ଆମେରିକାରେ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା, ଫାଇରିଂରେ ଜଣେ ମହିଳା ମୃତ
Advertisement
Article Detail0/zeeodisha/odisha822994

ଆମେରିକାରେ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା, ଫାଇରିଂରେ ଜଣେ ମହିଳା ମୃତ

ବାଇଡେନ କହିଛନ୍ତି, ମୁଁ ସ୍ପଷ୍ଟ କରିଦେଉଛି ଯେ କ୍ୟାପିଟାଲ ବିଲଡିଂରେ ଯେଉଁ ହଙ୍ଗାମା ଆମକୁ ଦେଖିଛୁ ଆମେ ସେପରି ପରି ନୁହେଁ । ଏମାନେ ଆଇନ ମାନୁ ନଥିବା ଅଳ୍ପ ସଂଖ୍ୟକ ଲୋକ । କ୍ୟାପିଟାଲ ବିଲଡିଂରେ ବୋଇଥିବା ହଙ୍ଗମାକୁ ବାଇଡେନ ଦେଶଦ୍ରୋହ ବୋଲି କହିଛନ୍ତି ।

ଆମେରିକାରେ ଟ୍ରମ୍ପ ସମର୍ଥକଙ୍କ ହଙ୍ଗାମା, ଫାଇରିଂରେ ଜଣେ ମହିଳା ମୃତ

ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ୨୦୨୦ର ଫଳାଫଳ ଉପରେ ବର୍ତ୍ତମାନ ଯାଏ ରାଜନୈତିକ ଲଢ଼େଇ ଜାରି ରହିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ବାଚନୀ ଜାଲିଆତି ଅଭିଯୋଗ କରି ଚାପ ସୃଷ୍ଟି କରୁଛନ୍ତି । ଟ୍ରମ୍ପ ସମର୍ଥକମାନେ (Donald Trump supporters)  ହ୍ୱାଇଟ ହାଉସ ଓ କ୍ୟାପିଟାଲ ବିଲ୍ଡିଂର ବାହାରେ ଜୋରଦାର ହଙ୍ଗାମା କରିଛନ୍ତି । ଏହା ପରେ ୱାଶିଂଟନ୍ ଡିସିରେ କର୍ଫ୍ୟୁ ଲାଗୁ କରାଯାଇଛି । ଏଥି ସହିତ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚିତ ଜୋ ବାଇଡେନ (US President-elect Joe Biden) କହିଛନ୍ତି ଯେ ମୁଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆହ୍ୱାନ କରୁଛି ସେ ନିଜ ଶପଥ ପୂରଣ କରନ୍ତୁ ଓ ସମ୍ବିଧାନର ରକ୍ଷା କରନ୍ତୁ । ଏବଂ ଏହି ଅବରୋଧକୁ ଶେଷ କରିବାକୁ ଅପିଲ କରନ୍ତୁ ।

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର!

ବାଇଡେନ କହିଛନ୍ତି, ମୁଁ ସ୍ପଷ୍ଟ କରିଦେଉଛି ଯେ କ୍ୟାପିଟାଲ ବିଲଡିଂରେ ଯେଉଁ ହଙ୍ଗାମା ଆମକୁ ଦେଖିଛୁ ଆମେ ସେପରି ପରି ନୁହେଁ । ଏମାନେ ଆଇନ ମାନୁ ନଥିବା ଅଳ୍ପ ସଂଖ୍ୟକ ଲୋକ । କ୍ୟାପିଟାଲ ବିଲଡିଂରେ ବୋଇଥିବା ହଙ୍ଗମାକୁ ବାଇଡେନ ଦେଶଦ୍ରୋହ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ନିର୍ବାଚନ ଫଳାଫଳ ଉପରେ ଆମେରିକା ସଂସଦର ବୈଠକ ପୂର୍ବରୁ ହ୍ୱାଇଟ ହାଉସ ଏବଂ ଆମେରିକାର କ୍ୟାପିଟାଲ ବିଲଡିଂ ବାହାରେ ଟ୍ରମ୍ପ ସମର୍ଥକଙ୍କ ଭିଡ ଏକାଠି ହୋଇଥିଲା । କ୍ୟାପିଟାଲ ବିଲଡିଂରେ ଟ୍ରମ୍ପ ସମର୍ଥକମାନେ ହଙ୍ଗାମା କରିଛନ୍ତି । ପୋଲିସ ସହ ସଂଘର୍ଷ ହେବାର ଖବର ମଧ୍ୟ ରହିଛି । ରଏଟର୍ସ ରିପୋର୍ଟ ଅନୁଯାୟୀ, ଆମେରିକାର କ୍ୟାପିଟାଲ ହିଂସାକାଣ୍ଡରେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି ଲାଗିଛି ।

ଅଧିକ ପଢ଼ନ୍ତୁ:-କିଏ ଜିତିବେ ପଶ୍ଚିମବଙ୍ଗ, 'ଦିଦି' ନା ବିଜେପି?

ୱାଶିଂଟନ୍, ଡିସି ପୋଲିସ୍ ମୁଖ୍ୟ ଏହା ନିଶ୍ଚିତ କରି କହିଛନ୍ତି ଯେ କ୍ୟାପିଟାଲ୍ ଭିତରେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି ଲାଗିଛି । ଏହି ହିଂସାରେ ଅନେକ ଅଧିକାରୀ ଆହତ ହୋଇଛନ୍ତି । କୁହାଯାଉଛି ଯେ ଚିକିତ୍ସା ସମୟରେ ଡାକ୍ତରଖାନାରେ ଗୁଳି ଲାଗିଥିବା ମହିଳାଙ୍କ ମୃତ୍ୟୁ ଘଟିଛି ।