ଆମେରିକା ଚାଲିଯିବା ମାତ୍ରେ ପଞ୍ଜଶୀର ଉପରେ ଆକ୍ରମଣ କଲା ତାଲିବାନ, ପାଲଟା ଆକ୍ରମଣରେ ଅନେକ ଆତଙ୍କୀ ନିହତ
Advertisement
Article Detail0/zeeodisha/odisha976544

ଆମେରିକା ଚାଲିଯିବା ମାତ୍ରେ ପଞ୍ଜଶୀର ଉପରେ ଆକ୍ରମଣ କଲା ତାଲିବାନ, ପାଲଟା ଆକ୍ରମଣରେ ଅନେକ ଆତଙ୍କୀ ନିହତ

ନର୍ଦର୍ନ ଆଲାଇନ୍ସ (Northern Alliance) କହିବାନୁସାରେ, ଏହି ଳଢ଼େଇରେ ସେମାନଙ୍କର ଦୁଇ ଯୋଦ୍ଧା ମଧ୍ୟ ପ୍ରାଣ ହରାଇଛନ୍ତି ।

ଆମେରିକା ଚାଲିଯିବା ମାତ୍ରେ ପଞ୍ଜଶୀର ଉପରେ ଆକ୍ରମଣ କଲା ତାଲିବାନ, ପାଲଟା ଆକ୍ରମଣରେ ଅନେକ ଆତଙ୍କୀ ନିହତ

ନୂଆଦିଲ୍ଲୀ: Taliban take over Afghanistan: ଆମେରିକା (America) ଆଫଗାନିସ୍ତାନ (Afghanistan) ଛାଡିବା ମାତ୍ରେ ତାଲିବାନ ନିଜର ଅସଲ ଚେହେରା ଦେଖାଇବା ଆରମ୍ଭ କରିଛି । ସୋମବାର ବିଳମ୍ବିତ ରାତିରେ ଯେତେବେଳେ କାବୁଲ (Kabul) ରୁ ଆମେରିକାର ଶେଷ ବିମାନ ପ୍ରସ୍ଥାନ କରିଥିଲା, ସେତେବେଳେ ତାଲିବାନ (Taliban) ର ଆତଙ୍କୀ ପଞ୍ଜଶୀର (Panjshir) ଉପରେ ଆକ୍ରମଣ କରିଥିଲେ ।

ତାଲିବାନ (Taliban) ବିରୋଧରେ ଲଢ଼ୁଥିବା ନର୍ଦର୍ନ ଆଲାଇନ୍ସ (Northern Alliance) ଦାବି କରିଛି ଯେ, ସୋମବାର ରାତିରେ ତାଲିବାନ ଆତଙ୍କୀମାନେ ପଞ୍ଜଶୀର ଉପତ୍ୟକା (Panjshir Valley) କୁ ପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି । ଏହି ସମୟରେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ହୋଇଥିଲା ଓ ଏହି ଲଢ଼େଇରେ ୭-୮ ତାଲିବାନ ଆତଙ୍କୀ ନିହତ ହୋଇଥିଲେ ।

ନର୍ଦର୍ନ ଆଲାଇନ୍ସ (Northern Alliance) କହିବାନୁସାରେ, ଏହି ଳଢ଼େଇରେ ସେମାନଙ୍କର ଦୁଇ ଯୋଦ୍ଧା ମଧ୍ୟ ପ୍ରାଣ ହରାଇଛନ୍ତି । ତାଲିବାନ (Taliban) ସମଗ୍ର ଦେଶକୁ ଦଖଲ କରିସାରିଛି, କିନ୍ତୁ ଏପର୍ଯ୍ୟନ୍ତ ପଞ୍ଜଶୀରଙ୍କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇ ନାହିଁ । ଏଠାରେ ଅହମ୍ମଦ ମାସୁଦ (Ahmed Masood) ଙ୍କ ନେତୃତ୍ୱରେ ନର୍ଦର୍ନ ଆଲାଇନ୍ସ (Northern Alliance) ର ସଂଗ୍ରାମୀମାନେ ତାଲିବାନ ବିରୋଧରେ ଲଢ଼େଇ କରୁଛନ୍ତି ।

ଅଧିକ ପଢ଼ନ୍ତୁ:-ନିଜ ମା'ବାପାଙ୍କୁ ଘରେ ରଖନ୍ତି ନାହିଁ ଏହି ୫ ବଲିଉଡ ତାରକା, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଅଧିକ ପଢ଼ନ୍ତୁ:-ଦେଶରେ ଆସିବାକୁ ଯାଉଛି ଆଉ ୨ଟି ନୂଆ ବ୍ୟାଙ୍କ, RBI କୁ ଲାଇସେନ୍ସ ପାଇଁ କଲେ ଆବେଦନ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ...

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର!

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ପଞ୍ଜଶୀରରେ ଦୀର୍ଘ ଦିନ ଧରି ଜାରି ରହିଛି ଯୁଦ୍ଧ 

ତାଲିବାନ (Taliban) ବିରୋଧରେ ଶେର-ଇ-ପଞ୍ଜଶୀର ଅହମ୍ମଦ ଶାହ ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ (Ahmed Masood) ଓ ଆଫଗାନିସ୍ତାନର କାର୍ଯ୍ୟକାରୀ ରାଷ୍ଟ୍ରପତି ଅମ୍ରୁଲ୍ଲା ସାଲେହ (Amrullah Sale) ଙ୍କ ନେତୃତ୍ୱରେ ନର୍ଦର୍ନ ଆଲାଇନ୍ସ (Northern Alliance) ଦ୍ୱାରା ଏକ ମୋର୍ଚ୍ଚା ଖୋଲାଯାଇଛି । ଗତ କିଛି ଦିନ ମଧ୍ୟରେ ତାଲିବାନ ଏଠାରେ ଅନେକ ଥର ଅନୁପ୍ରବେଶ କରିବାକୁ ଚେଷ୍ଟା କରିସାରିଛି, କିନ୍ତୁ ପ୍ରତ୍ୟେକ ଥର ଏହା ବିଫଳ ହୋଇଛି । ଅତୀତରେ ଏଠାରେ ପ୍ରାୟ ୩୦୦ ତାଲିବାନ ଆତଙ୍କବାଦୀ ନିହତ ହୋଇଥିବା ଦାବି କରାଯାଇଥିଲା ।

ତେବେ ଉଭୟ ପକ୍ଷରୁ ବୁଝାମଣା କରିବାକୁ ମଧ୍ୟ ଉଦ୍ୟମ ଚାଲିଛି । ତାଲିବାନ ନିକଟରେ ପଞ୍ଜଶୀରର ଲୋକଙ୍କ ସହ କଥାବାର୍ତ୍ତା କରୁଥିବା ଦାବି କରିଛି । ଏଥି ସହିତ ନର୍ଦର୍ନ ଆଲାଇନ୍ସର ନେତା ଅହମ୍ମଦ ମାସୁଦ ସ୍ପଷ୍ଟ କରିଥଲେ ଯେ ସେ ତାଲିବାନ ସହ ଆଲୋଚନା ପାଇଁ ପ୍ରସ୍ତୁତ, ଏକ ମିଳିତ ସରକାର ବିଷୟରେ ମଧ୍ୟ ଆଲୋଚନା ହେଉଛି । କିନ୍ତୁ ଯଦି ତାଲିବାନ ଯୁଦ୍ଧ ଚାହୁଁଛି, ତେବେ ଯୁଦ୍ଧ ମଧ୍ୟ ଲଢ଼ା ଯିବ ।