SBI ନିଜ ଗ୍ରାହକଙ୍କୁ କଲା ସାବଧାନ ! ଋଣ ନାଁରେ ଖାଲି ହେଉଛି ବ୍ୟାଙ୍କ ଖାତା
Advertisement
Article Detail0/zeeodisha/odisha751379

SBI ନିଜ ଗ୍ରାହକଙ୍କୁ କଲା ସାବଧାନ ! ଋଣ ନାଁରେ ଖାଲି ହେଉଛି ବ୍ୟାଙ୍କ ଖାତା

ଏସବିଆଇ (SBI) କହିଛି ଯେ ଏହି ଜାଲି କମ୍ପାନୀଗୁଡିକକୁ କୌଣସି ପ୍ରକ୍ରିୟାକରଣ ଶୁଳ୍କ / ପଞ୍ଜୀକରଣ ଦେୟ ପ୍ରଦାନ କରନ୍ତୁ ନାହିଁ ।

SBI ନିଜ ଗ୍ରାହକଙ୍କୁ କଲା ସାବଧାନ ! ଋଣ ନାଁରେ ଖାଲି ହେଉଛି ବ୍ୟାଙ୍କ ଖାତା

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ (SBI) ଅର୍ଥାତ୍ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜର ଗ୍ରାହକମାନଙ୍କୁ ସତର୍କ କରାଇଛି । ଜାଲି ଋଣ ଅଫର ବିଷୟରେ ବ୍ୟାଙ୍କ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଚେତାବନୀ ଦେଇଛି । ବ୍ୟାଙ୍କ ଟ୍ୱିଟରେ କହିଛି ଯେ, ଯଦି କେହି ଆପଣଙ୍କୁ 'ଏସବିଆଇ ଲୋନ୍ ଫାଇନାନ୍ସ ଲିମିଟେଡ୍' (SBI Loan Finance Ltd) ଓ 'ମୁଦ୍ରା ଫାଇନାନ୍ସ ଲିମିଟେଡ୍' (Mudra Finance Pvt. Ltd) ତରଫରୁ ଯୋଗାଯୋଗ କରନ୍ତି । ତେବେ ଜାଣି ନିଅନ୍ତୁ ଯେ ଏହି କମ୍ପାନୀ SBI ସହିତ ଜଡିତ ନୁହେଁ । ଏହା ଏକ ନକଲି କମ୍ପାନୀ । ଯାହା ଲୋକଙ୍କୁ ଜାଲି ଋଣ ଅଫର ଦେଉଛି ଏବଂ ସେମାନଙ୍କର କଷ୍ଟ ଉପାର୍ଜିତ ଟଙ୍କାକୁ ଠକି ନେଉଛନ୍ତି ।

ଅଧିକ ପଢ଼ନ୍ତୁ:-କେବଳ ଜଣେ ଚଷମା ଦୋକାନୀ ଯୋଗୁଁ ସଙ୍କଟରେ ଦେଶର ବ୍ୟାଙ୍କିଂ ବ୍ୟବସ୍ଥା !

ଭୁଲରେ ବି କରନ୍ତୁ ନାହିଁ ଟଙ୍କା ଦେୟ

ଏସବିଆଇ କହିଛି ଯେ ଏହି ଜାଲି କମ୍ପାନୀଗୁଡିକକୁ କୌଣସି ପ୍ରକ୍ରିୟାକରଣ ଶୁଳ୍କ / ପଞ୍ଜୀକରଣ ଦେୟ ପ୍ରଦାନ କରନ୍ତୁ ନାହିଁ । SBI ନିଜ ଟ୍ୱିଟରେ କହିଛି ଯେ, ଯେଉଁ ବ୍ୟକ୍ତିଙ୍କୁ ଋଣ ଆବଶ୍ୟକ, ସେମାନେ ସିଧାସଳଖ ବ୍ୟାଙ୍କର ନିକଟତମ ଶାଖା ସହିତ ଯୋଗାଯୋଗ କରିବା ଉଚିତ । ଋଣ ନେବାକୁ ମଧ୍ୟସ୍ଥିମାନଙ୍କ ସାହାଯ୍ୟ ନିଅନ୍ତୁ ନାହିଁ ।

ଅଧିକ ପଢ଼ନ୍ତୁ:-କେବଳ ଗୋଟିଏ ମାତ୍ର ସୁଯୋଗ, ଆଉ ଏହି ଦେଶକୁ ଦଖଲ କରିନେବ ଚୀନ

ଜାଲି କମ୍ପାନୀ, କେବେ ପଞ୍ଜୀକୃତ ହୋଇନାହିଁ 

ଏସବିଆଇ କହିଛି ଯେ, ଏମିତି ଖବର ଆସିଛି ଯେ କିଛି ଅଜ୍ଞାତ ଲୋକ 'ଏସବିଆଇ ଲୋନ୍ ଫାଇନାନ୍ସ ଲିମିଟେଡ୍' ଓ 'ମୁଦ୍ରା ଫାଇନାନ୍ସ ଲିମିଟେଡ୍' ନାମକ ସଂସ୍ଥା ତରଫରୁ ଋଣର ଅଫର ଦେଉଛନ୍ତି । ସେମାନେ ଅଫର୍ ଦେଇ ସାଧାରଣ ଜନତାଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି ।

ବାସ୍ତବରେ, ଏହି କମ୍ପାନୀଗୁଡିକର ଅସ୍ତିତ୍ୱ ନାହିଁ । ବ୍ୟାଙ୍କ ଗ୍ରାହକଙ୍କୁ ଚେତାବନୀ ଦେଇଛି ଯେ 'ଏସବିଆଇ ଲୋନ୍ ଫାଇନାନ୍ସ ଲିମିଟେଡ୍' ଓ 'ମୁଦ୍ରା ଫାଇନାନ୍ସ ଲିମିଟେଡ୍' ସହିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କୌଣସି ସମ୍ପର୍କ ନାହିଁ । ଯେଉଁମାନେ ସେମାନଙ୍କ ନାମରେ ଋଣ ପ୍ରଦାନ କରୁଛନ୍ତି, ସେମାନେ ତାହା କରିବାକୁ ଅନୁମତିପ୍ରାପ୍ତ ନୁହଁନ୍ତି ।