ଉଦୟପୁରରେ ଦରଜି କହ୍ନେଇୟା ଲାଲଙ୍କ ନିର୍ମମ ହତ୍ୟାକୁ ନେଇ କେଜ୍ରିୱାଲ ଦେଲେ ବୟାନ, ଜାଣନ୍ତୁ କ'ଣ କହିଲେ
Advertisement
Article Detail0/zeeodisha/odisha1236933

ଉଦୟପୁରରେ ଦରଜି କହ୍ନେଇୟା ଲାଲଙ୍କ ନିର୍ମମ ହତ୍ୟାକୁ ନେଇ କେଜ୍ରିୱାଲ ଦେଲେ ବୟାନ, ଜାଣନ୍ତୁ କ'ଣ କହିଲେ

Udaipur Murder Case: ଗତକାଲି (ଜୁନ ୨୮) ରାଜସ୍ଥାନର ଉଦୟପୁରରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଏହି ଘଟଣା ଉଦୟପୁରର ଧନମାଣ୍ଡି ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ହତ୍ୟା କରାଯାଇଥିବା ବ୍ୟକ୍ତି ସୋସିଆଲ ମିଡିଆରେ ବହିଷ୍କୃତ ବିଜେପି ନେତା ନୁପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିଥିଲେ । ମୃତ ବ୍ୟକ୍ତିଙ୍କ ନାମ କହ୍ନେୟା ଲାଲ ଥିଲା ଓ ସେ ପେଶାରେ ଜଣେ ଟେଲର ଥିଲେ । 

ଉଦୟପୁରରେ ଦରଜି କହ୍ନେଇୟା ଲାଲଙ୍କ ନିର୍ମମ ହତ୍ୟାକୁ ନେଇ କେଜ୍ରିୱାଲ ଦେଲେ ବୟାନ, ଜାଣନ୍ତୁ କ'ଣ କହିଲେ

ନୂଆଦିଲ୍ଲୀ: Udaipur Murder Case: ରାଜସ୍ଥାନର ଉଦୟପୁରରେ ଜଣେ ଦରଜି କହ୍ନେୟା ଲାଲ (Kanhaiya Lal) ଙ୍କୁ ଗଳା କାଟି ନିର୍ମମ ଭାବେ ହତ୍ୟା କରାଯାଇଛି । ଯାହା ଏହାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖାଦେଇଛି । ଲୋକମାନେ ଦୋଷୀ ବିରୋଧରେ କଠୋର ଦଣ୍ଡ ପାଇଁ ଦାବି କରୁଛନ୍ତି । ଏହି କ୍ରମରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଉଦୟପୁରର ଘଟଣାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ଉଦୟପୁର ଘଟଣା ଅତ୍ୟନ୍ତ ଭୟାବହ ଓ ବିଭତ୍ସ । ସଭ୍ୟ ସମାଜରେ ଏହିପରି ଘୃଣ୍ୟ କାର୍ଯ୍ୟର କୌଣସି ସ୍ଥାନ ନାହିଁ । ଆମେ ଏହାକୁ କଡ଼ା ଶବ୍ଦରେ ନିନ୍ଦା କରୁଛୁ । ଏହି ଅପରାଧରେ ସଂପୃକ୍ତ ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯାଉ ।

ଏଠାରେ କହି ରଖୁଛୁ ଯେ, ଗତକାଲି (ଜୁନ ୨୮) ରାଜସ୍ଥାନର ଉଦୟପୁରରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଏହି ଘଟଣା ଉଦୟପୁରର ଧନମାଣ୍ଡି ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି । ହତ୍ୟା କରାଯାଇଥିବା ବ୍ୟକ୍ତି ସୋସିଆଲ ମିଡିଆରେ ବହିଷ୍କୃତ ବିଜେପି ନେତା ନୁପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିଥିଲେ । ମୃତ ବ୍ୟକ୍ତିଙ୍କ ନାମ କହ୍ନେୟା ଲାଲ ଥିଲା ଓ ସେ ପେଶାରେ ଜଣେ ଟେଲର ଥିଲେ । କହ୍ନେୟା ଲାଲ ମାଲଦାସ ଗାଲି ଅଞ୍ଚଳରେ ତାଙ୍କ ଦୋକାନ ଚଳାଉଥିଲେ ।

କେଜ୍ରିୱାଲଙ୍କ ବ୍ୟତୀତ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ସାଂସଦ ରାହୁଲ ଗାନ୍ଧୀ  (Rahul Gandhi) ମଧ୍ୟ ଏହି ଘଟଣାର ନିନ୍ଦା କରିଛନ୍ତି । ସେ କହିଛନ୍ତି, "ଉଦୟପୁରରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡରେ ମୁଁ ବହୁତ ସ୍ତବ୍ଧ ଅଛି । ଧର୍ମ ନାମରେ ନିର୍ଦ୍ଦୟତାକୁ ବରଦାସ୍ତ କରାଯାଇପାରିବ ନାହିଁ । ଏହି ନିଷ୍ଠୁରତା ସହିତ ଆତଙ୍କ ବିସ୍ତାର କରିଥିବା ଲୋକଙ୍କୁ ତୁରନ୍ତ କଠୋର ଦଣ୍ଡ ମିଳୁ । ଆମେ ସମସ୍ତଙ୍କୁ ମିଶି ଘୃଣାକୁ ପରାସ୍ତ କରିବାକୁ ପଡିବ । ମୁଁ ସମସ୍ତଙ୍କୁ ନିବେଦନ କରୁଛି, ଦୟାକରି ଶାନ୍ତି ଓ ଭାଇଚାରା ବଜାୟ ରଖନ୍ତୁ ।"

ଏଥି ସହ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ (Priyanka Gandhi)  କହିଛନ୍ତି ଯେ, "ଉଦୟପୁରରେ ଘଟିଥିବା ହିଂସା ଘଟଣାର ନିନ୍ଦା ଯେତେ କରିବି ସେତେ କମ୍ ହେବ । ଦୋଷୀମାନଙ୍କୁ କଠୋର ଦଣ୍ଡ ମିଳିବା ଉଚିତ୍ । ଧର୍ମ ନାମରେ ଘୃଣା ଓ ହିଂସା ବିସ୍ତାର କରୁଥିବା ଉଦ୍ଦେଶ୍ୟ ଆମ ଦେଶ ତଥା ସମାଜ ପାଇଁ ସାଂଘାତିକ ଅଟେ । ମିଳିତ ଭାବେ ଶାନ୍ତି ଓ ଅହିଂସା ପାଇଁ ଉଦ୍ୟମକୁ ମଜବୁତ କରିବାକୁ ପଡ଼ିବ ।"

ଏହା ବି ପଢ଼ନ୍ତୁ:-ଉଦୟପୁରର ନିର୍ମମ ହତ୍ୟାକୁ ନେଇ ରାହୁଲ-ପ୍ରିୟଙ୍କା ଗାନ୍ଧୀଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ:-ସୁଖମୟ ଜୀବନ ପାଇଁ ପୁରୁଷମାନେ ଖାଆନ୍ତୁ ଏହି ୩ଟି ଜିନିଷ

ଏହା ବି ପଢ଼ନ୍ତୁ:-ଏହି ଆଦିବାସୀ ଚେହେରା ଉପରେ ଭାରି ପଡ଼ିଲେ ଦ୍ରୌପଦୀ ମୁର୍ମୁ, ରାଷ୍ଟ୍ରପତି ପଦ ପାଇଁ କେବଳ ଆଦିବାସୀ ହେବା ଯଥେଷ୍ଟ ନୁହେଁ

ଏଠାରେ କହି ରଖୁଛୁ ଯେ, ଏହି ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି ଯେ, ଉଦୟପୁରରେ ଯୁବକ ହତ୍ୟା ମାମଲାରେ ଉଭୟ ଅଭିଯୁକ୍ତଙ୍କୁ ରାଜସମନ୍ଦରୁ ଗିରଫ କରାଯାଇଛି । ଏହି ମାମଲାରେ ତଦନ୍ତ ଅଫିସର ସ୍କିମ୍ ଅଧୀନରେ ଅନୁସନ୍ଧାନ କରାଯିବ ଓ ଶୀଘ୍ର ଅନୁସନ୍ଧାନ ସୁନିଶ୍ଚିତ କରି ଅପରାଧୀଙ୍କୁ କୋର୍ଟରେ କଠୋର ଦଣ୍ଡ ଦିଆଯିବ । ଶାନ୍ତି ବଜାୟ ରଖିବା ପାଇଁ ମୁଁ ପୁଣି ସମସ୍ତଙ୍କୁ ନିବେଦନ କରୁଛି ।