ମହାକାଶରୁ ମାଡ଼ି ଆସୁଛି ଆଉ ୩ଟି ବଡ଼ ସଙ୍କଟ !
Advertisement
Article Detail0/zeeodisha/odisha717076

ମହାକାଶରୁ ମାଡ଼ି ଆସୁଛି ଆଉ ୩ଟି ବଡ଼ ସଙ୍କଟ !

ସାଧାରଣତ ମଙ୍ଗଳ ଗ୍ରହ ଓ ବୃହସ୍ପତି ଗ୍ରହର କକ୍ଷପଥ ମଧ୍ୟରେ ଏହିପରି ବହୁ ସଂଖ୍ୟକ ଉଲକାପିଣ୍ଡ ମିଳିଥାଏ । କିନ୍ତୁ ପୃଥିବୀ ଦେଇ ଯାଉଥିବା ଉଲକାପିଣ୍ଡ କମ୍ ସଂଖ୍ୟକ ହୋଇଥାଏ । ଏପରି ପରିସ୍ଥିତିରେ ପୃଥିବୀ ନିକଟରେ ଏହି ଆଷ୍ଟେରଏଡଗୁଡିକ ଆସିବା ସହିତ ବିପଦ ବଢ଼ିଯାଏ ।

ମହାକାଶରୁ ମାଡ଼ି ଆସୁଛି ଆଉ ୩ଟି ବଡ଼ ସଙ୍କଟ !

ନୂଆଦିଲ୍ଲୀ: ମହାକାଶରୁ ୩ ଅବାଞ୍ଛିତ ଅତିଥି ପୃଥିବୀ ଆଡକୁ ଆସୁଛନ୍ତି । ଆଜି ଏହି ତିନୋଟି ପୃଥିବୀରୁ ଅତି ନିକଟତର ଦୂରତା ଦେଇ ଗତି କରିବେ । ସମଗ୍ର ବିଶ୍ୱର ବୈଜ୍ଞାନିକ ଏହି ୩ ସଙ୍କଟ ଉପରେ ନଜର ରଖିଛନ୍ତି । ଯାହାଦ୍ୱାରା ସେମାନଙ୍କ ଦିଗରେ ସାମାନ୍ୟ ପରିବର୍ତ୍ତନ ଆସିଲେ ଚେତାବନୀ ଜାରି କରି ଦିଆଯିବ । ବାସ୍ତବରେ ଏହି ଅତିଥିମାନେ ଆଷ୍ଟ୍ରୋଏଡ୍ କିମ୍ବା ଉଲକା ପିଣ୍ଡ ଭାବରେ ଜଣାଶୁଣା । କିନ୍ତୁ ଯଦି ସେମାନେ ପୃଥିବୀ ଆଡକୁ ବଢ଼ନ୍ତି, ତେବେ ଏହା ବିପଜ୍ଜନକ ପ୍ରମାଣିତ ହୋଇପାରନ୍ତି । ଏହାସହ ପୃଥିବୀର ବାୟୁ ମଣ୍ଡଳ ସହ ଘର୍ଷଣ ହୁଏ ତେବେ ଏହି ଉଲକା ପିଣ୍ଡ ବଡ଼ ବିନାଶ ଆଣିପାରନ୍ତି । 

ଆଜି ଅର୍ଥାତ୍ ଜୁଲାଇ ୨୪ରେ ମହାକାଶରୁ ଆସୁଥିବା ପ୍ରଥମ ମେଟେରାଇଟ୍ ବା ଉଲକା ପିଣ୍ଡର ନାମ ଆଷ୍ଟେରଏଡ୍ 2020 ND ରଖାଯାଇଛି । ଏହାର ଗତି ହେଉଛି ୧୩.୫ କିଲୋମିଟର ପ୍ରତି ସେକେଣ୍ଡରେ । ଏହାର ଲମ୍ବ ହେଉଛି ୧୭୦ ମିଟର । ଏହା ପୃଥିବୀଠାରୁ ପ୍ରାୟ ୫୦.୮୬ ଲକ୍ଷ କିଲୋମିଟର ଦୂରରୁ ଗତି କରିବ । ଯଦିଓ ମହାକାଶରେ ଏହି ଦୂରତା ଅଧିକ ମନେ କରାଯାଏ ନାହିଁ । କାରଣ ଏହି ଦୂରତା ଏକ କ୍ଷଣରେ ହ୍ରାସ ହୋଇପାରେ ।

ସାଧାରଣତ ମଙ୍ଗଳ ଗ୍ରହ ଓ ବୃହସ୍ପତି ଗ୍ରହର କକ୍ଷପଥ ମଧ୍ୟରେ ଏହିପରି ବହୁ ସଂଖ୍ୟକ ଉଲକା ପିଣ୍ଡ ମିଳିଥାଏ । କିନ୍ତୁ ପୃଥିବୀ ଦେଇ ଯାଉଥିବା ଉଲକା ପିଣ୍ଡ କମ୍ ସଂଖ୍ୟକ ହୋଇଥାଏ । ଏପରି ପରିସ୍ଥିତିରେ ପୃଥିବୀ ନିକଟରେ ଏହି ଆଷ୍ଟେରଏଡଗୁଡିକ ଆସିବା ସହିତ ବିପଦ ବଢ଼ିଯାଏ ।

ଏହିପରି ଉଲକା ପିଣ୍ଡକୁ ଜ୍ୟୋତିର୍ବିଜ୍ଞାନୀମାନେ ସମ୍ଭାବ୍ୟ ବିପଜ୍ଜନକ ଆଷ୍ଟେରଏଡ (PHAs) ବୋଲି କହନ୍ତି । ଏହା ହେଉଛି ଏକ ମାପ ଯେଉଁଥିରେ ମହାକାଶ ବୈଜ୍ଞାନିକମାନେ ସେହି ଉପାଦାନଗୁଡ଼ିକୁ ଅନ୍ତର୍ଭୁକ୍ତ କରନ୍ତି ଯାହା ପୃଥିବୀ ନିକଟକୁ ଆସୁଥିବା ବିପଦ ଭାବରେ ମାପ କରାଯାଏ ।

ଯଦି ଆଷ୍ଟ୍ରୋଏଡ୍ 2020 ND ସିଧାସଳଖ ପୃଥିବୀକୁ ଆଘାତ କରେ, ତେବେ ଏହା ପୃଥିବୀର ପ୍ରାୟ ଅଧାକୁ ନଷ୍ଟ କରିପାରେ । ତଥାପି ଅନୁମାନ କରାଯାଇଛି ଯେ ଏହି ଉଲକା ପିଣ୍ଡ ପୃଥିବୀଠାରୁ ବହୁ ଦୂର ଦେଇ ଗତି କରୁଛି, ତେଣୁ କୌଣସି କ୍ଷୟକ୍ଷତିର ସମ୍ଭାବନା ନାହିଁ ।

ଦ୍ୱିତୀୟ ଉଲକା ପିଣ୍ଡ ହେଉଛି 2016 DY 30 । ଏହା ପୃଥିବୀ ଠାରୁ ପ୍ରାୟ ୩୪ ଲକ୍ଷ କିଲୋମିଟର ଦୂରର ଦେଇ ବାହାରି ଯିବ । ଅନ୍ୟପକ୍ଷେ ତୃତୀୟ ଉଲକା ପିଣ୍ଡ 2020 ME3 ପୃଥିବୀ ଠାରୁ ୫୬ ନିୟୁତ କିଲୋମିଟର ଦୂରରୁ ଯିବ । ପୃଥିବୀରୁ ସବୁଠାରୁ ନିକଟତମ ଦୂରତା ଦେଇ ଯାଉଥିବା ଉଲକାପିଣ୍ଡ ହେଉଛି 2016 DY 30 ।

ଉଲକା ପିଣ୍ଡ 2016 DY 30ର ଘଣ୍ଟା ପ୍ରତି ବେଗ ୫୪ ହଜାର କିଲୋମିଟର ରହିଛି । ଯେତେବେଳେ କି, 2020 ME3ର ଗତି ଘଣ୍ଟା ପ୍ରତି ୧୬ ହଜାର କିଲୋମିଟର ରହିଛି । ଉଲକା ପିଣ୍ଡ 2016 DY 30ର ମୋଟେଇ ମାତ୍ର ୧୫ ଫୁଟ । କିନ୍ତୁ ଯଦି ଏହା ଭୂମି ଉପରେ ଆଘାତ କରେ, ତେବେ ଏହା ପ୍ରବଳ କ୍ଷତି କରିବ ।

ବାସ୍ତବରେ ଆଷ୍ଟ୍ରୋଏଡସ୍ ବା ଉଲକା ପିଣ୍ଡଗୁଡିକ ମୂଳତଃ ଗ୍ରହର ଖଣ୍ଡ ହୋଇଥାଏ ।  ଗ୍ରହମାନଙ୍କର ଜନ୍ମ ପରଠାରୁ ଏହି ଖଣ୍ଡଗୁଡ଼ିକ ବଞ୍ଚି ରହିଛନ୍ତି । ଏହି ଗ୍ରହଗୁଡ଼ିକରେ ପୃଥିବୀ, ବୁଧ, ଶୁକ୍ର ଏବଂ ମଙ୍ଗଳ ସାମିଲ ରହିଛି । ଏହି ଖଣ୍ଡଗୁଡ଼ିକ ପ୍ରାୟତଃ ମହାକାଶରେ ବୁଲି ବୁଲି ପୃଥିବୀର ନିକଟତର ଆସି ଯାଆନ୍ତି ।