ଦିଲ୍ଲୀର ଅକ୍ଷରଧାମ ମନ୍ଦିର ପୂର୍ବରୁ NH 24 ରେ ପୋଲିସ ବ୍ୟାରିକେଡ୍ କରି ରଖିଥିଲା, କିନ୍ତୁ କିଛି କୃଷକ ଗୋଷ୍ଠୀ ଟ୍ରାକ୍ଟର ସହିତ କିଛି ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଫଳରେ ପୋଲିସ ତରଫରୁ ଲୁହବୁହା ଗ୍ୟାସ ଓ ଲାଠି ଚାର୍ଜ କରି କୃଷକଙ୍କୁ ତଡ଼ିବାକୁ ପ୍ରୟାସ କରାଯାଇଛି ।
Trending Photos
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଟ୍ରାକ୍ଟର ରାଲି (Tractor Rally) ଆରମ୍ଭ ହୋଇଛି । ବିଭିନ୍ନ ସ୍ଥାନରେ କୃଷକମାନେ (Farmers) ବ୍ୟାରିକେଡ୍ ଭାଙ୍ଗୁଛନ୍ତି । ଏହି କାରଣରୁ ପୋଲିସ ଓ କୃଷକମାନେ ମୁହାଁମୁହିଁ ହୋଇଛନ୍ତି । ଅକ୍ଷରଧାମ୍ ପୂର୍ବରୁ NH 24ରେ କୃଷକମାନେ ପୋଲିସ ଦ୍ୱାରା ଲଗାଯାଇଥିବା ବ୍ୟାରିକେଡ୍ ଭାଙ୍ଗିଛନ୍ତି । ଏହା ପରେ ପୋଲିସ (Delhi Police) ଚାଷୀଙ୍କ ଉପରେ ଲାଠି ଚାର୍ଜ କରିଛି ।
ଅଧିକ ପଢ଼ନ୍ତୁ:-ଗ୍ରାହକଙ୍କୁ ଖୁସି ଖବର ଦେଲା BSNL! ମାଗଣାରେ ମିଳୁଛି 4G ସିମ୍ କାର୍ଡ
ଦିଲ୍ଲୀର ଅକ୍ଷରଧାମ ମନ୍ଦିର ପୂର୍ବରୁ NH 24 ରେ ପୋଲିସ ବ୍ୟାରିକେଡ୍ କରି ରଖିଥିଲା, କିନ୍ତୁ କିଛି କୃଷକ ଗୋଷ୍ଠୀ ଟ୍ରାକ୍ଟର ସହିତ କିଛି ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଫଳରେ ପୋଲିସ ତରଫରୁ ଲୁହବୁହା ଗ୍ୟାସ ଓ ଲାଠି ଚାର୍ଜ କରି କୃଷକଙ୍କୁ ତଡ଼ିବାକୁ ପ୍ରୟାସ କରାଯାଇଛି ।
ଅଧିକ ପଢ଼ନ୍ତୁ:-ଏଥର ନୀତିଶଙ୍କ ପାଳି, ଚିରାଗ ପାସୱାନଙ୍କଠୁ 'ପ୍ରତିଶୋଧ' ନେବ ଜେଡିୟୁ!
ଏହାପୂର୍ବରୁ କୃଷକମାନେ ସିଙ୍ଘୁ ଓ ଟିକରି ସୀମାରେ ଦିଲ୍ଲୀ ପୋଲିସ ଲଗାଇଥିବା ବ୍ୟାରିକେଡ ଭାଙ୍ଗିଥିଲେ । ପୋଲିସ ତରଫରୁ କୃଷକଙ୍କ ପାଇଁ ସ୍ଥିର ହୋଇଥିବା ନିର୍ଦ୍ଦିଷ୍ଟ ମାର୍ଗରେ ଟ୍ରାକ୍ଟର ରାଲି କରିବାକୁ ଅପିଲ କରାଯାଉଛି, କିନ୍ତୁ ଅନେକ ସ୍ଥାନରେ ଚାଷୀମାନେ ସ୍ଥିର ହୋଇଥିବା ରୁଟ୍ ପରିବର୍ତ୍ତେ ଅଲଗା ମାର୍ଗରେ ମଧ୍ୟ ଟ୍ରାକ୍ଟର ମାର୍ଚ କରିବାକୁ ଜିଦ୍ ଧରିଛନ୍ତି । ଏହି କାରଣରୁ ଦିଲ୍ଲୀ ପୋଲିସ ସହ ମୁହାଁମୁହିଁ ହେବାର ଖବର ରହିଛି ।
ଅଧିକ ପଢ଼ନ୍ତୁ:-ଅମ୍ୱାନୀ ପରି କୋଟିପତି ମହାମାରୀରେ ହୋଇଛନ୍ତି ଅଧିକ ଧନୀ, ଗରିବ କିନ୍ତୁ ହେଲା ଆହୁରି ଗରିବ: Oxfam
ସେପଟେ କିସାନ ମଜଦୁର ସଂଘର୍ଷ ସମିତି (KMSC) ର ଅଧ୍ୟକ୍ଷ ସତନାମ ସିଂ ପନ୍ନୁ କହିଛନ୍ତି ଯେ ଆମେ ଦିଲ୍ଲୀ ପୋଲିସର ରୁଟରେ ନୁହେଁ ବରଂ ଆମର ମାର୍ଗରେ ରାଲି କରିବୁ । ଆମେ ଦିଲ୍ଲୀ ପୋଲିସକୁ ୪୫ ମିନିଟ୍ ଦେଇଛୁ । ଆମେ ସେମାନଙ୍କୁ କହିଛୁ ଯେ ଆମେ ବାହ୍ୟ ରିଙ୍ଗ ରୋଡକୁ ଯିବୁ, ଏବେ ଦିଲ୍ଲୀ ପୋଲିସକୁ ଦେଖିବାକୁ ପଡିବ ।