ussia-Ukraine War, Indian Students Stranded in Ukraine: ପିଏମଓ କହିଛି ଯେ, ଉଭୟ ନେତା ୟୁକ୍ରେନର ସ୍ଥିତିର ସମୀକ୍ଷା କରିଛନ୍ତି, ବିଶେଷ କରି ଖାର୍କିଭରେ ଯେଉଁଠାରେ ବହୁ ସଂଖ୍ୟକ ଭାରତୀୟ ଛାତ୍ର ଫସି ରହିଛନ୍ତି । ସେମାନେ ଯୁଦ୍ଧବିହୀନ ଅଞ୍ଚଳରୁ ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର ବିଷୟରେ ଆଲୋଚନା କରିଛନ୍ତି । ଏହି ବାର୍ତ୍ତାଳାପ ଏପରି ଏକ ସମୟରେ ଘଟିଛି ଯେତେବେଳେ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭରେ ଫସି ରହିଥିବା ଭାରତୀୟଙ୍କ ନିରାପଦ ପ୍ରତ୍ୟାବର୍ତ୍ତନକୁ ନେଇ ଭାରତରେ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି ।
Trending Photos
ନୂଆଦିଲ୍ଲୀ: Russia-Ukraine War, Indian Students Stranded in Ukraine: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ବିଗତ ୮ ଦିନ ଧରି ଭୀଷଣ ଯୁଦ୍ଧ ଜାରି ରହିଛି । ଋଷ ୟୁକ୍ରେନର ରାଜଧାନୀ କୀଭ (Kyiv) ସମେତ ବଡ଼ ବଡ଼ ସହର ଉପରେ ରକେଟ ମାଡ଼ କରୁଛି । ଏହି ସମୟରେ ହଜାର ହଜାର ଭାରତୀୟ ଛାତ୍ରଛାତ୍ରୀ (Indian Students) ୟୁକ୍ରେନର ଏସବୁ ସହରରେ ଫସି ଅଛନ୍ତି । କେନ୍ଦ୍ର ସରକାର ଛାତ୍ରଙ୍କ ଉଦ୍ଧାର ପାଇଁ ଅପରେଶନ ଗଙ୍ଗା (Operation Ganga) ଜାରି ରଖିଛନ୍ତି ।
ଏହା ମଧ୍ୟରେ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ (Russian Defense Ministry) କହିଛି ଯେ, ୟୁକ୍ରେନ ସହର ଖାର୍କିଭ (Kharkiv) ରୁ ଭାରତୀୟ ନାଗରିକମାନ (Indian Citizens) ଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଏହାର ସଶସ୍ତ୍ର ବାହିନୀ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି । ଭାରତରେ ଥିବା ଋଷ ଦୂତାବାସର ଜଣେ ଅଧିକାରୀ ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟର ସଂକ୍ଷିପ୍ତ ବିବରଣୀ ବାଣ୍ଟିଛନ୍ତି । ମସ୍କୋରେ ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଭିଯୋଗ କରିଛି ଯେ, ବେଲଗୋରୋଡ (Belgorod) ଯିବାକୁ ଇଚ୍ଛା କରୁଥିବା ଭାରତୀୟ ଛାତ୍ର (Indian Students) ଙ୍କ ଏକ ଦଳକୁ ୟୁକ୍ରେନ କର୍ତ୍ତୃପକ୍ଷ (Ukrainian Authorities) ଖାର୍କିଭରେ ରୋକି ରଖିଛି ।
ଭାରତରେ ଥିବା ଋଷର ଦୂତାବାସ ଦାବି କରିଛି ଯେ, ଭାରତୀୟ ଛାତ୍ରମାନଙ୍କୁ ୟୁକ୍ରେନ ସୁରକ୍ଷା ବାହିନୀ ଦ୍ୱାରା ମାନବ ଢାଲ ଭାବେ ବ୍ୟବହାର କରାଯାଇଛି । ଦୂତାବାସ ଟ୍ୱିଟ୍ କରି କହିଛି ଯେ, ସର୍ବଶେଷ ସୂଚନା ଅନୁଯାୟୀ ଏହି ଛାତ୍ରମାନେ ପ୍ରକୃତରେ ୟୁକ୍ରେନ ସୁରକ୍ଷା ବାହିନୀ ଦ୍ୱାରା ବନ୍ଧକ ଅଛନ୍ତି, ଯାହାକୁ ସେମାନେ ମାନବ ଢାଲ ଭାବରେ ବ୍ୟବହାର କରୁଛନ୍ତି ଏବଂ ଯଥା ସମ୍ଭବ ଋଷ (Russia) କୁ ଯିବାକୁ ରୋକା ଯାଉଛି ।
ଏହା ବି ପଢ଼ନ୍ତୁ:- ହେଉଛି OTT ର ସବୁଠାରୁ ବୋଲ୍ଡ ୱେବ୍ ସିରିଜ୍, କାହା ଆଗରେ ଭୁଲରେ ବି କରନ୍ତୁନି କ୍ଲିକ୍
ଏହା ବି ପଢ଼ନ୍ତୁ:-ଭୂମିରୁ ଆକାଶ ପର୍ଯ୍ୟନ୍ତ ...ୟୁକ୍ରେନର ସବୁଆଡ଼େ ପୁଟିନଙ୍କ ଏହି ୮ଟି ଅସ୍ତ୍ର କରୁଛି ଧ୍ୱଂସ ଲୀଳା
ଏହା ବି ପଢ଼ନ୍ତୁ:-ଜାଣନ୍ତୁ ଘାତକ 'ଚେଚେନ ସ୍ପେଶାଲ ଫୋର୍ସ' କ'ଣ, ଯାହାକୁ ୟୁକ୍ରେନର ନେତାମାନଙ୍କୁ ବାଛି ବାଛି ହତ୍ୟା କରିବାକୁ ଆଦେଶ ଦେଇଛନ୍ତି ପୁଟିନ!
ରାଷ୍ଟ୍ରପତି ପୁଟିନ ସହ କଥା ହେଲେ ପିଏମ ମୋଦି
ଏଭଳି ପରିସ୍ଥିତିରେ ଋଷର ସୈନ୍ୟ ଅଭିଯାନ ଦ୍ୱାରା ଅତି ପ୍ରଭାବିତ ପୂର୍ବ ୟୁରୋପୀୟ ଦେଶ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଜାରି ଅଭିଯାନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ବୁଧବାର ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି ଯେ, ଋଷର ରାଷ୍ଟ୍ରପତି ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି (PM Modi) ଫୋନରେ କଥା ହୋଇଛନ୍ତି ।
ପିଏମଓ କହିଛି ଯେ, ଉଭୟ ନେତା ୟୁକ୍ରେନର ସ୍ଥିତିର ସମୀକ୍ଷା କରିଛନ୍ତି, ବିଶେଷ କରି ଖାର୍କିଭରେ ଯେଉଁଠାରେ ବହୁ ସଂଖ୍ୟକ ଭାରତୀୟ ଛାତ୍ର ଫସି ରହିଛନ୍ତି । ସେମାନେ ଯୁଦ୍ଧବିହୀନ ଅଞ୍ଚଳରୁ ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର ବିଷୟରେ ଆଲୋଚନା କରିଛନ୍ତି । ଏହି ବାର୍ତ୍ତାଳାପ ଏପରି ଏକ ସମୟରେ ଘଟିଛି ଯେତେବେଳେ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭରେ ଫସି ରହିଥିବା ଭାରତୀୟଙ୍କ ନିରାପଦ ପ୍ରତ୍ୟାବର୍ତ୍ତନକୁ ନେଇ ଭାରତରେ ଚିନ୍ତାର ବାତାବରଣ ସୃଷ୍ଟି ହୋଇଛି ।