Don Chhota Rajan: ଛୋଟା ରାଜନ୍ ର ଜନ୍ମଦିନ ପାଳି ଗିରଫ ହେଲେ ଶିବସେନା ନେତା
Advertisement
Article Detail0/zeeodisha/odisha1530435

Don Chhota Rajan: ଛୋଟା ରାଜନ୍ ର ଜନ୍ମଦିନ ପାଳି ଗିରଫ ହେଲେ ଶିବସେନା ନେତା

Don Chhota Rajan Birth Day: ମଲାଡର କୁରାରରେ ମଧ୍ୟ ଛୋଟା ରାଜନର ବ୍ୟାନର ଲଗାଇଥିବା ଅଭିଯୋଗରେ ୬ ଜଣ ଯୁବକଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ପୋଲିସ ତୁରନ୍ତ ଉକ୍ତ ବ୍ୟାନରକୁ ହଟାଇ ଦେଇଥିବା ଜଣାପଡ଼ିଛି। ଏବେ ଛୋଟା ରାଜନର ଜନ୍ମଦିନ ପାଳି ଗିରଫ ହୋଇଛନ୍ତି ଶିବସେନା ନେତା। 

Don Chhota Rajan: ଛୋଟା ରାଜନ୍ ର ଜନ୍ମଦିନ ପାଳି ଗିରଫ ହେଲେ ଶିବସେନା ନେତା

Don Chhota Rajan: ଏବେ ଦିଲ୍ଲୀର ତିହାର ଜେଲରେ ସଜା କାଟୁଛି ଅଣ୍ଡର ୱାର୍ଲଡ ଡନ ଛୋଟା ରାଜନ। ଜାନୁୟାରୀ ୧୩, ୨୦୨୩ ରେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ ପ୍ରକୃତ ନାମ ସଦାଶିଭ ନିକାଲଜେଙ୍କ ଜନ୍ମଦିନ ମୁମ୍ବାଇର ତିଲକ ନଗର ଅଞ୍ଚଳରେ ଏକ ବିରାଟ କାୟ କେକ୍ କାଟି ପାଳନ କରାଯାଇଥିଲା। ଭିଡିଓ ଭାଇରାଲ ହେବା ପରେ ତିଲକ ନଗର ପୋଲିସ ଶିବସେନା ର ଜଣେ ନେତା ନିଲେଶ ପରାଡକର ଓରଫ ଅପ୍ପାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। 

କୋର୍ଟ ଅପ୍ପାଙ୍କ ୨୫ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ ମଧ୍ୟ ତାଙ୍କୁ ଏକ ସପ୍ତାହ ପାଇଁ ପ୍ରତିଦିନ ତିଲକ ନଗର ପୋଲିସ ଷ୍ଟେସନରେ(Police Station) ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାପୂର୍ବରୁ ମଲାଡର କୁରାରରେ ମଧ୍ୟ ଛୋଟା ରାଜନର ବ୍ୟାନର ଲଗାଇଥିବା ଅଭିଯୋଗରେ ୬ ଜଣ ଯୁବକଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ପୋଲିସ ତୁରନ୍ତ ଉକ୍ତ ବ୍ୟାନରକୁ ହଟାଇ ଦେଇଥିବା ଜଣାପଡ଼ିଛି। 

ଏଠାରେ କହିରଖୁଛୁ ଯେ,  ଇଣ୍ଡୋନେସିଆର (Indonesia) ବାଲିରୁ ଗିରଫ ହେବା ପରେ ୨୦୧୫ ମସିହାରୁ ଡନ୍ ରାଜନଙ୍କୁ ଭାରତ ଅଣାଯାଇଥିଲା। ସେବେଠାରୁ ଡନ୍ ଦିଲ୍ଲୀର ତିହାର ଜେଲରେ ରହିଥିଲେ। ୨୦୧୮ ରେ, ୨୦୧୧ ରେ ସାମ୍ବାଦିକ ଜ୍ୟୋତିର୍ମୟ ଦେ ଙ୍କ ହତ୍ୟା ମାମଲାରେ ରାଜନଙ୍କୁ(underworld don chhota rajan) ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ରାଜନଙ୍କ ବିରୋଧରେ ୭୦ ରୁ ଅଧିକ ମାମଲା ରୁଜୁ ହୋଇଛି ଯେଉଁଥିରେ ଅପହରଣ ଓ ହତ୍ୟା ମାମଲା ମଧ୍ୟ ରହିଛି। 

ସେହିପରି ଗତବର୍ଷ ତିହାର ଜେଲରେ ଥିବା ସମୟରେ ହିଁ ସେ କୋରୋନାରେ (Corona) ଆକ୍ରାନ୍ତ ହୋଇଥିଲେ। ପରେ ଏମସ୍ସର ବରିଷ୍ଠ ଡାକ୍ତରଙ୍କ ଟିମ ତାଙ୍କ ସେବା କରିବା ପରେ ସେ ସୁସ୍ଥ ହୋଇଥିଲେ । ଆଉ ଏସବୁ ଚିକିତ୍ସା ସମୟରେ ଛୋଟା ରାଜନ ପାଖେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ । ତାଙ୍କ ନିରୀକ୍ଷଣରେ ଛୋଟା ରାଜନ ସୁସ୍ଥ ହେବା ପରେ ପୁଣିଥରେ ଦିଲ୍ଲୀର ତିହାର ଜେଲକୁ ଫେରିଥିଲେ। 

Also Read: Lalit Modi: ୪୫୫୫ କୋଟି ଟଙ୍କାର ମାଲିକ ଲଲିତ ମୋଦି ନେଲେ ବଡ଼ ନିଷ୍ପତ୍ତି, ଏହାକୁ କଲେ ନିଜ ସମ୍ପତ୍ତିର ଉତ୍ତରାଧିକାରୀ

Also Read: Madhya Pradesh: କଠୋର ନିୟମ ସତ୍ତ୍ୱେ ଖୋଲାଖୋଲି ବିକ୍ରି ହେଉଛି ଚୀନ ମାଞ୍ଜା, ପ୍ରଶାସନ ସାଜିଛି ନୀରବ ଦ୍ରଷ୍ଟା