Russia-Ukraine War: ତେବେ ଆମେରିକାର ରାଷ୍ଟ୍ରପତି (US President) ଙ୍କ ପୋଲାଣ୍ଡ (Poland) ଗସ୍ତ ସମୟରେ ନାଟୋ (NATO) ର ସଦସ୍ୟ ଦେଶ ଜର୍ମାନୀ (Germany) ର ସ୍ଥିତି କ’ଣ ରହିବ ତାହା ବର୍ତ୍ତମାନ ସୁଦ୍ଧା କେହି ଜାଣି ନାହାଁନ୍ତି । କାରଣ ନାଟୋର ସମସ୍ତ ପ୍ରମୁଖ ୟୁରୋପୀୟ ଦେଶ ଋଷ ବିରୋଧରେ କଡ଼ା ପ୍ରତିବନ୍ଧକ ଲଗାଇବା ସତ୍ତ୍ୱେ ଜର୍ମାନୀ ଏପର୍ଯ୍ୟନ୍ତ ଏପରି କୌଣସି ପଦକ୍ଷେପ ନେଇ ନାହିଁ । ଜର୍ମାନୀ ପ୍ରଥମେ ଋଷରୁ ପ୍ରାକୃତିକ ଗ୍ୟାସରୁ ନିଜର ଲାଭ ଦେଖୁଛି କାରଣ ପ୍ରତିବନ୍ଧକ ଲାଗୁ ହେବା ମାତ୍ରେ ଋଷ ତୁରନ୍ତ ନର୍ଡ଼ ଷ୍ଟ୍ରିମ୍ 2 ପାଇପ୍ ଲାଇନର ପ୍ରକଳ୍ପ ବନ୍ଦ କରିଦେବ ।
Trending Photos
ନୂଆଦିଲ୍ଲୀ: Russia-Ukraine War: ଲଗାତର ୨୭ ଦିନ ହେବ ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି । ଋଷ କ୍ରମାଗତ ୟୁକ୍ରେନ ଉପରେ ମିସାଇଲ ମାଡ଼ କରୁଛି । ଯାହା ଫଳରେ ୟୁକ୍ରେନର ଅଧିକାଂଶ ସହରର ଶ୍ମଶାନରେ ପରିଣତ ହୋଇଛି । ସେପଟେ ମାର୍ଚ୍ଚ ୨୫ ତାରିଖର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ସ୍ଥିର କରିବ ଯେ ଏହି ଯୁଦ୍ଧ ବନ୍ଦ ହେବ ନା ଏହା ଭୟଙ୍କର ରୂପ ନେଇ ଦୁନିଆ ତୃତୀୟ ବିଶ୍ୱଯୁଦ୍ଧ (Third World War) ର ମହା ବିନାଶ ଦେଖିବ? ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ମାର୍ଚ୍ଚ ୨୫ ତାରିଖରେ ୟୁକ୍ରେନର ପଡ଼ୋଶୀ ଦେଶ ପୋଲାଣ୍ଡ (Poland) ଯାଉଛନ୍ତି, ଯାହା ନା କେବଳ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କ କ୍ରୋଧକୁ ଆହୁରି ବଢ଼ାଇଦେବ, ବରଂ ପରସ୍ଥିତିକୁ ଆହୁରି ଖରାପ କରିଦେଇପାରେ । ମୁଖ୍ୟତଃ, ବାଇଡେନ ନାଟୋ (NATO) ଦେଶଗୁଡ଼ିକ ସହ ମିଶି ଋଷକୁ ଘେରିବା ପାଇଁ ଜବରଦସ୍ତ ରଣନୀତି କରୁଛନ୍ତି ।
ସାମରିକ ବିଶେଷଜ୍ଞମାନେ ମାନନ୍ତି ଯେ, ଯଦିଓ ଆମେରିକା (America) ଏପର୍ଯ୍ୟନ୍ତ ଏହି ଯୁଦ୍ଧରେ ସିଧା ସଳଖ ସାମିଲ ହେବାକୁ ଏଡ଼ାଇ ଯାଉଥିଲା, ବାଇଡେନ (Joe Biden) ଙ୍କ ପୋଲାଣ୍ଡ (Poland) ଗସ୍ତକୁ ଋଷ (Russia) ବିରୁଦ୍ଧରେ ସିଧାସଳଖ ନାଟୋ ଦେଶଗୁଡିକୁ (NATO countries) ଏକତ୍ର କରିବା ପାଇଁ ସବୁଠାରୁ ପ୍ରଭାବଶାଳୀ ପ୍ରୟାସ ଭାବରେ ଦେଖାଯାଉଛି । ଯଦି ସରଳ ଭାଷାରେ କହିବା, ବାଇଡେନ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି (Ukrainian President Volodymyr Zelenskyy) ଙ୍କ ଇଚ୍ଛା ପୂରଣ କରିଛନ୍ତି, ଯେଉଁଥିପାଇଁ ସେ ଏତେ ଦିନ ଧରି ଆମେରିକା ସମେତ ପାଶ୍ଚାତ୍ୟ ଦେଶରୁ ସାହାଯ୍ୟ ମାଗିଆସୁଥିଲେ । ସେମାନଙ୍କ କହିବାନୁସାରେ, ବର୍ତ୍ତମାନ କେବଳ ଦୁଇଟି ପରିଣାମ ଦେଖିବାକୁ ମିଳିପାରେ, ପ୍ରଥମଟି ହେଉଛି ଆମେରିକା (US) ସମେତ ନାଟୋ ଦେଶଗୁଡ଼ିକ ଏକଜୁଟ ହୋଇଛନ୍ତି ଓ ଏହାକୁ ଦେଖି ପୁଟିନ (Vladimir Putin) ଯୁଦ୍ଧକୁ ରୋକି ଦେଇପାରନ୍ତି, ଯାହାର ସମ୍ଭାବନା ବହୁତ କମ୍ ରହିଛି । ଦ୍ୱିତୀୟଟି ହେଉଛି ଏପରି ଏକଜୁଟ ଶକ୍ତିକୁ ଦେଖି ପୁଟିନ ଏତେ ପରିମାଣରେ କ୍ରୋଧିତ ହୋଇଯିବେ କି ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ପାଇଁ ବିଳମ୍ବ କରିବେ ନାହିଁ ।
ଉଲ୍ଲେଖଥାଉ କି, ବାଇଡେନ (Joe Biden) ଙ୍କ ବୟାନ ଯୋଗୁଁ ଋଷ (Russia) ର ପାରା କେତେ ପରିମାଣରେ ବୃଦ୍ଧି ପାଇଛି, ଏହି ବିଷୟରେ ସୋମବାର ଜଣାପଡ଼ିଯାଇଥିଲା, ଯେତେବେଳେ ଋଷ ଆମେରିକାର ରାଷ୍ଟ୍ରଦୂତ (US Ambassador) ଙ୍କୁ ଡକାଇ ଅତ୍ୟନ୍ତ କଡ଼ା ଭାଷାରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ନିଜ ଯୋଜନା ପୂରଣ କରିବାକୁ ନେଇ ଇଙ୍ଗିତ ମଧ୍ୟ ଦେଇଥିଲା । ତେବେ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଖରାପ କରିବାକୁ ନେଇ ଋଷ ଆମେରିକାକୁ ଦାୟୀ କରିଛି ।
ତେବେ ଆମେରିକାର ରାଷ୍ଟ୍ରପତି (US President) ଙ୍କ ପୋଲାଣ୍ଡ (Poland) ଗସ୍ତ ସମୟରେ ନାଟୋ (NATO) ର ସଦସ୍ୟ ଦେଶ ଜର୍ମାନୀ (Germany) ର ସ୍ଥିତି କ’ଣ ରହିବ ତାହା ବର୍ତ୍ତମାନ ସୁଦ୍ଧା କେହି ଜାଣି ନାହାଁନ୍ତି । କାରଣ ନାଟୋର ସମସ୍ତ ପ୍ରମୁଖ ୟୁରୋପୀୟ ଦେଶ ଋଷ ବିରୋଧରେ କଡ଼ା ପ୍ରତିବନ୍ଧକ ଲଗାଇବା ସତ୍ତ୍ୱେ ଜର୍ମାନୀ ଏପର୍ଯ୍ୟନ୍ତ ଏପରି କୌଣସି ପଦକ୍ଷେପ ନେଇ ନାହିଁ । ଜର୍ମାନୀ ପ୍ରଥମେ ଋଷରୁ ପ୍ରାକୃତିକ ଗ୍ୟାସରୁ ନିଜର ଲାଭ ଦେଖୁଛି କାରଣ ପ୍ରତିବନ୍ଧକ ଲାଗୁ ହେବା ମାତ୍ରେ ଋଷ ତୁରନ୍ତ ନର୍ଡ଼ ଷ୍ଟ୍ରିମ୍ 2 ପାଇପ୍ ଲାଇନର ପ୍ରକଳ୍ପ ବନ୍ଦ କରିଦେବ ।
ଏଥିପାଇଁ ଅନ୍ତର୍ଜାତୀୟ ସାମରିକ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଉଛନ୍ତି ଯେ କ'ଣ ବାଇଡେନ ଏଥିପାଇଁ ଜର୍ମାନୀକୁ ସହମତ କରିବାରେ ସକ୍ଷମ ହେବେ ନା ସେ ନାଟୋ (NATO) ର ଏକମାତ୍ର ଦେଶ ହେବ, ଯିଏ ୟୁକ୍ରେନକୁ ସାମରିକ ଭାବରେ ସାହାଯ୍ୟ କରିବା ପରିବର୍ତ୍ତେ ପରୋକ୍ଷରେ ଋଷକୁ ସମର୍ଥନ କରିବ? ଯଦିଓ ନାଟୋର ଜଣେ ସଦସ୍ୟ ଭାବରେ ଏହା କରିବା ଜର୍ମାନୀ ପକ୍ଷେ ସମ୍ଭବ ନୁହେଁ, କିନ୍ତୁ ଜର୍ମାନୀ ଏପର୍ଯ୍ୟନ୍ତ କହି ଆସୁଛି ଯେ ସେ କୌଣସି ପ୍ରକାର ଯୁଦ୍ଧର ସପକ୍ଷରେ ନାହିଁ ଏବଂ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ରର ସାହାଯ୍ୟ କରିବା ଦ୍ୱାରା ଏହି ଯୁଦ୍ଧର ନିଆଁ ଆହୁରି ଜଳିବ ।
ଏହା ବି ପଢ଼ନ୍ତୁ:-ଆପଣ ମଧ୍ୟ ଏକରୁ ଅଧିକ ବ୍ୟାଙ୍କରେ ଖୋଲିଛନ୍ତି କି ଆକାଉଣ୍ଟ? ତେବେ ହୋଇପାରେ ଏହି ୪ଟି ବଡ଼ କ୍ଷତି
ଏହା ବି ପଢ଼ନ୍ତୁ:-ଇମ୍ରାନଙ୍କ ଗାଦି ଟଳମଳ, ପାକିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ନୂଆ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା
ଏହା ବି ପଢ଼ନ୍ତୁ:-ମାର୍ଚ୍ଚ ୩୧ ପୂର୍ବରୁ ସାରି ନିଅନ୍ତୁ ଏହି ଜରୁରୀ କାମ, ନଚେତ୍ ହୋଇପାରେ ବଡ଼ କ୍ଷତି
ଏହା ବି ପଢ଼ନ୍ତୁ:-ମହଙ୍ଗାର ଡବଲ ଆଟାକ୍: ପେଟ୍ରୋଲ-ଡିଜେଲ ପରେ ବଢ଼ିଲା LPG ସିଲିଣ୍ଡରର ଦାମ୍, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍
କିନ୍ତୁ ବାଇଡେନଙ୍କ ୟୁରୋପୀୟ ଦେଶରେ ଗସ୍ତ ଋଷ ତଥା ଚୀନ (China) ପାଇଁ ଚିନ୍ତାର କାରଣ ପାଲଟିଛି, କାରଣ ବାଇଡେନ ପୋଲାଣ୍ଡ ପୂର୍ବରୁ ବେଲଜିୟମରେ ପହଞ୍ଚିବେ, ଯେଉଁଠାରେ ସେ ଭବିଷ୍ୟତର ରଣନୀତି ଉପରେ ଜି-7 ବ୍ୟତୀତ ୟୁରୋପୀୟ ୟୁନିଅନର ନେତାଙ୍କ ସହ ଆଲୋଚନା କରିବେ । ହ୍ୱାଇଟ ହାଉସ ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ମାର୍ଚ୍ଚ ୨୫ରେ ପୋଲାଣ୍ଡର ରାଜଧାନୀ ୱାର୍ସକୁ ଯାତ୍ରା କରିବେ ଏବଂ ସେଠାରେ ସେ ପୋଲାଣ୍ଡର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ଏଠାରେ କହି ରଖୁଛୁ ଯେ, ୟୁକ୍ରେନ ଛାଡିଥିବା ୨୦ ଲକ୍ଷ ଲୋକ ପୋଲାଣ୍ଡରେ ଆଶ୍ରୟ ନେଇଛନ୍ତି ।