କୋରୋନାରେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ମୃତ୍ୟୁ ଗୁଜବ
Advertisement
Article Detail0/zeeodisha/odisha896771

କୋରୋନାରେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ମୃତ୍ୟୁ ଗୁଜବ

ତାକୁ ନୂଆଦିଲ୍ଲୀର AIIMS ରେ ଭର୍ତ୍ତି କରାଯାଇଥିଲା । ଏପ୍ରିଲ ୨୬ରେ ସ୍ୱାସ୍ଥ୍ୟ ଖରାପ ହେବାପରେ ଛୋଟା ରାଜନକୁ AIIMS ରେ ଭର୍ତ୍ତି କରାଯାଇଥିଲା । ୨୦୧୫ରେ ତାକୁ ଇଣ୍ଡୋନେସିଆରୁ ଗିରଫ କରାଯାଇଥିଲା । ତାକୁ ଦିଲ୍ଲୀର ତିହାର ଜେଲରେ ରଖାଯାଇଥିଲା ।

କୋରୋନାରେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ମୃତ୍ୟୁ ଗୁଜବ

ନୂଆଦିଲ୍ଲୀ: ସାରା ଦେଶରେ କୋରୋନା ଭୂତାଣୁର ଦ୍ୱିତୀୟ ଲହର ତାଣ୍ଡବ କରୁଛି । ଦେଶରେ ବିଗତ ୨ ଦିନ ଧରି ୪ ଲକ୍ଷରୁ ଉର୍ଦ୍ଧ୍ୱ କୋରୋନା ମାମଲା ସାମ୍ନାକୁ ଆସିଛି । ଏହାସହ ଲଗାତର ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନର ମଧ୍ୟ କୋରୋନାରେ ମୃତ୍ୟୁ ଘଟିଛି ବୋଲି ଖବର ଆସିଥିଲା । ଯାହାକୁ ଏମ୍ସ ଓ ଦିଲ୍ଲୀ ପୋଲିସ ତରଫୁ ଖଣ୍ଡନ କରାଯାଇଛି । AIIMS ଲୋକସମ୍ପର୍କ ଅଧିକାରୀ ବି.ଏନ୍ ଆଚାର୍ଯ୍ୟ ଛୋଟା ରାଜନର ମୃତ୍ୟୁ ଖବରକୁ ଅସ୍ୱୀକାର କରିଛନ୍ତି ।

ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

ସେ ବିସିସିଆଇ ସହ ବାର୍ତ୍ତାଳାପ ବେଳେ କହିଛନ୍ତି ଯେ, ଛୋଟା ରାଜନ AIIMS ରେ ଚିକିତ୍ସିତ ହେଉଛି ଏବଂ ସେ ମରି ନାହିଁ । କିଛି ସମୟ ପୂର୍ବରୁ ଅଲ ଇଣ୍ଡିଆ ରେଡିଓ (ଏଆରଆଇ) ଟ୍ୱିଟ୍ କରି କହିଥିଲା ଯେ ଛୋଟା ରାଜନର ମୃତ୍ୟୁ ହୋଇଛି ।