ଭାରତକୁ ପ୍ରଶଂସା କଲା ତାଲିବାନ କିନ୍ତୁ...
Advertisement

ଭାରତକୁ ପ୍ରଶଂସା କଲା ତାଲିବାନ କିନ୍ତୁ...

ଆଫଗାନିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତର ସହାୟତାକୁ ସ୍ୱାଗତ କରିଛି କିନ୍ତୁ ବର୍ତ୍ତମାନର ସ୍ୱାସ୍ଥ୍ୟ ସଙ୍କଟର ମୁକାବିଲା ପାଇଁ ସେମାନଙ୍କୁ ଅଧିକ ସାହାଯ୍ୟ ଆବଶ୍ୟକ ବୋଲି କହିଛି । ତାଲିବାନ କ୍ଷମତାକୁ ଫେରିବା ପରେ ଭାରତ ଏହା ପଠାଇଥିବା ପ୍ରଥମ ମାନବିକ ସହାୟତା ।

ଭାରତକୁ ପ୍ରଶଂସା କଲା ତାଲିବାନ କିନ୍ତୁ...

ନୂଆଦିଲ୍ଲୀ: ତାଲିବାନ (Taliban) କ୍ଷମତାକୁ ଆସିବା ପରେ ଖରାପ ସ୍ୱାସ୍ଥ୍ୟ ବ୍ୟବସ୍ଥା ସହ ଲଢ଼େଇ କରୁଥିବା ଆଫଗାନିସ୍ତାନ (Afghanistan) କୁ ଭାରତ (India) ମାନବିକ ସହାୟତା (humanitarian aid) ଭାବରେ ସ୍ୱାସ୍ଥ୍ୟ ସାମଗ୍ରୀର ପ୍ରଥମ ଗୁଚ୍ଛା ପଠାଇଛି । ଅସରଫ ଘାନି (Asraf Ghani) ଙ୍କ ବହିଷ୍କାର ପରେ ଶନିବାର ଆଫଗାନିସ୍ତାନକୁ ଭାରତ ପଠାଇଥିବା ଏହା ହେଉଛି ପ୍ରଥମ ସହାୟତା । ଭାରତ ତାଲିବାନ ଶାସିତ ଆଫଗାନିସ୍ତାନକୁ ସିଧାସଳଖ ଦିଲ୍ଲୀରୁ କାବୁଲକୁ ଅଫଗାନ ଏୟାରଲାଇନ୍ସ କାମ ଏୟାରରେ ୧.୬ ମେଟ୍ରିକ ଟନ୍ ସ୍ୱାସ୍ଥ୍ୟ ସାମଗ୍ରୀ ପଠାଇଛି ।

ଆଫଗାନିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତର ସହାୟତାକୁ ସ୍ୱାଗତ କରିଛି କିନ୍ତୁ ବର୍ତ୍ତମାନର ସ୍ୱାସ୍ଥ୍ୟ ସଙ୍କଟର ମୁକାବିଲା ପାଇଁ ସେମାନଙ୍କୁ ଅଧିକ ସାହାଯ୍ୟ ଆବଶ୍ୟକ ବୋଲି କହିଛି । ତାଲିବାନ କ୍ଷମତାକୁ ଫେରିବା ପରେ ଭାରତ ଏହା ପଠାଇଥିବା ପ୍ରଥମ ମାନବିକ ସହାୟତା ।

ଆଫଗାନିସ୍ତାନର ସ୍ଥାନୀୟ ଚ୍ୟାନେଲ ଟୋଲୋ ନ୍ୟୁଜ୍ ସହିତ ଆଫଗାନିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଜାଭିଦ୍ ହଜିର କହିଛନ୍ତି ଯେ, "ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାଧ୍ୟମରେ ଆଫଗାନିସ୍ତାନର ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଭାରତ କିଛି ସ୍ୱାସ୍ଥ୍ୟ ଉତ୍ପାଦ ଦାନ କରିଛି । ଆମେ ଏହାକୁ ପ୍ରଶଂସା କରୁଛୁ ଓ ଆଫଗାନିସ୍ତାନକୁ ସାହାଯ୍ୟ କରିବାକୁ ଆଗକୁ ଆସିବାକୁ ଅନ୍ୟ ଦେଶମାନଙ୍କୁ ନିବେଦନ କରୁଛୁ ।"

ଏହା ବ୍ୟତୀତ ଭାରତ ଆଫଗାନିସ୍ତାନ (Afghanistan) କୁ ୫ ଲକ୍ଷ ଡୋଜ୍ କୋରୋନା ଭାଇରସ ଟିକା ମଧ୍ୟ ଦେବ । ଭାରତରେ ଆଫଗାନିସ୍ତାନର ରାଷ୍ଟ୍ରଦୂତ ଫରୀଦ ମାମୁନ୍ଦଜଇ ଟ୍ୱିଟ୍ କରି ଭାରତକୁ ଧନ୍ୟବାଦ ଜଣାଇଛନ୍ତି । ସେ ଲେଖିଛନ୍ତି, "ଆପଣ ଉପକାରୀଙ୍କ ସହ ଯେଉଁ ଦୟା ଦେଖାଉଛନ୍ତି, ତାହାର ପ୍ରଶଂସା ନାହିଁ । ମହାତ୍ମା ତ ସେ ଯିଏ ନିଜ ସହ ଖରାପ କରୁଥିବା  ବ୍ୟକ୍ତିଙ୍କ ସହ ମଧ୍ୟ ଭଲ କରିଥାଏ । ଏହି କଷ୍ଟ ସମୟରେ ଆଫଗାନିସ୍ତାନର ପିଲାମାନଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେଇଥିବାରୁ ଭାରତକୁ ଧନ୍ୟବାଦ । ଅମର ରହୁ ଭାରତ-ଆଫଗାନିସ୍ତାନ ବନ୍ଧୁତା ।"

ସେ ଅନ୍ୟ ଏକ ଟ୍ୱିଟରେ ଲେଖିଛନ୍ତି, "ସମସ୍ତ ପିଲାଙ୍କୁ ଟିକିଏ ସାହାଯ୍ୟ ଦରକାର, ଗୋଟିଏ ଛୋଟ ଆଶା ଓ ସେମାନଙ୍କ ଉପରେ ବିଶ୍ୱାସ କରିବାକୁ କେହି ଆବଶ୍ୟକ କରନ୍ତି । ଭାରତରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସାମଗ୍ରୀର ପ୍ରଥମ ଗୁଚ୍ଛା ଆଜି ସକାଳେ କାବୁଲରେ ପହଞ୍ଚିଛି । ୧.୬ ମେଟ୍ରିକ ଜୀବନ ରକ୍ଷାକାରୀ ଔଷଧ ଏହି କଷ୍ଟ ସମୟରେ ଅନେକ ପରିବାରକୁ ସାହାଯ୍ୟ କରିବ । ଭାରତବାସୀଙ୍କଠାରୁ ଆଫଗାନିସ୍ତାନକୁ ଏକ ଉପହାର ।"

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ପାଇଁ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥାଏ ମାତ୍ର ୩ଟି ଅଖରୋଟ, କେବଳ ଏହିପରି କରନ୍ତୁ ସେବନ, ମିଳିବ ଜବରଦସ୍ତ ଲାଭ!

ଏହା ବି ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୩୦୬ ସଂକ୍ରମିତ

ଏହା ବି ପଢ଼ନ୍ତୁ:-୨୦୦ ମହିଳାଙ୍କୁ କୁରାଢ଼ିରେ ହତ୍ୟା କରିଛି ଏହି ପୋଲିସ କର୍ମୀ, ଅପରାଧ ବିଷୟରେ ଜାଣିଲେ ଟାଙ୍କୁରୀ ଉଠିବ ଲୋମ

ଏହା ବି ପଢ଼ନ୍ତୁ:-କିସମିସ ଓ ମହୁର ଆଶ୍ଚର୍ଯ୍ୟଜନକ ଲାଭ: ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବହୁତ ଲାଭଦାୟକ, ଏହି ସମୟରେ କରନ୍ତୁ ସେବନ