ଉଦୟପୁର ହତ୍ୟା ମାମଲାରେ PAK ଲିଙ୍କ୍ ଉପରେ ପାକିସ୍ତାନରୁ ଆସିଲା ବୟାନ, ଜାଣନ୍ତୁ କ'ଣ କହିଲା
Advertisement
Article Detail0/zeeodisha/odisha1238270

ଉଦୟପୁର ହତ୍ୟା ମାମଲାରେ PAK ଲିଙ୍କ୍ ଉପରେ ପାକିସ୍ତାନରୁ ଆସିଲା ବୟାନ, ଜାଣନ୍ତୁ କ'ଣ କହିଲା

Udaipur Murder Case: କେବଳ ଏତିକି ନୁହେଁ, ବୟାନରେ ଏହା ମଧ୍ୟ କୁହାଯାଇଛି ଯେ ଆମେ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରୁଛୁ । ତେବେ ପାକିସ୍ତାନ ନିଜ ବୟାନରେ ଦାୱତ-ଇ-ଇସଲାମୀର ନାମ  ନେଇନାହିଁ ।

ଉଦୟପୁର ହତ୍ୟା ମାମଲାରେ PAK ଲିଙ୍କ୍ ଉପରେ ପାକିସ୍ତାନରୁ ଆସିଲା ବୟାନ, ଜାଣନ୍ତୁ କ'ଣ କହିଲା

ନୂଆଦିଲ୍ଲୀ: Udaipur Murder Case: ରାଜସ୍ଥାନର ଉଦୟପୁରରେ ଦରଜି କହ୍ନେୟା ଲାଲ (Kanhaiya Lal) ଙ୍କ ନିର୍ମମ ହତ୍ୟା ପରେ ଏହାକୁ ନେଇ ଚାରିଆଡ଼େ ସମାଲୋଚନା କରାଯାଉଛି । ହତ୍ୟା ଘଟଣାରେ ଏପର୍ଯ୍ୟନ୍ତ କରାଯାଇଥିବା ଯାଞ୍ଚରେ ପାକିସ୍ତାନ ଲିଙ୍କ ମଧ୍ୟ ସାମ୍ନାକୁ ଆସିଛି । ଏହି ଘଟଣା ଘଟାଇଥିବା ଦୁଇ ଅଭିଯୁକ୍ତଙ୍କ ଲିଙ୍କ୍ କରାଚି ସ୍ଥିତ ସୁନ୍ନି ଇସଲାମିକ ସଂଗଠନ ଦାୱତ-ଇ-ଇସଲାମୀ ସହିତ ରହିଛି । ବର୍ତ୍ତମାନ ଏହି ପ୍ରସଙ୍ଗରେ ପାକିସ୍ତାନରୁ ଆଧିକାରୀକ ବୟାନ ମଧ୍ୟ ସାମ୍ନାକୁ ଆସିଛି ।

ବାସ୍ତବରେ, 'ଡନ'ର ଏକ ରିପୋର୍ଟ ଅନୁଯାୟୀ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଭାରତୀୟ ମିଡିଆରେ ଉଦୟପୁର ହତ୍ୟା ମାମଲାର ତଦନ୍ତ ରିପୋର୍ଟ ଦେଖିଛୁ, ଯେଉଁଥିରେ ଅଭିଯୁକ୍ତମାନଙ୍କୁ ପାକିସ୍ତାନର ଏକ ସଂଗଠନ ସହ ଲିଙ୍କ୍ କରିବାର ପ୍ରୟାସ କରାଯାଉଛି ଏବଂ ପାକିସ୍ତାନକୁ ବଦନାମ କରିବାକୁ ପ୍ରୟାସ କରାଯାଉଛି । ଏହି ଅଭିଯୋଗଗୁଡ଼ିକରେ କୌଣସି ସତ୍ୟତା ନାହିଁ ।

କେବଳ ଏତିକି ନୁହେଁ, ବୟାନରେ ଏହା ମଧ୍ୟ କୁହାଯାଇଛି ଯେ ଆମେ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରୁଛୁ । ତେବେ ପାକିସ୍ତାନ ନିଜ ବୟାନରେ ଦାୱତ-ଇ-ଇସଲାମୀର ନାମ  ନେଇନାହିଁ । ଏହି ବୟାନ ସହିତ ପାକିସ୍ତାନ ତରଫରୁ ବିଜେପି ଓ ଆରଏସଏସ ସମେତ ହିନ୍ଦୁତ୍ୱକୁ ଟାର୍ଗେଟ କରାଯାଇଛି । ପାକିସ୍ତାନ ଅଭିଯୋଗ କରିଛି ଯେ ଏଭଳି ପ୍ରୟାସ ଭାରତ କିମ୍ବା ବିଦେଶରେ ଲୋକଙ୍କୁ ବିଭ୍ରାନ୍ତ କରିବାରେ ସଫଳ ହେବ ନାହିଁ ।

ପାକିସ୍ତାନର ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଉଦୟପୁର ହତ୍ୟା ମାମଲାରେ ଉଭୟ ଅଭିଯୁକ୍ତଙ୍କୁ ପଚରାଉଚରା କରିବା ସମୟରେ ଜଣାପଡିଛି ଯେ ସେମାନେ ସୁନ୍ନି ଇସଲାମର ସୁଫି ବରେଲଭି ସମ୍ପ୍ରଦାୟ ସହ ଜଡ଼ିତ । ସେମାନେ କରାଚିରେ ଥିବା ସଂଗଠନ ଦାୱତ-ଇ-ଇସଲାମୀ ସହିତ ସମ୍ୱନ୍ଧକୁ ମଧ୍ୟ ସ୍ୱୀକାର କରିଛନ୍ତି । ଆତଙ୍କବାଦ ବିରୋଧୀ ଅପରେସନର ଅଧିକାରୀଙ୍କ କହିବାନୁସାରେ, ଏହା ଉପରେ ମଧ୍ୟ ତଦନ୍ତ କରାଯାଉଛି କି କ'ଣ ସେମାନଙ୍କର ଭାରତରେ ଥିବା ଅନ୍ୟ ଚରମପନ୍ଥୀ ସୁନ୍ନି ସଂଗଠନ ଓ 'ମୁସଲିମ ବ୍ରଦରହୁଡ' ସହିତ ଲିଙ୍କ ଅଛି କି ନାହିଁ ।

ଏହା ବି ପଢ଼ନ୍ତୁ:-ଫ୍ଲୋର ଟେଷ୍ଟରେ ଯଦି ୧୬ ବିଧାୟକ ନ ଦିଅନ୍ତି ଭୋଟ ତ କାହାକୁ ମିଳିବ ସଂଖ୍ୟାଗରିଷ୍ଠତା, ଜାଣନ୍ତୁ ଏଠାରେ...

ଏହା ବି ପଢ଼ନ୍ତୁ:-ଅଗ୍ନିବୀରଙ୍କୁ ବିଜେପିର କାର୍ଯ୍ୟକର୍ତ୍ତା କହିଲେ ମମତା ବାନାର୍ଜୀ, ଚାକିରି ଦେବାକୁ ମନା କଲେ ଦିଦି

ଏହା ବି ପଢ଼ନ୍ତୁ:-ଫ୍ଲୋର ଟେଷ୍ଟ୍ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ଶିବସେନା, ଜାଣନ୍ତୁ କ'ଣ କହିଲେ କୋର୍ଟ

UAPA ଅଧୀନରେ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏହି ମାମଲା ଏନଆଇଏକୁ ହସ୍ତାନ୍ତର କରାଯାଇଛି । ଏଠାରେ କହି ରଖୁଛୁ ଯେ, ଘଟଣା ଘଟାଇବା ପରେ ଉଦୟପୁରରୁ ପଳାଇଥିବା ଅଭିଯୁକ୍ତମାନଙ୍କୁ ରାଜସମନ୍ଦର ଜିଲ୍ଲାରୁ ରାଜସ୍ଥାନ ପୋଲିସ ଗିରଫ କରିଥିଲା । ଉଭୟ ଅଭିଯୁକ୍ତ ଅଜମେର ସରିଫ ଦର୍ଗା ଆଡକୁ ଯାଉଥିଲେ ଓ ସେଠାରେ ଆଉ ଏକ ଭିଡିଓ ସୁଟିଂ କରିବାକୁ ଯାଉଥିଲେ । କହ୍ନେୟା ହତ୍ୟାକାଣ୍ଡର କିଛି ସମୟ ପରେ ସେମାନେ ଆକ୍ରମଣ ଓ ଏଥିପାଇଁ ନିଜକୁ ଦାୟୀ କରି ଭିଡିଓ ହ୍ୱାଟସଆପ୍ ଗ୍ରୁପ୍ ମାଧ୍ୟମରେ ଭାଇରାଲ୍ କରିଥିଲେ ।