Russia-Ukraine War, Nuclear Attacks: ନ୍ୟୁୟର୍କ ଟାଇମ୍ସ (New York Times) ରିପୋର୍ଟ ଅନୁଯାୟୀ, ପୁଟିନ (Putin) ଏକ ସ୍ୱତନ୍ତ୍ର ସାମରିକ ଅପରେସନକୁ ଅନୁମତି ଦେବାର ଚାରି ଦିନ ପରେ ଫେବୃଆରୀ ୨୮ରେ ଆମେରିକାର ଜରୁରୀକାଳୀନ ଟାସ୍କଫୋର୍ସ ଟାଇଗର ଟିମ୍ (US Emergency Task Force Team) ଗଠନ କରାଯାଇଥିଲା । ୟୁକ୍ରେନ ମହାସଙ୍କଟ ଉପରେ କିପରି ନଜର ରଖାଯିବ ଓ ମୁକାବିଲା କରାଯିବ ସେନେଇ ଦଳର ସଦସ୍ୟମାନେ ସପ୍ତାହରେ ତିନିଥର ବୈଠକ କରୁଛନ୍ତି । ଅଧିବେଶନ ରିପୋର୍ଟରେ କୁହାଯାଇଛି ଯେ ଋଷ ଯୁଦ୍ଧକୁ ମଲଡୋଭା (Moldova) ଓ ଜର୍ଜିଆ (Georgia) ସମେତ ପଡୋଶୀ ଦେଶକୁ ବିସ୍ତାର କରିବାକୁ ଚାହୁଁଛି କି ନାହିଁ ଏହାର ପ୍ରତିକ୍ରିୟା ଉପରେ ମଧ୍ୟ ଦଳ ନଜର ରଖିଛି ।
Trending Photos
ନୂଆଦିଲ୍ଲୀ: Russia-Ukraine War, Nuclear Attacks: ଲଗାତାର ୨୯ ଦିନ ଧରି ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଯୁଦ୍ଧ ଜାରି ରହିଛି । ଋଷ ଲଗାତର ୟୁକ୍ରେନ ଉପରେ ବୋମା ବର୍ଷା କରୁଛି । ସେପଟେ ୟୁକ୍ରେନ ସେନା (Ukrainian Army) ମଧ୍ୟ ଋଷ ସେନା (Russian Army) କୁ କଡ଼ା ଟକ୍କର ଦେଉଛି । ୟୁକ୍ରେନ ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ ନଥିବାବେଳେ ଋଷ ବର୍ତ୍ତମାନ ପରମାଣୁ ଆକ୍ରମଣ (Nuclear Attacks) ର ଧମକ ଦେଉଛି । ଏହି ଧମକ ପରେ ଆମେରିକା (America), ବ୍ରିଟେନ (Britain) ସମେତ ଅନେକ ବଡ଼ ଦେଶ ଏହି ମହାଯୁଦ୍ଧ ବିରୋଧରେ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ନ୍ୟୁୟର୍କ ଟାଇମ୍ସ (New York Times) ର ରିପୋର୍ଟ ଅନୁଯାୟୀ ହ୍ୱାଇଟ ହାଉସ (White House) ପାଖରେ 'ଟାଇଗର' ଦଳ (Tiger Team) ଭାବରେ ଏକ ବିଶେଷ ଦଳ ଅଛି । ଯଦି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ୟୁକ୍ରେନ (Ukraine) ବିରୁଦ୍ଧରେ ଚାଲୁଥିବା ଯୁଦ୍ଧରେ ରାସାୟନିକ (chemical), ଜୈବିକ (biological) କିମ୍ବା ପରମାଣୁ ଅସ୍ତ୍ରଶସ୍ତ୍ର (Nuclear Weapons) ର ବ୍ୟବହାର କରିବାର ନିଷ୍ପତ୍ତି ନିଅନ୍ତି, ତେବେ ଆମେରିକା (US) କୁ କିପରି ପ୍ରତିକ୍ରିୟା କରିବାର ଆବଶ୍ୟକତା ରହିଛି, ତାହା ଜାଣିବା ପାଇଁ ଏହି ଟିମକୁ ଦାୟିତ୍ୱ ମିଳିଛି ।
ନ୍ୟୁୟର୍କ ଟାଇମ୍ସ (New York Times) ରିପୋର୍ଟ ଅନୁଯାୟୀ, ପୁଟିନ (Putin) ଏକ ସ୍ୱତନ୍ତ୍ର ସାମରିକ ଅପରେସନକୁ ଅନୁମତି ଦେବାର ଚାରି ଦିନ ପରେ ଫେବୃଆରୀ ୨୮ରେ ଆମେରିକାର ଜରୁରୀକାଳୀନ ଟାସ୍କଫୋର୍ସ ଟାଇଗର ଟିମ୍ (US Emergency Task Force Team) ଗଠନ କରାଯାଇଥିଲା । ୟୁକ୍ରେନ ମହାସଙ୍କଟ ଉପରେ କିପରି ନଜର ରଖାଯିବ ଓ ମୁକାବିଲା କରାଯିବ ସେନେଇ ଦଳର ସଦସ୍ୟମାନେ ସପ୍ତାହରେ ତିନିଥର ବୈଠକ କରୁଛନ୍ତି । ଅଧିବେଶନ ରିପୋର୍ଟରେ କୁହାଯାଇଛି ଯେ ଋଷ ଯୁଦ୍ଧକୁ ମଲଡୋଭା (Moldova) ଓ ଜର୍ଜିଆ (Georgia) ସମେତ ପଡୋଶୀ ଦେଶକୁ ବିସ୍ତାର କରିବାକୁ ଚାହୁଁଛି କି ନାହିଁ ଏହାର ପ୍ରତିକ୍ରିୟା ଉପରେ ମଧ୍ୟ ଦଳ ନଜର ରଖିଛି ।
ଏହା ବି ପଢ଼ନ୍ତୁ:-ଖରାପ ଖବର: ବନ୍ଦ ହେଲା ଆଉ ଏକ ବ୍ୟାଙ୍କ, ଜାଣନ୍ତୁ ଜମା ହୋଇଥିବା ଟଙ୍କା ଫେରସ୍ତ ହେବ କି ନାହିଁ
ଏହା ବି ପଢ଼ନ୍ତୁ:-ପୁଟିନଙ୍କ ଟେନସନ୍ ବଢ଼ାଇଲା ବ୍ରିଟେନ, ଏବେ ଋଷ ପାଇଁ ୟୁକ୍ରେନ ଜିତିବା ହେବ ଅସମ୍ଭବ!
ଅଧିକ ପଢ଼ନ୍ତୁ:-ଋଷ କେବେ ବ୍ୟବହାର କରିବ ପରମାଣୁ ଅସ୍ତ୍ର? ଜବାବ ରଖିଲେ ସରକାରୀ ମୁଖପାତ୍ର
ଆମେରିକାର ସମଗ୍ର ଯୁଦ୍ଧ ରଣନୀତିକୁ କେବଳ ଟାଇଗର ଟିମ (Tiger Team) ହିଁ ଦେଖେ । ଏହି ଦଳରେ ଅନେକ ବଡ଼ ବିଶେଷଜ୍ଞ ଅଛନ୍ତି, ଯେଉଁମାନେ ନିଜ ନିଜ କ୍ଷେତ୍ରରେ ପ୍ରତିଭାବାନ ଅଟନ୍ତି । ଯୁଦ୍ଧ ରଣନୀତି ପ୍ରସ୍ତୁତ କରିବାରେ ସେମାନେ ଧୁରନ୍ଧର । ପରମାଣୁ ଆକ୍ରମଣ ଠାରୁ ଆରମ୍ଭ କରି ରାସାୟନିକ ଓ ଜୈବିକ ଅସ୍ତ୍ରଶସ୍ତ୍ର ଯୁଦ୍ଧର ମୁକାବିଲା କରିବାରେ ଏହି ଟିମ୍ ଧୁରନ୍ଧର । ଏହି ଟିମ୍ ଟାବିଲାନି ଓ ଆଇଏସ୍ ଭଳି ବଡ଼ ବିପଜ୍ଜନକ ଆତଙ୍କବାଦୀ ସଂଗଠନକୁ ଶେଷ କରିବା ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ର ତିଆରି ଉପରେ କାର୍ଯ୍ୟ କରୁଛି ।