଫେବୃଆରୀ ୨୬ରେ ଆରମ୍ଭ ହୋଇଥିଲା । ଏହି ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨ ହଜାରରୁ ଅଧିକ ଭାରତୀୟଙ୍କୁ ଫେରାଇ ଅଣାଯାଇଛି ।

ୟୁକ୍ରେନର ଖାର୍କିଭ ଉପରେ ଋଷର ବୋମା ବର୍ଷା, କୀଭରେ ଆଲର୍ଟ ସାଇରନ୍, ଲୋକଙ୍କୁ ବଙ୍କରକୁ ଯିବାକୁ ପରାମର୍ଶ, ଜାଣନ୍ତୁ ଯୁଦ୍ଧର ୧୦ଟି ବଡ଼ କଥା

ନୂଆଦିଲ୍ଲୀ: Russia-Ukraine War: ଋଷର ସେନା (Russian Forces) ସୋମବାର ୟୁକ୍ରେନ (Ukraine) ର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭ (Kharkiv) ଉପରେ ବୋମା ମାଡ଼ କରିଛନ୍ତି । ଏହା ସହିତ ଋଷର ସେନା ୟୁକ୍ରେନର ରାଜଧାନୀ କୀଭ (Kyiv) ର ନିକଟତର ହୋଇଛି ଓ ପ୍ରାୟ ୪୦ କିଲୋମିଟରର କନଭେନରେ ଋଷ (Russia) ର ଟ୍ୟାଙ୍କ ଓ ଅନ୍ୟାନ୍ୟ ସାମରିକ ଯାନ ମାର୍ଚ୍ଚ କରୁଛି । ଏଥି ସହିତ ଯୁଦ୍ଧକୁ ବନ୍ଦ କରିବା ପାଇଁ ଚାଲିଥିବା ଆଲୋଚନା ପରବର୍ତ୍ତୀ ପର୍ଯ୍ୟାୟର ବାର୍ତ୍ତା ଉପରେ ସହମତ ହେବା ସହିତ ସମାପ୍ତ ହୋଇଛି । ଆସନ୍ତୁ ଜାଣିବା ୟୁକ୍ରେନ-ରୁଷ ଯୁଦ୍ଧ (Russia-Ukraine War) ବିଷୟରେ ଏପର୍ଯ୍ୟନ୍ତ କ’ଣ ଅପଡେଟ୍ ଅଛି...

୧. ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (Ukraine President Volodymyr Zelensky) କହିଛନ୍ତି ଯେ, ବୋମା ବର୍ଷଣର ବୃଦ୍ଧି କେବଳ ତାଙ୍କ ଉପରେ ଚାପ ପକାଇବା ପାଇଁ କରାଯାଇଛି । ସୋମବାର ବିଳମ୍ବିତ ରାତିରେ ଜାରି ଏକ ଭିଡିଓ ବାର୍ତ୍ତାରେ ସେ କହିଛନ୍ତି ଯେ, ଏହି ସହଜ ଉପାୟରେ ଋଷ (Russia) (ୟୁକ୍ରେନ-Ukraine) ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି । ଯଦିଓ ଜେଲେନସ୍କି ଦୁଇ ଦିନ ମଧ୍ୟରେ ଦୀର୍ଘ ଦିନର ଆଲୋଚନାର ସବିଶେଷ ତଥ୍ୟ ଦେଇନାହାଁନ୍ତି, ସେ କହିଛନ୍ତି ଯେ କୀଭ କୌଣସି ପ୍ରକାରର ରିହାତି ଦେବାକୁ ପ୍ରସ୍ତୁତ ନୁହଁନ୍ତି, ଯେତେବେଳେ ଗୋଟିଏ ପଟେ ରକେଟ୍ ଓ ତୋପ ମାଧ୍ୟମରେ ଆକ୍ରମଣ କରାଯାଉଛି ।

୨. ସୂଚନାଯୋଗ୍ୟ ଯେ, ବିଗତ ୫ ଦିନ ଧରି ଜାରି ଯୁଦ୍ଧରେ ଋଷ ଏକୁଟିଆ ହେବାରେ ଲାଗିଛି, ଏହାସହ ୟୁକ୍ରେନର ଅପ୍ରତ୍ୟାଶିତ ପ୍ରତିରୋଧର ସାମ୍ନା କରିବାକୁ ପଡ଼ୁଛି । ଘରୋଇ ସ୍ତରରେ ଋଷ (Russia) କୁ ମଧ୍ୟ ଆର୍ଥିକ କ୍ଷତି ସହିବାକୁ ପଡ଼ୁଛି । ସୋମବାର ବେଲାଋଷ (Belarus) ସୀମାରେ ଋଷ ଓ ୟୁକ୍ରେନ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ କୀଭ (Kyiv) ରେ ଧମାକାର ଶବ୍ଦ ଶୁଣିବାକୁ ମିଳୁଥିଲା ଓ ଋଷର ସୈନ୍ୟମାନେ ୩୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ୟୁକ୍ରେନର ରାଜଧାନୀ କୀଭ ଆଡ଼କୁ ଅଗ୍ରସର ହେଉଛନ୍ତି ।

୩. ମ୍ୟାକ୍ସୋର ଟେକ୍ନୋଲୋଜି ଦ୍ୱାରା ଉପଲବ୍ଧ କରାଯାଇଥିବା ଉପଗ୍ରହ ଫଟୋ ଅନୁଯାୟୀ, ଯୁଦ୍ଧ ଯାନ, ଟ୍ୟାଙ୍କ, ତୋପ ଏବଂ ଅନ୍ୟାନ୍ୟ ସହାୟକ ଯାନର କନଭୋ କୀଭ ସହରଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ରହିଛି ଓ ଏହାର ଲମ୍ବ ପ୍ରାୟ ୪୦ ମାଇଲ ହେବ । ଜେଲେନସ୍କି କହିଛନ୍ତି ଯେ, ଋଷମାନଙ୍କ ପାଇଁ କୀଭ ହେଉଛି ମୁଖ୍ୟ ଲକ୍ଷ୍ୟ । ସେମାନେ ଆମ ଦେଶର ଜାତୀୟତାକୁ ନଷ୍ଟ କରିବାକୁ ଚାହୁଁଛନ୍ତି ଓ ତେଣୁ ରାଜଧାନୀ ନିରନ୍ତର ବିପଦରେ ରହିଛି ।

୪. ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଓ ୧୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଖାର୍କିଭ (Kharkiv) ରୁ ଆସିଥିବା ଭିଡିଓରେ ଦେଖାଯାଉଛି ଯେ ଜନବସତି ଅଞ୍ଚଳରେ ବୋମା ମାଡ଼ ହେଉଛି । ପ୍ରଚଣ୍ଡ ବିସ୍ଫୋରଣ ଯୋଗୁଁ ଲଗାତର ଆପାର୍ଟମେଣ୍ଟ କୋଠାଗୁଡ଼ିକରେ କମ୍ପନ ଜାରି ରହିଛି ଓ ଆକାଶରେ ନିଆଁ ଓ ଧୂଆଁ ଦେଖିବାକୁ ମିଳୁଛି ।

୫. ଖାର୍କିଭ ଅଧିକାରୀ କହିଛନ୍ତି ଯେ, ଏହି ଆକ୍ରମଣରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି । ଏଥିରେ ଆହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ସେ ଚେତାବନୀ ଦେଇଛନ୍ତି । ଏଥି ସହିତ ଘର, ସ୍କୁଲ ଏବଂ ଡାକ୍ତରଖାନା ଉପରେ ବୋମା ମାଡ଼ର ଅନେକ ଫଟୋ ସାମ୍ନାକୁ ଆସିସାରିଛି । ଅନ୍ୟପଟେ ଋଷର ସୈନ୍ୟମାନେ ଜନବସତି ଅଞ୍ଚଳକୁ ଟାର୍ଗେଟ କରିବା କଥା ଅସ୍ୱୀକାର କରିଛନ୍ତି । 

୬. ୟୁକ୍ରେନର ଅନ୍ୟ ସହର ଓ ଗାଁରେ ମଧ୍ୟ ଯୁଦ୍ଧ ଚାଲିଛି । ଜେଲେନସ୍କିଙ୍କ ପରାମର୍ଶଦାତା ଓଲେକ୍ସି ଆରେଷ୍ଟୋଭିଚ୍ କହିଛନ୍ତି ଯେ ଆଜୋଭ୍ ସାଗରର ବେଲାଭୂମି ସ୍ଥିତ ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ ବନ୍ଦର ମାରିଅପୋଲରେ ପରିସ୍ଥିତି ଅସ୍ତବ୍ୟସ୍ତ ହୋଇପଡିଛି । ପୂର୍ବ ସାମି ସହରରେ ଏକ ତୈଳ ଡିପୋ ଉପରେ ବିସ୍ଫୋରଣ ହେବାର ଖବର ମଧ୍ୟ ରହିଛି ।

୭. ଆମେରିକା (US) ଜାତିସଂଘ (United NationsA) ରେ ଋଷ (Russia) ର ମିଶନର ୧୨ ସଦସ୍ୟଙ୍କୁ ଗୁଇନ୍ଦା କାର୍ଯ୍ୟରେ ସମ୍ପୃକ୍ତ ଥିବା "ଗୁପ୍ତଚର ଅଧିକାରୀ" ହେବା ଅଭିଯୋଗରେ ସୋମବାର ବହିଷ୍କାର କରିବାକୁ ଘୋଷଣା କରିଛି । ୟୁକ୍ରେନ ଉପରେ ଋଷର ଆକ୍ରମଣର ପଞ୍ଚମ ଦିନରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଙ୍କ ପ୍ରଶାସନ ଏହି ପଦକ୍ଷେପ ନେଇଛି । ଆମେରିକା ଓ ଅନ୍ୟାନ୍ୟ ଦେଶ ଋଷର ଆକ୍ରମଣକୁ ନିନ୍ଦା କରିଛନ୍ତି ।

୮- ମିଳିତ ଜାତିସଂଘ (UN) ରେ ଆମେରିକାର ମିଶନ ଏକ ବୟାନରେ କହିଛି ଯେ ଋଷର କୂଟନୀତିଜ୍ଞମାନେ ଗୁଇନ୍ଦା କାର୍ଯ୍ୟରେ ଲିପ୍ତ ରହି ଆମେରିକାର ବାସ କରିବାର ଅଧିକାରର ଅପବ୍ୟବହାର କରିଛନ୍ତି ଯାହା ଆମର ଜାତୀୟ ସୁରକ୍ଷା ପାଇଁ କ୍ଷତିକାରକ ଅଟେ । ଏହି ପ୍ରକ୍ରିୟା ଅନେକ ମାସ ଧରି ଚାଲିଥିଲା ଓ ଚାଲିଛି ।

ଏହା ବି ପଢ଼ନ୍ତୁ:-ବାଇଡେନଙ୍କ ବଡ଼ ବୟାନ; ଋଷକୁ ଅଟକାଇବା ପାଇଁ ତୃତୀୟ ବିଶ୍ୱଯୁଦ୍ଧ ହିଁ ଏକମାତ୍ର ବିକଳ୍ପ

ଏହା ବି ପଢ଼ନ୍ତୁ:-ବିନାଶ ଅଭିମୂଖେ ଦୁନିଆ! ଋଷ ଆରମ୍ଭ କଲା ପରମାଣୁ ଯୁଦ୍ଧାଭ୍ୟାସ

ଏହା ବି ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ଚଳିତ ମାସର ଦରମା ସହିତ ମିଳିବ ଏତିକି ଟଙ୍କାର ବକେୟା ରାଶି

୯. ଯେତେବେଳେ ଏହି ମାମଲାରେ ଋଷର ରାଷ୍ଟ୍ରଦୂତ ଭାସିଲି ନେବେଞ୍ଜିଆଙ୍କୁ ପ୍ରଶ୍ନ କରାଗଲା, ସେତେବେଳେ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ଯେତେବେଳେ ବି ସେମାନେ ଜଣେ ବ୍ୟକ୍ତିଙ୍କୁ ଅବାଞ୍ଛିତ ଘୋଷଣା କରନ୍ତି, ସେତେବେଳେ ସେମାନେ ସମାନ ବାହାନା କରନ୍ତି । ଏହା ହେଉଛି ଏକମାତ୍ର ସ୍ପଷ୍ଟୀକରଣ । ଋଷ ଏହାର ପ୍ରତିଶୋଧ ନେବ କି ନାହିଁ ପଚରାଯିବାରୁ ସେ କହିଛନ୍ତି ଯେ ଏହା ମୋତେ ସ୍ଥିର କରିବାର ନାହିଁ, କିନ୍ତୁ କୂଟନୈତିକ ପ୍ରକ୍ରିୟାରେ ଏହା ଏକ ସାଧାରଣ କଥା ।

୧୦. ନେବେଞ୍ଜିଆ ସୋମବାର ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ କହିଛନ୍ତି ଯେ,  ଋଷ ମିଶନ ବିରୁଦ୍ଧରେ ଆୟୋଜକ ଦେଶ ଦ୍ୱାରା ଅନ୍ୟ ଏକ ଶତ୍ରୁ ପଦକ୍ଷେପ ବିଷୟରେ ସେ ସୂଚନା ପାଇଛନ୍ତି । ସେ ଏହି ପଦକ୍ଷେପକୁ ଆମେରିକା ଓ ମିଳିତ ଜାତିସଂଘ ଏବଂ କୂଟନୈତିକ ସମ୍ପର୍କକୁ ନିୟନ୍ତ୍ରଣ କରୁଥିବା ଭିଏନା ସମ୍ମିଳନୀ ମଧ୍ୟରେ ହୋଇଥିବା ଚୁକ୍ତିନାମାର ଗୁରୁତର ଉଲ୍ଲଂଘନ ବୋଲି କହିଛନ୍ତି ।