ବାଇଡେନଙ୍କୁ ତାଲିବାନର ଖୋଲା ଧମକ, କହିଲେ-ଯଦି ଆମେରିକା...
Advertisement
Article Detail0/zeeodisha/odisha970953

ବାଇଡେନଙ୍କୁ ତାଲିବାନର ଖୋଲା ଧମକ, କହିଲେ-ଯଦି ଆମେରିକା...

ତାଲିବାନ (Taliban) ସ୍ପଷ୍ଟ ଭାବରେ କହିଛି ଯେ, ଅଗଷ୍ଟ ୩୧ରୁ ଗୋଟିଏ ଦିନ ମଧ୍ୟ ଆଗରେ ଏହି ଅବଧି ବଢ଼ାଇ ହେବନାହିଁ । ଯଦି ଆମେରିକା (America) ଓ ବ୍ରିଟେନ (Britain) ଅଗଷ୍ଟ ୩୧ରୁ ଗୋଟିଏ ଦିନର ଆଗର ମହଲତ ମାଗନ୍ତି, ତେବେ ଏହାର ଜବାବ ନା ହିଁ ହେବ ଏବଂ ଏହାସହ ଗମ୍ଭୀର ପରିଣାମ ମଧ୍ୟ ଭୋଗିବାକୁ ପଡ଼ିବ ।

ବାଇଡେନଙ୍କୁ ତାଲିବାନର ଖୋଲା ଧମକ, କହିଲେ-ଯଦି ଆମେରିକା...

କାବୁଲ: Taliban take over Afghanistan: ତାଲିବାନ (Taliban) ଆମେରିକା (America) କୁ ସିଧାସଳଖ ଧମକ ଦେଇଛି । ତାଲିବାନ କହିଛି ଯେ ଯଦି ବାଇଡେନ ସରକାର (Biden Government) ଆଫଗାନିସ୍ତାନ (Afghanistan) ରୁ ନିଜର ସୈନ୍ୟ (US Troops) ଅପସାରଣ ନକରନ୍ତି ତେବେ ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ । ତାଲିବାନ ମୁଖପାତ୍ର ଡକ୍ଟର ସୁହେଲ ଶାହିନ (Taliban spokesman Dr Suhail Shaheen) କହିଛି ଯେ ବାଇଡେନ ଅଗଷ୍ଟ ୩୧ରେ ଆଫଗାନିସ୍ତାନ ଛାଡିବା କଥା କହିସାରିଛନ୍ତି । ବାଇଡେନ ନିଜ କଥାରୁ ଓହରିବାର କୌଣସି ଅର୍ଥ ନାହିଁ ।

ତାଲିବାନ (Taliban) ସ୍ପଷ୍ଟ ଭାବରେ କହିଛି ଯେ, ଅଗଷ୍ଟ ୩୧ରୁ ଗୋଟିଏ ଦିନ ମଧ୍ୟ ଆଗରେ ଏହି ଅବଧି ବଢ଼ାଇ ହେବନାହିଁ । ଯଦି ଆମେରିକା (America) ଓ ବ୍ରିଟେନ (Britain) ଅଗଷ୍ଟ ୩୧ରୁ ଗୋଟିଏ ଦିନର ଆଗର ମହଲତ ମାଗନ୍ତି, ତେବେ ଏହାର ଜବାବ ନା ହିଁ ହେବ ଏବଂ ଏହାସହ ଗମ୍ଭୀର ପରିଣାମ ମଧ୍ୟ ଭୋଗିବାକୁ ପଡ଼ିବ ।

ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ କାବୁଲ ବିମାନବନ୍ଦରରେ ନିରାଶାର ଦୃଶ୍ୟ ଦେଖିବାକୁ ମିଳୁଛି । ତାଲିବାନ ଠାରୁ ରକ୍ଷା ପାଇବା ପାଇଁ ଲୋକମାନେ ସବୁକିଛି ଛାଡ଼ି ନିଜ ଜୀବନକୁ ବିପଦରେ ପକାଇବାକୁ ପ୍ରସ୍ତୁତ ଅଛନ୍ତି । ଯେତେବେଳେ ତାଲିବାନ ମୁଖପାତ୍ର ସୁହେଲ ଶାହିନଙ୍କୁ ଏହି ପ୍ରସଙ୍ଗରେ ପଚରାଯାଇଥିଲା, ସେ ଏହାକୁ ଅସ୍ୱୀକାର କରିଛି । 

ଅଧିକ ପଢ଼ନ୍ତୁ:-କୋରୋନାକୁ ନେଇ ଆସିଲା ଆଉ ଏକ ଗୁଡ୍ ନ୍ୟୁଜ୍

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-ବଡ଼ ଖୁଲାସା: ବାଇଡେନଙ୍କୁ ରାଷ୍ଟ୍ରପତି ଭାବେ ଦେଖିବାକୁ ଚାହୁଁଥିଲା ଲାଡେନ, ୨୦୧୦ରେ ହିଁ ଦେଇଥିଲା ଏହି ଚେତାବନୀ

ଅଧିକ ପଢ଼ନ୍ତୁ:-ଆମେରିକାର ଦାବି, ଏହି କାରଣରୁ ତାଲିବାନ ସହ ହାତ ମିଳାଇଛି ପାକିସ୍ତାନ

ସେ କହିଛି ଯେ, "ମୁଁ ଆପଣଙ୍କୁ ଆଶ୍ୱାସନା ଦେଉଛି ଯେ ଏହା ଚିନ୍ତିତ କିମ୍ବା ଭୟଭୀତ ହେବାର ବିଷୟ ନୁହେଁ । ସେମାନେ ପାଶ୍ଚାତ୍ୟ ଦେଶରେ ରହିବାକୁ ଚାହାଁନ୍ତି । କାରଣ ଆଫଗାନିସ୍ତାନ ଏକ ଗରିବ ଦେଶ ଓ ଆଫଗାନିସ୍ତାନର ୭୦ ପ୍ରତିଶତ ଲୋକ ଦାରିଦ୍ର ସୀମାରେଖା ତଳେ ବାସ କରନ୍ତି । ସେଥିପାଇଁ ସମସ୍ତେ ପାଶ୍ଚାତ୍ୟ ଦେଶରେ ଏକ ସମୃଦ୍ଧ ଜୀବନ ପାଇଁ ବସିବାକୁ ଚାହାଁନ୍ତି । ଏହା ଭୟଭୀତ ହେବା ବିଷୟରେ ନୁହେଁ ।"