PM ଙ୍କ ସୁରକ୍ଷା ତ୍ରୁଟିକୁ ନେଇ କଂଗ୍ରେସର ହଲଚଲ, CM ଚନ୍ନିଙ୍କୁ ଏହି ନିର୍ଦ୍ଦେଶ ଦେଲେ ସୋନିଆ ଗାନ୍ଧୀ
Advertisement
Article Detail0/zeeodisha/odisha1064353

PM ଙ୍କ ସୁରକ୍ଷା ତ୍ରୁଟିକୁ ନେଇ କଂଗ୍ରେସର ହଲଚଲ, CM ଚନ୍ନିଙ୍କୁ ଏହି ନିର୍ଦ୍ଦେଶ ଦେଲେ ସୋନିଆ ଗାନ୍ଧୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟିକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜେ ପଞ୍ଜାବ ସିଏମଙ୍କ ସହ ବାର୍ତ୍ତାଳାପ କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କ୍ଷେତ୍ରରେ କୌଣସି ଅଭାବ ଗ୍ରହଣୀୟ ନୁହେଁ ।

PM ଙ୍କ ସୁରକ୍ଷା ତ୍ରୁଟିକୁ ନେଇ କଂଗ୍ରେସର ହଲଚଲ, CM ଚନ୍ନିଙ୍କୁ ଏହି ନିର୍ଦ୍ଦେଶ ଦେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ତ୍ରୁଟିକୁ (PM Security Lapse) ଦୃଷ୍ଟିରେ ରଖି ସବୁ ଆଡୁ ବୟାନ ବାଜି ଜାରି ରହିଛି । ବୁଧବାର ଦିନ ପଞ୍ଜାବର ସିଏମ୍ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି । କିନ୍ତୁ ଏହା ସତ୍ତ୍ୱେ ଏହି ପ୍ରସଙ୍ଗକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ହଙ୍ଗାମା ହେଉଛି । ଏହାକୁ ଦୃଷ୍ଟିରେ ରଖି ପଞ୍ଜାବର କଂଗ୍ରେସ (Congress) ସରକାରଙ୍କୁ ନେଇ ଅନେକ ପ୍ରଶ୍ନବାଚୀ ଉଠିଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ପଞ୍ଜାବର ସିଏମ ଚରଣଜିତ ସିଂ ଚନ୍ନିଙ୍କ ସହ କଥା ହୋଇଛନ୍ତି ।

କହି ରଖୁଛୁ ଯେ ସୋନିଆ ଗାନ୍ଧୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବାର୍ତ୍ତାଳାପ କରିଛନ୍ତି । ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷା ଚନ୍ନିଙ୍କ ଠାରୁ ପୂରା ଘଟଣା ବିଷୟରେ ପଚାରି ବୁଝିଥିଲେ ଓ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗରେ କୌଣସି ଅଭାବ ଗ୍ରହଣୀୟ ନୁହେଁ ।

ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି ପଞ୍ଜାବ ସରକାର 
ଏଥି ସହିତ ବର୍ତ୍ତମାନ ପଞ୍ଜାବର ଚରଣଜିତ ସିଂ ଚନ୍ନି ସରକାର ଏହି ପ୍ରସଙ୍ଗରେ ଲଗାତାର ଆକ୍ସନ ନେଉଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ପଞ୍ଜାବ ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି କମିଟି ତିନି ଦିନ ମଧ୍ୟରେ ଏହାର ରିପୋର୍ଟ ଦାଖଲ କରିବ । ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ ଏହି କମିଟିରେ ଅବସରପ୍ରାପ୍ତ ଜଷ୍ଟିସ ମେହେତାବ ସିଂ ଗିଲ ଏବଂ ମୁଖ୍ୟ ସଚିବ ଗୃହ ବିଭାଗ ଏବଂ ଜଷ୍ଟିସ ଅନୁରାଗ ଭର୍ମା ରହିବେ ।

ଗତକାଲି ଅର୍ଥାତ ବୁଧୁବାର ଦିନ ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ଧରଣର ବିଶୃଙ୍ଖଳା ଦେଖା ଦେଇଥିଲା । ବର୍ତ୍ତମାନ ଏହି ପ୍ରସଙ୍ଗରେ ଆଉ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି । ଭାରତୀୟ କିସାନ ସଂଗଠନର ନେତା ସୁରଜିତ ସିଂ ଫୁଲ ସ୍ୱୀକାର କରିଛନ୍ତି ଯେ ଭାରତ କିସାନ ସଂଗଠନର କର୍ମକର୍ତ୍ତାମାନେ ହିଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାସ୍ତାକୁ ଅଟକାଇ ଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସଡକ ମାର୍ଗରେ ଆସୁଛନ୍ତି ବୋଲି ପଞ୍ଜାବ ପୋଲିସ କହିଛି ।

ଏହା ବି ପଢ଼ନ୍ତୁ: ୭ଟି ପଏଣ୍ଟରେ ଜାଣନ୍ତୁ PM ଙ୍କ ଗସ୍ତ ସମୟରେ କିପରି ଥାଏ ସୁରକ୍ଷା ବ୍ୟବସ୍ଥା, କେମିତି ଚାଲିଥାଏ କନଭୟ

ଏହା ବି ପଢ଼ନ୍ତୁ: Govt Jobs: ଇଣ୍ଡିଆନ୍ କୋଷ୍ଟଗାର୍ଡରେ ବମ୍ପର ନିଯୁକ୍ତି, ଏହିପରି କରନ୍ତୁ ଆବେଦନ