ଏଲୋନ୍ ମସ୍କଙ୍କ ହାତକୁ ଟ୍ୱିଟର ଆସିବା ପରେ ବୈଠକରେ କାନ୍ଦିବାକୁ ଲାଗିଲେ କମ୍ପାନୀର ପଲିସି ହେଡ୍
Advertisement
Article Detail0/zeeodisha/odisha1166469

ଏଲୋନ୍ ମସ୍କଙ୍କ ହାତକୁ ଟ୍ୱିଟର ଆସିବା ପରେ ବୈଠକରେ କାନ୍ଦିବାକୁ ଲାଗିଲେ କମ୍ପାନୀର ପଲିସି ହେଡ୍

ଏଠାରେ କହି ରଖୁଛି ଯେ, ୪୮ ବର୍ଷୀୟ ବିଜୟ ଗାଡ୍ଡେ (Vijaya Gadde) ୨୦୧୧ ମସିହାରେ ଟ୍ୱିଟର (Twitter) ରେ ଯୋଗ ଦେଇଥିଲେ ଓ ସେହି ଦିନଠାରୁ ସେ କମ୍ପାନୀର ସୁରକ୍ଷା, ଆଇନଗତ ସମସ୍ୟା ଏବଂ ସମ୍ବେଦନଶୀଳ ବିଷୟଗୁଡିକ ପରିଚାଳନା କରିଆସୁଛନ୍ତି । କମ୍ପାନୀର ଅନେକ ପ୍ରମୁଖ ନିଷ୍ପତ୍ତି ପଛରେ ତାଙ୍କର ହାତ ରହିଛି ବୋଲି ମନେ କରାଯାଏ ।

ଏଲୋନ୍ ମସ୍କଙ୍କ ହାତକୁ ଟ୍ୱିଟର ଆସିବା ପରେ ବୈଠକରେ କାନ୍ଦିବାକୁ ଲାଗିଲେ କମ୍ପାନୀର ପଲିସି ହେଡ୍

ନୂଆଦିଲ୍ଲୀ: ଲୋନ୍ ମସ୍କ (Elon Musk) ଟ୍ୱିଟର (Twitter) କିଣିବା ପାଇଁ ଯେଉଁ ଅଫର ଦେଇଥିଲେ, କମ୍ପାନୀ ତାହାକୁ ଗ୍ରହଣ କରିନେଇଛି ଓ ଖୁବ ଶୀଘ୍ର ଏହି ଚୁକ୍ତିକୁ ଅନ୍ତିମ ରୂପ ଦିଆଯିବ । ଏହା ପରେ ଟ୍ୱିଟରର ମାଲିକାନା ଏଲୋନ୍ ମସ୍କ ହାତକୁ ଯିବ । ଖବର ଅନୁଯାୟୀ ସୋସିଆଲ ମିଡିଆ ପ୍ଲାଟଫର୍ମର ବରିଷ୍ଠ ଓକିଲ ବିଜୟା ଗାଡ୍ଡେ (Vijaya Gadde) ଏକ ବୈଠକରେ ଭାବପ୍ରବଣ ହୋଇଯାଇଥିଲେ ।

ସୂଚନା ମୁତାବକ, ଲିଗାଲ ଓ ପଲିସି ଟିମ୍ ସହିତ ଚାଲିଥିବା ବୈଠକରେ ବିଜୟା ଗାଡ୍ଡେ (Vijaya Gadde) କାନ୍ଦିବାକୁ ଲାଗିଲେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟିମ୍ ବୈଠକରେ ବିଜୟା ଗାଡେଙ୍କ କାନ୍ଦିବା ବିଷୟରେ ସୂଚନା ନିଶ୍ଚିତ ହୋଇଛି । ସେପଟେ ଏଲୋନ୍ ମସ୍କ (Elon Musk) ଏକ ନିଷ୍ପତ୍ତିକୁ ନେଇ ବିଜୟ ଗାଡ୍ଡେଙ୍କୁ ଟାର୍ଗେଟ କରିଛନ୍ତି । ଏହି ନିଷ୍ପତ୍ତି ସେନ୍ସରସିପ୍ ସହିତ ଜଡ଼ିତ ଥିଲା ଓ ଟ୍ୱିଟର (Twitter) କିଣିବା ପୂର୍ବରୁ ମସ୍କ ଫ୍ରି ସ୍ପିଚର ସମର୍ଥକ ମଧ୍ୟରୁ ଅନ୍ୟତମ ରହିଆସିଛନ୍ତି । ମସ୍କ ବିଜୟାଙ୍କୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଙ୍କ ପୁଅ ହଣ୍ଟରଙ୍କ ଲାପଟପରେ ଏକ ସ୍ୱତନ୍ତ୍ର ଷ୍ଟୋରୀର ସେନ୍ସର କରିବାକୁ ନେଇ କହିଥିଲେ ।

ବାସ୍ତବରେ, ପୋଡକାଷ୍ଟ ହୋଷ୍ଟ ସାଗର ଏନଜେଟି (Saagar Enjeti) ଏକ ଟ୍ୱିଟ୍ କରିଥିଲେ । ଯେଉଁଥିରେ ସେ କହିଛନ୍ତି ଯେ, ବିଜୟା ଗାଡ୍ଡେ ଟ୍ୱିଟରର ଟପ୍ ସେନ୍ସରସିପ୍ ଆଡଭୋକେଟ୍, ଯିଏ ହଣ୍ଟର ବାଇଡେନଙ୍କ ଲାପଟପ୍ ଷ୍ଟୋରକୁ ସେନ୍ସର କରିଥିଲେ । ବର୍ତ୍ତମାନ ସେ ଏଲୋନ୍ ମସ୍କଙ୍କ ଟେକଓଭରରୁ ବହୁତ ଦୁଃଖିତ ଅଛନ୍ତି । ଏହି ଟ୍ୱିଟର ଜବାବ ଦେଇ ଏଲୋନ୍ ମସ୍କ କହିଛନ୍ତି ଯେ, ଏକ ପ୍ରମୁଖ ନ୍ୟୁଜ ସଂଗଠନର ସଠିକ କାହାଣୀ ପ୍ରକାଶ କରିବା ପାଇଁ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍ପେଣ୍ଡ ରଖିବା ଅତ୍ୟନ୍ତ ଭୁଲ ପଦକ୍ଷେପ ।

ଏଠାରେ କହି ରଖୁଛି ଯେ, ୪୮ ବର୍ଷୀୟ ବିଜୟ ଗାଡ୍ଡେ (Vijaya Gadde) ୨୦୧୧ ମସିହାରେ ଟ୍ୱିଟର (Twitter) ରେ ଯୋଗ ଦେଇଥିଲେ ଓ ସେହି ଦିନଠାରୁ ସେ କମ୍ପାନୀର ସୁରକ୍ଷା, ଆଇନଗତ ସମସ୍ୟା ଏବଂ ସମ୍ବେଦନଶୀଳ ବିଷୟଗୁଡିକ ପରିଚାଳନା କରିଆସୁଛନ୍ତି । କମ୍ପାନୀର ଅନେକ ପ୍ରମୁଖ ନିଷ୍ପତ୍ତି ପଛରେ ତାଙ୍କର ହାତ ରହିଛି ବୋଲି ମନେ କରାଯାଏ ।

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ବ୍ଲାକମେଲ ଅଭିଯୋଗରେ ୱେବ୍ ମିଡିଆ ପ୍ରତିନିଧି ଗିରଫ

ଏହା ବି ପଢ଼ନ୍ତୁ:-ଭାରତକୁ ଉପଦେଶ ଦେବାକୁ ନେଇ ଆମେରିକା ଓ ୟୁରୋପକୁ କଡ଼ା ଜବାବ ଦେଲେ ବୈଦେଶିକ ମନ୍ତ୍ରୀ

ଏହା ବି ପଢ଼ନ୍ତୁ:-ପୁଟିନଙ୍କ ପଦକ୍ଷେପରୁ ନାଟୋ ଦେଶର ଉଡ଼ିଲା ହୋଶ୍!

ଏପରିକି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ଙ୍କ ଆକାଉଣ୍ଟକୁ ସସ୍ପେଣ୍ଡ ରଖିବା ପଛରେ ତାଙ୍କ ହାତ ଥିବା କୁହାଯାଉଛି । ଏହା ବ୍ୟତୀତ ରାଜନେତିକ ବିଜ୍ଞାପନଗୁଡିକ ସ୍କ୍ରାପ୍ କରିବା ପଛରେ ତାଙ୍କର ହାତ ଥିବାର କଥା କୁହାଯାଇଥାଏ ।

କେବଳ ଏତିକି ନୁହେଁ, ଟ୍ରମ୍ପ ଓ ଏଲୋନ୍ ମସ୍କଙ୍କ ସମର୍ଥକମାନେ ବିଜୟ ଗାଡେଙ୍କୁ ଟ୍ୱିଟରରେ ଟ୍ରୋଲ କରୁଛନ୍ତି । ଏଠାରେ କହି ରଖୁଛୁ ଯେ, ଏଲୋନ୍ ମସ୍କ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣିଛନ୍ତି । ସେ ଚଳିତ ମାସ ଆରମ୍ଭରେ କମ୍ପାନୀର ୯.୨ ପ୍ରତିଶତ ଅଂଶଧନ କିଣିଥିଲେ ଓ ପରେ କମ୍ପାନୀର ସମସ୍ତ ଅଂଶଧନ ପାଇଁ ୪୪ ବିଲିୟନ ଡଲାରର ଅଫର ଦେଇଥିଲେ ।