ୟେଲଟା ୟୁରୋପୀୟ କୌଶଳ (YES) ଶିଖର ସମ୍ମିଳନୀରେ ଯୋଗ ଦେଇ ଜେଲେନସ୍କି କହିଛନ୍ତି ଯେ ଋଷ (Russia) ସହିତ ଯୁଦ୍ଧ ସମ୍ଭବ ହୋଇପାରେ ।
Trending Photos
କିଭ: ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (Ukrainian President Volodymyr Zelenskiy) ଚେତାବନୀ ଦେଇ ଋଷ ସହିତ ଯୁଦ୍ଧର ଆଶଙ୍କା ବ୍ୟକ୍ତ କରିଛନ୍ତି ଓ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କ ସହ ଏକ ଜରୁରୀ ବୈଠକର ଆହ୍ୱାନ ଦେଇଛନ୍ତି । ଚଳିତ ବର୍ଷ ଆରମ୍ଭରେ ୟୁକ୍ରେନ ସୀମାରେ ଋଷ (Russia) ନିଜର ସୈନ୍ୟ ବୃଦ୍ଧି କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା । ୨୦୧୪ ପରଠାରୁ ପୂର୍ବ ୟୁକ୍ରେନ (Ukrainian) ରେ ସଂଘର୍ଷରେ ଅତି କମରେ ୧୪,୦୦୦ ଲୋକଙ୍କର ମୃତ୍ୟୁ ଘଟିଛି ।
ଅସଫଳ ରହିଛି ବୈଠକର ସମସ୍ତ ପ୍ରୟାସ
ୟେଲଟା ୟୁରୋପୀୟ କୌଶଳ (YES) ଶିଖର ସମ୍ମିଳନୀରେ ଯୋଗ ଦେଇ ଜେଲେନସ୍କି କହିଛନ୍ତି ଯେ ଋଷ (Russia) ସହିତ ଯୁଦ୍ଧ ସମ୍ଭବ ହୋଇପାରେ । ସେ କହିଛନ୍ତି ଏହା ସବୁଠାରୁ ଖରାପ ଘଟଣା ଯାହା ହୋଇପାରେ କିନ୍ତୁ ଦୁର୍ଭାଗ୍ୟବଶତଃ ଏହାର ଆଶଙ୍କା ରହିଛି । ଜେଲେନସ୍କି (Zelenskiy) ଖୁଲାସା କରିଛନ୍ତି ଯେ ପୁଟିନ (Putin) ଙ୍କ ସହ ସାକ୍ଷାତ କରିବା ଓ ଦୁଇ ଦେଶ ମଧ୍ୟରେ ବିବାଦ ବିଷୟରେ ଆଲୋଚନା କରିବାକୁ ସେ ବହୁତ ଚେଷ୍ଟା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବୈଠକ ସମ୍ଭବ ହୋଇପାରିନାହିଁ । ସେ କହିଛନ୍ତି ମୋର ଏ ବିଷୟରେ ଚିନ୍ତା କରିବାର ସମୟ ନାହିଁ ।
ସେମାନେ ଯୁଦ୍ଧ ଶେଷ କରିବାକୁ ଚାହାଁନ୍ତି ନାହିଁ
ୟୁକ୍ରେନ ରାଷ୍ଟ୍ରପତି (Ukrainian president) କହିଛନ୍ତି, "ମୋତେ ଏହି ବିଷୟରେ ଅଧିକ କୌତୂହଳ ରହିଛି ଯେ ଆମେ ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା ଉଦ୍ଦେଶ୍ୟରେ ସାକ୍ଷାତ କରିପାରିବା ନା କି ଘୋଷଣା ଭାବରେ, ଯେପରି ସେ ଅନ୍ୟ ଦେଶଗୁଡ଼ିକ ସହିତ କରିଥାଏ । ମୋତେ ଲାଗୁଛି ଯେ ସେ ସମସ୍ୟାର ସମାଧାନରେ ବୃଦ୍ଧିମାନ ଭାବେ କରନ୍ତି ନାହିଁ । ସେ ଚାହୁଁ ନାହାଁନ୍ତି ଯେ ଯୁଦ୍ଧ ଶେଷ ହେଉ ଓ ବିବାଦର ସମସ୍ୟାର ଶୀଘ୍ର ସମାଧାନ ହେଉ ।"
ଋଷ ଓ ବେଲାଋଷର ଯୁଦ୍ଧାଭ୍ୟାସରେ ନାଟୋ ଚକିତ
ଋଷର ସୈନ୍ୟବାହିନୀ (Russian military) ବେଲାଋଷ (Belarus) ସହ ଗତ ଦଶନ୍ଧି ମଧ୍ୟରେ ୟୁରୋପର ସର୍ବବୃହତ ଯୁଦ୍ଧାଭ୍ୟାସ ଜାପାଦ-2021 (Zapad-2021) ରେ ନିୟୋଜିତ ଅଛି । ଋଷର ଏହି ଶକ୍ତି ପ୍ରଦର୍ଶନ ପ୍ରକୃତରେ ଆମେରିକାକୁ ସନ୍ଦେଶ ପଠାଇବାକୁ ଏକ ପ୍ରୟାସ ବୋଲି ମନେ କରାଯାଉଛି । ୯ ସେପ୍ଟେମ୍ବରରୁ ଜାପାଦ-2021 (Zapad-2021) ଯୁଦ୍ଧାଭ୍ୟାସ ଆରମ୍ଭ ହୋଇଥିଲା । ଏହି ଅଭ୍ୟାସରେ ୨ ଲକ୍ଷ ସୈନିକ ଅଂଶଗ୍ରହଣ କରୁଛନ୍ତି, ଯାହା ସେପ୍ଟେମ୍ବର ୧୬ ପର୍ଯ୍ୟନ୍ତ ଚାଲିବ । ଋଷ ଓ ବେଲାଋଷର ଏହି ସାମରିକ ଅଭ୍ୟାସ ନାଟୋ ଦେଶମାନଙ୍କୁ ଚକିତ କରିଛି । ପ୍ରକୃତରେ, ବେଲାଋଷ ସହିତ ଅନେକ ୟୁରୋପୀୟ ଦେଶର ବିବାଦ ରହିଛି । କେବଳ ଏତିକି ନୁହେଁ ବେଲାଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଲୁକାଶେଙ୍କୋଙ୍କ ବିରୋଧରେ ମଧ୍ୟ ମାନବିକ ଅଧିକାରର ଉଲ୍ଲଂଘନ କରାଯିବାର ଅଭିଯୋଗ ଆସିସାରିଛି ।
ଅଧିକ ପଢ଼ନ୍ତୁ:-ଲଘୁଚାପର ପ୍ରଭାବ, ଆଜି ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!
ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ବଡ଼ ଆଶ୍ୱସ୍ତିକର ଖବର
ଅଧିକ ପଢ଼ନ୍ତୁ:-ଆଫଗାନିସ୍ତାନକୁ ୪୭୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେବ ଆମେରିକା, ମିଳିତ ଜାତିସଂଘ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ସହାୟତା ପାଇଁ କଲେ ଘୋଷଣା
ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍