Russia-Ukraine War: ଯେତେବେଳେ ୟୁକ୍ରେନର ରାଷ୍ଟ୍ରପତିଙ୍କୁ ଋଷର ଦାବି ବିଷୟରେ ପଚରାଗଲା, ସେ କହିଛନ୍ତି ଯେ ସେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ଭୋଲୋଦିମିର ଜେଲେନସ୍କି କହିଛନ୍ତି, ମୁଁ ସୁରକ୍ଷା ଗ୍ୟାରେଣ୍ଟି ବିଷୟରେ କହୁଛି । ଋଷ ବ୍ୟତୀତ ଏହି ଦୁଇଟି ଅଞ୍ଚଳକୁ କେହି ମାନ୍ୟତା ଦେଇ ନାହାଁନ୍ତି । କିନ୍ତୁ ଆମେ ଚର୍ଚ୍ଚା କରିପାରିବା ଓ ଆପୋଷ ବୁଝାମଣା କରିପାରିବା ଯେ ଏହି କ୍ଷେତ୍ରଗୁଡିକ କିପରି ବଞ୍ଚିବ ।
Trending Photos
କୀଭ: Russia-Ukraine War: ଋଷ (Russia) ଆକ୍ରମଣର ସାମ୍ନା କରୁଛି ୟୁକ୍ରେନ (Ukraine) । ସେପଟେ ୟୁକ୍ରେନ ଆମେରିକା (America) ଓ ନାଟୋ (NATO) ର 'ଧୋକା'କୁ ନେଇ ଅସନ୍ତୁଷ୍ଟ ଅଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି (Ukrainian President Volodymyr Zelenskyy) ଅନେକ ଥର ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦେଶ ନାଟୋ (NATO) ର ସଦସ୍ୟ ହେବାକୁ ଆଗ୍ରହୀ ନୁହଁନ୍ତି । ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଯାହା ଋଷ କ୍ରମାଗତ ଭାବରେ ପାଶ୍ଚାତ୍ୟ ସମର୍ଥକ ୟୁକ୍ରେନ ଉପରେ ଆକ୍ରମଣର ଏକ ପ୍ରମୁଖ କାରଣ ଭାବରେ ଦର୍ଶାଇଛି । ତେଣୁ ବର୍ତ୍ତମାନ ଆଶା କରାଯାଇପାରେ ଯେ ଋଷ ଯୁଦ୍ଧ ବନ୍ଦ କରିବାକୁ ଚିନ୍ତା କରିପାରେ ।
ଋଷ ସେନା (Russian Forces) ର ଆକ୍ରମଣ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି (Volodymyr Zelenskyy) କହିଛନ୍ତି ଯେ, ଋଷ (Russia) ସହିତ ନାଟୋ (NATO) ସଂଘର୍ଷ କରିବ ନାହିଁ ଓ ବର୍ତ୍ତମାନ ଆମେ ଏହି ମେଣ୍ଟରେ ଯୋଗଦେବାକୁ ଚାହୁଁ ନାହୁଁ । ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଋଷର ଦୁଇ ସମର୍ଥକ ଅଞ୍ଚଳର ସ୍ଥିତିକୁ ନେଇ ସେ ଚୁକ୍ତିନାମା ପାଇଁ ବାଟ ଖୋଲା ରଖିଛନ୍ତି । ଯାହା ୟୁକ୍ରେନ ଉପରେ ଆକ୍ରମଣ ପୂର୍ବରୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କ ଦ୍ୱାରା ଏକ ସ୍ୱାଧୀନ ଦେଶ ଘୋଷିତ ହୋଇଥିଲା ।
ଜେଲେନସ୍କି (Volodymyr Zelenskyy) ଏବିସି ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ଏହି ପ୍ରଶ୍ନକୁ ନେଇ ବହୁ ପୂର୍ବରୁ ଶାନ୍ତ ହୋଇଯାଇଥିଲି ଯେତେବେଳେ ଆମେ ବୁଝିଥିଲୁ ଯେ ୟୁକ୍ରେନକୁ ଗ୍ରହଣ କରିବା ପାଇଁ ନାଟୋ ପ୍ରସ୍ତୁତ ନୁହେଁ । ନାଟୋ ସହଯୋଗୀ ଦଳ ବିବାଦୀୟ ଜିନିଷ ଓ ଋଷ ସହିତ ମୁହାଁମୁହିଁ ହେବାକୁ ଭୟ କରେ । ନାଟୋ ସଦସ୍ୟତା ଉପରେ ଜେଲେନସ୍କି କହିଛନ୍ତି ଯେ ସେ ଏପରି କୌଣସି ଦେଶର ରାଷ୍ଟ୍ରପତି ହେବାକୁ ଚାହାଁନ୍ତି ନାହିଁ, ଯେଉଁଠି ଆଣ୍ଠୁମାଡି କୌଣସି ଜିନିଷ ଭିକ ମାଗିବାକୁ ପଡ଼ିବ । ଆପଣଙ୍କୁ କହି ରଖୁଛୁ ଯେ ଶୀତଳ ଯୁଦ୍ଧ (Cold War) ଆରମ୍ଭରେ ସୋଭିଏତ୍ ସଂଘ (Soviet Union) ରୁ ୟୁରୋପକୁ ବଞ୍ଚାଇବା ପାଇଁ ନାଟୋ (NATO) ମେଣ୍ଟ ପ୍ରତିଷ୍ଠା କରାଯାଇଥିଲା ।
ଏହା ବି ପଢ଼ନ୍ତୁ:-ଋଷକୁ କଡ଼ା ଜବାବ ଦେଲା ୟୁକ୍ରେନ; ୨ ଦିନରେ ସେନାର ଦୁଇ ବଡ଼ ଅଧିକାରୀଙ୍କ ମୃତ୍ୟୁ, ବର୍ତ୍ତମାନ ରେଜିମେଣ୍ଟ କମାଣ୍ଡର ମଧ୍ୟ ନିହତ
ଏହା ବି ପଢ଼ନ୍ତୁ:-ଏହି ମୂଲ୍ୟବାନ ସମ୍ପଦ ପାଇଁ ୟୁକ୍ରେନ ଉପରେ ଆକ୍ରମଣ କଲେ ପୁଟିନ!
ଏହା ବି ପଢ଼ନ୍ତୁ:-ସ୍ୱଦେଶକୁ ନ ଫେରି ୟୁକ୍ରେନର ସେନାରେ ଯୋଗ ଦେଇ ଋଷ ବିରୁଦ୍ଧରେ ଲଢ଼ୁଛନ୍ତି ଏହି ଭାରତୀୟ ଯୁବକ, ଜାଣନ୍ତୁ ତାଙ୍କ ବିଷୟରେ ସବୁକିଛି
ଏହା ବି ପଢ଼ନ୍ତୁ:-ଗ୍ରାହକଙ୍କ ପାଇଁ ଜରୁରୀ ଆଲର୍ଟ ଜାରି କଲେ ଏସବୁ ବ୍ୟାଙ୍କ! ମାର୍ଚ୍ଚ ୩୧ ପୂର୍ବରୁ ସାରି ନିଅନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ବ୍ୟାଙ୍କିଙ୍ଗ୍ ସେବା
ନାଟୋ ବିସ୍ତାରକୁ ଋଷ (Russia) ନିଜ ପାଇଁ ବିପଦ ବୋଲି ଦେଖୁଛି । ପୁଟିନ ଚିନ୍ତା କରୁଛନ୍ତି ଯେ ନୂତନ ପାଶ୍ଚାତ୍ୟ ସଦସ୍ୟ ଯୋଗୁଁ ନାଟୋର ସେନା ତା'ର ସୀମାର ଅତି ନିକଟକୁ ପହଞ୍ଚିଯିବ । ଏହି କାରଣରୁ ସେ ୟୁକ୍ରେନକୁ ନାଟୋ ମେଣ୍ଟରେ ଯୋଗଦେବାକୁ କ୍ରମାଗତ ଭାବରେ ବିରୋଧ କରିଆସୁଛନ୍ତି । ୟୁକ୍ରେନ ଉପରେ ଆକ୍ରମଣର ନିର୍ଦ୍ଦେଶ ଦେବା ପୂର୍ବରୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Vladimir Putin) ପୂର୍ବ ୟୁକ୍ରେନର ଋଷ ସମର୍ଥିତ ବିଚ୍ଛିନ୍ନତାବାଦୀ ଅଞ୍ଚଳ ଡୋନେଟସ୍କ (Donetsk) ଓ ଲୁହାନସ୍କକୁ (Luhansk) କୁ ସ୍ୱାଧୀନ ରାଜ୍ୟ ଭାବରେ ସ୍ୱୀକୃତି ଦେଇଥିଲେ । ପୁଟିନ ବର୍ତ୍ତମାନ ଚାହୁଁଛନ୍ତି ଯେ ୟୁକ୍ରେନ ଏହି ଅଞ୍ଚଳଗୁଡ଼ିକୁ ସାର୍ବଭୌମ ତଥା ସ୍ୱାଧୀନ ଦେଶ ଭାବରେ ସ୍ୱୀକୃତି ଦିଅନ୍ତୁ ।
ଯେତେବେଳେ ୟୁକ୍ରେନର ରାଷ୍ଟ୍ରପତିଙ୍କୁ ଋଷର ଦାବି ବିଷୟରେ ପଚରାଗଲା, ସେ କହିଛନ୍ତି ଯେ ସେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ଭୋଲୋଦିମିର ଜେଲେନସ୍କି କହିଛନ୍ତି, ମୁଁ ସୁରକ୍ଷା ଗ୍ୟାରେଣ୍ଟି ବିଷୟରେ କହୁଛି । ଋଷ ବ୍ୟତୀତ ଏହି ଦୁଇଟି ଅଞ୍ଚଳକୁ କେହି ମାନ୍ୟତା ଦେଇ ନାହାଁନ୍ତି । କିନ୍ତୁ ଆମେ ଚର୍ଚ୍ଚା କରିପାରିବା ଓ ଆପୋଷ ବୁଝାମଣା କରିପାରିବା ଯେ ଏହି କ୍ଷେତ୍ରଗୁଡିକ କିପରି ବଞ୍ଚିବ ।