Tokyo Paralympics: ଟୋକିଓ ପାରାଲିମ୍ପିକ୍ସରେ ସୁଟିଂରେ ଭାରତର ଅବନୀ ଲେଖରା (Avni Lakhera) ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୧୯ ବର୍ଷୀୟ ଏହି ସୁଟର ମହିଳାଙ୍କ ୧୦ ମିଟର ଏୟାର ରାଇଫଲ ବର୍ଗରେ SH1 ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ୨୪୯.୬ ସ୍କୋର କରି ଶୀର୍ଷରେ ରହିଛନ୍ତି । ପାରାଲିମ୍ପିକ୍ସ ଇତିହାସରେ ଶୁଟିଂରେ ଏହା ହେଉଛି ଭାରତର ପ୍ରଥମ ସ
Trending Photos
ନୂଆଦିଲ୍ଲୀ: Tokyo Paralympics: ଟୋକିଓ ପାରାଲିମ୍ପିକ୍ସରେ ସୁଟିଂରେ ଭାରତର ଅବନୀ ଲେଖରା (Avani Lekhera) ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୧୯ ବର୍ଷୀୟ ଏହି ସୁଟର ମହିଳାଙ୍କ ୧୦ ମିଟର ଏୟାର ରାଇଫଲ ବର୍ଗରେ SH1 ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ୨୪୯.୬ ସ୍କୋର କରି ଶୀର୍ଷରେ ରହିଛନ୍ତି । ପାରାଲିମ୍ପିକ୍ସ ଇତିହାସରେ ଶୁଟିଂରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ।
A great start for #TeamIndia as @AvaniLekhara qualifies to the final with 7th position & a score of 621.7 in 10m AR Standing SH1 Qualification
She will compete in the final at 7:30 am (IST) today. Do send in your #Cheer4India messages#Praise4Para#Paralympics pic.twitter.com/30RBHfQeQH
— SAI Media (@Media_SAI) August 30, 2021
ଏହାପୂର୍ବରୁ ସୋମବାର ଯୋଗେଶ କାଥୁନିଆ (Yogesh Kathunia) ଭାରତକୁ ଡିସ୍କସ୍ ଥ୍ରୋରରେ ରୌପ୍ୟ ପଦକ ପ୍ରଦାନ କରିଛନ୍ତି ।
ଅବନୀ ଫାଇନାଲରେ ୨୪୯.୬ ସ୍କୋର କରି ବିଶ୍ୱ ରେକର୍ଡର ବରାବରି କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ଚାଇନାର ଝାଙ୍ଗ କୁଇପିଙ୍ଗ (୨୪୮.୯ ପଏଣ୍ଟ) ଙ୍କୁ ପଛକୁ ଛାଡ଼ିଥିଲେ । ୟୁକ୍ରେନର ଇରିୟାନା ଶେଟନିକ୍ (୨୨୭.୫) ବ୍ରୋଞ୍ଜ ପଦକ ଜିତିଛନ୍ତି ।
ପାରାଲିମ୍ପିକ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅବନୀ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଆଥଲେଟ୍ । ଶୁଟିଂ ପ୍ରତିଯୋଗିତାରେ ଏହା ମଧ୍ୟ ଭାରତର ପ୍ରଥମ ପଦକ । ଟୋକିଓ ପାରାଲିମ୍ପିକ୍ସରେ ଏହା ମଧ୍ୟ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ । ସେ ହେଉଛନ୍ତି ପାରାଲିମ୍ପିକ୍ ଗେମ୍ସରେ ପଦକ ଜିତିଥିବା ତୃତୀୟ ଭାରତୀୟ ମହିଳା ।
ସୂଚନାଯୋେଗ୍ୟ, ରବିବାର ଭାବିନାବେନ୍ ପଟେଲ ମହିଳା ସିଙ୍ଗଲ୍ସ ଟେବୁଲ୍ ଟେନିସ୍ ଇଭେଣ୍ଟ କ୍ଲାସ୍ ୪ରେ ଓ ନିଷାଦ କୁମାର ପୁରୁଷଙ୍କ T47 ହାଇ ଜମ୍ପ୍ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି ।
ରବିବାର ଟୋକିଓ ପାରାଲିମ୍ପିକ୍ସରେ ଡିସ୍କସ୍ ଥ୍ରୋରେ ଏସୀୟ ରେକର୍ଡ ସହ ପୁରୁଷ F52 ଇଭେଣ୍ଟରେ ବିନୋଦ କୁମାର ବ୍ରୋଞ୍ଜ ପଦକ ଜିତିଥିଲେ, କିନ୍ତୁ ତାଙ୍କ ବ୍ୟାଧି ବର୍ଗୀକରଣକୁ ବିରୋଧ କରି ତାଙ୍କ ବିଜୟ ଉତ୍ସବ ପାଳନ କରିପାରି ନଥିଲେ । ପଦକ ସମାରୋହକୁ ଅଗଷ୍ଟ ୩୦ ସନ୍ଧ୍ୟା ଅଧିବେଶନ ପର୍ଯ୍ୟନ୍ତ ମଧ୍ୟ ସ୍ଥଗିତ ରଖାଯାଇଛି ।
ଅଧିକ ପଢ଼ନ୍ତୁ:-ବର୍ତ୍ତମାନ କାହାକୁ ମିଳିବ LPG ସବସିଡି? ସ୍ପଷ୍ଟ କଲା ସରକାର
ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍
ଅଧିକ ପଢ଼ନ୍ତୁ:-କଶ୍ମୀର ଉପରେ ପ୍ରଥମ ପ୍ରତିକ୍ରିୟା ରଖିଲା ତାଲିବାନ, ଜାଣନ୍ତୁ କ'ଣ କହିଲା...