ଗୋଟିଏ ପୁଅର ଅନ୍ତିମ ସଂସ୍କାର କରି ଘରେ ଫେରିଲା ପରେ ମିଳିଲା କୋରୋନା ସହ ଲଢୁଥିବା ଅନ୍ୟ ଏକ ପୁଅର ମୃତଦେହ
Advertisement
Article Detail0/zeeodisha/odisha899303

ଗୋଟିଏ ପୁଅର ଅନ୍ତିମ ସଂସ୍କାର କରି ଘରେ ଫେରିଲା ପରେ ମିଳିଲା କୋରୋନା ସହ ଲଢୁଥିବା ଅନ୍ୟ ଏକ ପୁଅର ମୃତଦେହ

ଅନେକ ଗାଁ ପରି ଜଲାଲପୁର ଗାଁରେ ମଧ୍ୟ କୋରୋନା ତାଣ୍ଡବ କରୁଛି । ଆଜି ପର୍ଯ୍ୟନ୍ତ ପ୍ରକାଶିତ ଖବର ଅନୁଯାୟୀ ଗ୍ରାମବାସୀ କହିଛନ୍ତି ଯେ, ଗତ ୧୦ ଦିନ ମଧ୍ୟରେ ଏଠାରେ ୬ ଜଣ ମହିଳାଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ଘଟିଛି । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: କୋରୋନା ଭାଇରସ (Coronavirus) ର ଦ୍ୱିତୀୟ ଲହର କେବଳ ସହରରେ ନୁହେଁ ଗାଁରେ ମଧ୍ୟ ଭୟଙ୍କର ତାଣ୍ଡବ କରୁଛି । ଗାଁରେ କୋରୋନା ସଂକ୍ରମଣ ହେତୁ ବହୁ ସଂଖ୍ୟାରେ ମୃତ୍ୟୁ ମଧ୍ୟ ଘଟୁଛି । ଏପରି ସ୍ଥିତି ନୋଏଡା (Noida) ୱେଷ୍ଟର ଜଲାଲପୁର ଗାଁରେ ଦେଖାଦେଇଛି । ଏଠାରେ ଗୋଟିଏ ପରିବାର କୋରୋନା କାରଣରୁ କିଛି ଘଣ୍ଟା ମଧ୍ୟରେ ଦୁଇ ପୁଅଙ୍କୁ ହରାଇଛି ।

ଅଧିକ ପଢ଼ନ୍ତୁ:-ପୁଣି ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆଜିର ରେଟ୍

ଜଣଙ୍କର କଲା ଅନ୍ତିମ ସଂସ୍କାର, ଘରେ ଅନ୍ୟ ଜଣଙ୍କ ମୃତ୍ୟୁ 

ଜଲାଲପୁର ଗ୍ରାମରେ ରହୁଥିବା ଅତର ସିଂଙ୍କ ପୁଅ ପଙ୍କଜଙ୍କ ମୃତ୍ୟୁ ହୋଇଯାଇଛି । ଅନ୍ତିମ ସଂସ୍କାର ପରେ ଘରେ ପହଞ୍ଚିବା ପରେ ଦ୍ୱିତୀୟ ପୁଅ ଦୀପକଙ୍କ ମଧ୍ୟ ମୃତ୍ୟୁ ହୋଇସାରିଥିଲା । ତାଙ୍କର ଦୁଇ ପୁଅ କୋରୋନା ସଂକ୍ରମିତ ଥିଲେ । ଗୋଟିଏ ଦିନରେ ୨ ପୁଅର ମୃତ୍ୟୁ ଯୋଗୁଁ ପିତାମାତାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି । ଏହି ଯନ୍ତ୍ରଣା ପରେ ମା' ରହି ରହି ଅଚେତ ହୋଇଯାଉଛନ୍ତି । 

ଅଧିକ ପଢ଼ନ୍ତୁ:-କୋରୋନା ସୁନାମିରେ ଭାଙ୍ଗିଲା ସମସ୍ତ ରେକର୍ଡ, ଦେଶରେ ପ୍ରଥମ ଥର ପାଇଁ ଦିନକରେ ୪୨୦୫ ସଂକ୍ରମିତଙ୍କ ମୃତ୍ୟୁ

୧୦ ଦିନରେ ୧୮ ମୃତ୍ୟୁ 

ଅନେକ ଗାଁ ପରି ଜଲାଲପୁର ଗାଁରେ ମଧ୍ୟ କୋରୋନା ତାଣ୍ଡବ କରୁଛି । ଆଜି ପର୍ଯ୍ୟନ୍ତ ପ୍ରକାଶିତ ଖବର ଅନୁଯାୟୀ ଗ୍ରାମବାସୀ କହିଛନ୍ତି ଯେ, ଗତ ୧୦ ଦିନ ମଧ୍ୟରେ ଏଠାରେ ୬ ଜଣ ମହିଳାଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନାନୁସାରେ, ଏପ୍ରିଲ୍ ୨୮ରୁ ଗାଁରେ ମୃତ୍ୟୁର କ୍ରମ ଆରମ୍ଭ ହୋଇଥିଲା, ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି । ଏହା ଆଶ୍ଚର୍ଯ୍ୟଜନକ ଯେ ଗାଁର ଅଧିକାଂଶ ଲୋକଙ୍କ ମୃତ୍ୟୁ ଘରେ ହୋଇଛି । ସମସ୍ତଙ୍କର ଜ୍ୱର ହୋଇଥିଲା ଏବଂ ପରେ ଅମ୍ଳଜାନ ସ୍ତର ଖସି ଆସିଥିଲା । ଏହି ମୃତ୍ୟୁ ଯୋଗୁଁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।