ପାକିସ୍ତାନକୁ ବଡ ଝଟକା ଦେଲା ଏହି ଦେଶ, ଭାରତୀୟଙ୍କୁ ହେବ ବହୁତ ଲାଭ
Advertisement
Article Detail0/zeeodisha/odisha794193

ପାକିସ୍ତାନକୁ ବଡ ଝଟକା ଦେଲା ଏହି ଦେଶ, ଭାରତୀୟଙ୍କୁ ହେବ ବହୁତ ଲାଭ

ଅନେକ ବିଶ୍ଳେଷକ ମଧ୍ୟ ଏହି ବ୍ୟାନକୁ ପାକିସ୍ତାନର ଆରବ ଦେଶଗୁଡ଼ିକ (Arab countries) ସହ ସମ୍ପର୍କ ମଧ୍ୟରେ ତିକ୍ତତା ସହ ଜଡିତ ଥିବା ଦେଖୁଛନ୍ତି । ୟୁଏଇ କାଶ୍ମୀର ପ୍ରସଙ୍ଗ (Kashmir Issue) ରେ ଭାରତ (India) ସହ ଛିଡା ହୋଇଥିବାରୁ ଅନେକ ଥର ପାକିସ୍ତାନ ନିଜର ଅସନ୍ତୋଷ ବ୍ୟକ୍ତ କରିଛି ।

ପାକିସ୍ତାନକୁ ବଡ ଝଟକା ଦେଲା ଏହି ଦେଶ, ଭାରତୀୟଙ୍କୁ ହେବ ବହୁତ ଲାଭ

ନୂଆଦିଲ୍ଲୀ: ପାକିସ୍ତାନ (Pakistan) କୁ ଏକ ବଡ ଝଟକା ଦେଲା ୟୁଏଇ (UAE) । ପାକିସ୍ତାନ ସମେତ ୧୩ ମୁସଲିମ ଦେଶ ପାଇଁ କାମ କିମ୍ବା ରୋଜଗାର ଭିସା (Work or Employment Visa) ବାତିଲ କରିଛି ୟୁଏଇ । ଏହା ପୂର୍ବରୁ କୁହାଯାଇଥିଲା ଯେ କେବଳ ପର୍ଯ୍ୟଟକ କିମ୍ବା ଭିଜିଟ ଭିସା (Travel Visa) ହିଁ ବାତିଲ କରାଯିବ । ୟୁଏଇର ଏହି ପଦକ୍ଷେପକୁ କୋଭିଡ-19 (COVID-19) ଉପରେ ପ୍ରତିବନ୍ଧକ ରୂପେ ଉପସ୍ଥାନ କରିବାକୁ ପାକିସ୍ତାନ ସରକାର ପ୍ରଥମେ ଚେଷ୍ଟା କରିଥିଲେ, କିନ୍ତୁ ବର୍ତ୍ତମାନ ଅନେକ ରିପୋର୍ଟ ସୁରକ୍ଷା କାରଣରୁ ଦର୍ଶାଉଛି ।

ଅଧିକ ପଢ଼ନ୍ତୁ:-ଅନ୍ୟ ଏକ ମହାମାରୀକୁ ନେଇ ପୁଣି କଡ଼ା ଚେତାବନୀ ଜାରି କଲା WHO

ଅନେକ ବିଶ୍ଳେଷକ ମଧ୍ୟ ଏହି ବ୍ୟାନକୁ ପାକିସ୍ତାନର ଆରବ ଦେଶଗୁଡ଼ିକ (Arab countries) ସହ ସମ୍ପର୍କ ମଧ୍ୟରେ ତିକ୍ତତା ସହ ଜଡିତ ଥିବା ଦେଖୁଛନ୍ତି । ୟୁଏଇ କାଶ୍ମୀର ପ୍ରସଙ୍ଗ (Kashmir Issue) ରେ ଭାରତ (India) ସହ ଛିଡା ହୋଇଥିବାରୁ ଅନେକ ଥର ପାକିସ୍ତାନ ନିଜର ଅସନ୍ତୋଷ ବ୍ୟକ୍ତ କରିଛି । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶି (Pakistan Foreign Minister Shah Mehmood Qureshi) ମଧ୍ୟ ସାଉଦି ଆରବକୁ ଧମକ ଦେଇଥିଲେ ଯେ ଯଦି କାଶ୍ମୀର ପ୍ରସଙ୍ଗରେ ଇସଲାମିକ ସହଯୋଗ ସଂଗଠନର ବୈଦେଶିକ ମନ୍ତ୍ରୀ ସ୍ତରର ବୈଠକ ଡାକିନଥାଏ, ତେବେ ପାକିସ୍ତାନ କାଶ୍ମୀରକୁ ସମର୍ଥନ କରୁଥିବା ମୁସଲମାନ ଦେଶମାନଙ୍କର ଏକ ପୃଥକ ଦଳ ସହିତ ଯିବ । ଏହା ପରେ ପାକିସ୍ତାନ ଏବଂ ସାଉଦି ମଧ୍ୟରେ ସମ୍ପର୍କ ତିକ୍ତତା ହେବା ଆରମ୍ଭ ହୋଇଥିଲା । ସାଉଦି ଆରବରୁ ନିଆଯାଇଥିବା ଋଣକୁ ମଧ୍ୟ ପାକିସ୍ତାନକୁ ଫେରସ୍ତ କରିବାକୁ ପଡିବ । ୟୁଏଇର ଏହି ନୂତନ ପଦକ୍ଷେପ ପାକିସ୍ତାନ ସହ ସମ୍ପର୍କ ବିଗିଡିବାର ସଙ୍କେତ ଭାବରେ ଦେଖାଯାଉଛି ।

ୟୁଏଇର ପଦକ୍ଷେପ ପରେ ପାକିସ୍ତାନର ଚିନ୍ତା ବଢ଼ିଯାଇଛି । ୟୁଏଇରେ ବହୁ ସଂଖ୍ୟକ ପାକିସ୍ତାନୀ ଶ୍ରମିକ ଅଛନ୍ତି । ପ୍ରତିବର୍ଷ ପାକିସ୍ତାନରୁ ବହୁ ସଂଖ୍ୟକ ଲୋକ ଚାକିରୀ ପାଇଁ ୟୁଏଇକୁ ଯାଇଥାନ୍ତି । ୟୁଏଇରୁ ପାକିସ୍ତାନକୁ ମଧ୍ୟ ବହୁ ଟଙ୍କା ଆସିଥାଏ । ପାକିସ୍ତାନର ଅନେକ ନିଯୁକ୍ତି ଏଜେନ୍ସି ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଏହା ଦେଶର ଅର୍ଥନୀତି ଉପରେ ବହୁତ ଖରାପ ପ୍ରଭାବ ପକାଇବ । ନଭେମ୍ବର ୧୮ରେ ଭିସା ନିଷେଧାଦେଶ ଲାଗୁ ହେବା ପୂର୍ବରୁ ମଧ୍ୟ ରାୱଲପିଣ୍ଡିରେ ଏକ ନିଯୁକ୍ତି ଏଜେନ୍ସି ୩୦୦୦ ଚାକିରି ହରାଇଲା । 

ଅଧିକ ପଢ଼ନ୍ତୁ:-ଡିସେମ୍ବର ୧ରୁ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ମୋଦି ସରକାର, ଏହି ଉପାୟରେ ଚେକ୍ କରନ୍ତୁ ନିଜ ନାଁ

ପାକିସ୍ତାନର ଅଗ୍ରଣୀ ଖବରକାଗଜ ଏକ୍ସପ୍ରେସ ଟ୍ରିବ୍ୟୁନ ଲେଖିଛନ୍ତି ଯେ ଏହି ଚାକିରି ପାକିସ୍ତାନୀମାନଙ୍କ ହାତରୁ ଖସି ଭାରତୀୟଙ୍କ ନିକଟକୁ ଯିବ । ୟୁଏଇ ପ୍ରଶାସନ ଏହା ସ୍ପଷ୍ଟ କରିଛି ଯେ ବର୍ତ୍ତମାନ ପାକିସ୍ତାନ ପାଇଁ କାର୍ଯ୍ୟ ଏବଂ ନିଯୁକ୍ତି ଭିସା ଉପରେ ପ୍ରତିବନ୍ଧକ ରହିବ । ତେବେ ଏହି ନିଷ୍ପତ୍ତି ପୁରୁଣା ଭିସା କିମ୍ବା ଦିଆଯାଇଥିବା ଭିସା ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଦୁବାଇ ବିମାନବନ୍ଦର ଫ୍ରି ଜୋନ୍ ଦ୍ୱାରା ଜାରି କରାଯାଇଥିବା ଚିଠିରେ ନୂତନ ୱାର୍କ ଭିସା ଏବଂ ଭିଜିଟ ଭିସା ଉପରେ ପ୍ରତିବନ୍ଧକ ଲଗାଯାଇଛି । ପାକିସ୍ତାନ ବ୍ୟତୀତ ସିରିଆ, ତୁର୍କୀ, ଇରାନ, ୟେମେନ ଉପରେ ମଧ୍ୟ ଏହି ପ୍ରତିବନ୍ଧକ ଲାଗୁ ହେବ ।