ଆର୍ୟନଙ୍କୁ କାହିଁକି ମିଳୁନି ଜାମିନ? କେନ୍ଦ୍ର ମନ୍ତ୍ରୀ କହିଲେ ଏହାର କାରଣ, କ୍ରୁଜ ଡ୍ରଗ୍ସ ମାମଲାରେ ଦେଲେ ବଡ଼ ବୟାନ
Advertisement
Article Detail0/zeeodisha/odisha1015771

ଆର୍ୟନଙ୍କୁ କାହିଁକି ମିଳୁନି ଜାମିନ? କେନ୍ଦ୍ର ମନ୍ତ୍ରୀ କହିଲେ ଏହାର କାରଣ, କ୍ରୁଜ ଡ୍ରଗ୍ସ ମାମଲାରେ ଦେଲେ ବଡ଼ ବୟାନ

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ରାମଦାସ ଅଠାୱାଲେ (Ramdas Athawale) କହିଛନ୍ତି ଯେ ଯେଉଁମାନେ ମଦ୍ୟପାନ କରନ୍ତି, ସିଗାରେଟ ନିଅନ୍ତି ସେମାନଙ୍କୁ ଜେଲ ପଠାଯାଏ ନାହିଁ । କିନ୍ତୁ ଯଦି କାହା ପାଖରୁ କୌଣସି ପରିମାଣର ଡ୍ରଗ୍ସ ମିଳୁଛି ତେବେ ସେମାନଙ୍କୁ ଜେଲକୁ ପଠାଯାଉଛି ।

ଆର୍ୟନଙ୍କୁ କାହିଁକି ମିଳୁନି ଜାମିନ? କେନ୍ଦ୍ର ମନ୍ତ୍ରୀ କହିଲେ ଏହାର କାରଣ, କ୍ରୁଜ ଡ୍ରଗ୍ସ ମାମଲାରେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: Aryan Khan Drug Case: ଅଧିକାଂଶ ଡ୍ରଗ୍ସ ଭାରତୀୟ ଫିଲ୍ମ ଉଦ୍ୟୋଗ (Indian film industry) ରେ ବିକ୍ରି ହୁଏ । ଭାରତୀୟ ଫିଲ୍ମ ଉଦ୍ୟୋଗରେ ସ୍ୱଚ୍ଛତା ଆଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆର୍ୟନ ଖାନ  (Aryan Khan) ଙ୍କ ବିରୋଧରେ ଦୃଢ଼ ପ୍ରମାଣ ରହିଛି, ସେଥିପାଇଁ ସେ ଏପର୍ଯ୍ୟନ୍ତ ଜାମିନ ପାଇନାହାଁନ୍ତି । କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱାଲେ (Union Minister Ramdas Athawale) ମଙ୍ଗଳବାର (ଅକ୍ଟୋବର ୨୬) ଏପରି କିଛି ବୟାନ ଦେଇଛନ୍ତି । କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠାୱାଲେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ବୟାନ ଦେଇଛନ୍ତି । ଅଠାୱାଲେ କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସର ବ୍ୟାପକ ବ୍ୟବହାର ବନ୍ଦ କରିବାକୁ ପଡିବ । ଏହି ପରିସ୍ଥିତିକୁ ପରିବର୍ତ୍ତନ କରିବା ଆବଶ୍ୟକ । ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁମାନେ ଡ୍ରଗ୍ସ ବ୍ୟବହାର କରୁଛନ୍ତି ସେମାନଙ୍କୁ ନିଶାମୁକ୍ତି କେନ୍ଦ୍ରକୁ ପଠାଯିବା ଉଚିତ । ସେମାନଙ୍କୁ ଗିରଫ କରାଯିବା ଉଚିତ ନୁହେଁ । ଜେଲକୁ ପଠା ନଯାଉ ।

fallback

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ରାମଦାସ ଅଠାୱାଲେ (Ramdas Athawale) କହିଛନ୍ତି ଯେ ଯେଉଁମାନେ ମଦ୍ୟପାନ କରନ୍ତି, ସିଗାରେଟ ନିଅନ୍ତି ସେମାନଙ୍କୁ ଜେଲ ପଠାଯାଏ ନାହିଁ । କିନ୍ତୁ ଯଦି କାହା ପାଖରୁ କୌଣସି ପରିମାଣର ଡ୍ରଗ୍ସ ମିଳୁଛି ତେବେ ସେମାନଙ୍କୁ ଜେଲକୁ ପଠାଯାଉଛି । ଏହି ପରିସ୍ଥିତିକୁ ପରିବର୍ତ୍ତନ କରିବା ଆବଶ୍ୟକ । ଆମ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ଯେ ଯେଉଁମାନେ ଡ୍ରଗ୍ସ ବ୍ୟବହାର କରୁଛନ୍ତି ସେମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇଁ ପୁନର୍ବସନ କେନ୍ଦ୍ର କିମ୍ବା ନିଶାମୁକ୍ତି କେନ୍ଦ୍ରକୁ ପଠାଯିବା ଉଚିତ । କେବଳ ସେତେବେଳେ ସ୍ଥିତିରେ ସୁଧାର ଆସିବ ବୋଲି ସେ କହିଛନ୍ତି ।

ସୁଶାନ୍ତ ସିଂଙ୍କ ମୃତ୍ୟୁ ପରେ ବ୍ୟାପକ ଡ୍ରଗ୍ସ ବ୍ୟବହାର ମାମଲା ସାମ୍ନାକୁ ଆସିଥିଲା

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଚଳଚ୍ଚିତ୍ର ଉଦ୍ୟୋଗରେ ବ୍ୟାପକ ଡ୍ରଗ୍ସ ବ୍ୟବହାର ପ୍ରସଙ୍ଗ ସାମ୍ନାକୁ ଆସିଥିଲା । ରାମଦାସ ଅଠାୱାଲେ କହିଛନ୍ତି ଯେ ଆର୍ୟନ ଖାନ (Aryan Khan) ଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ କୌଣସି ପକ୍ଷପାତିତା କରାଯାଇ ନାହିଁ । ତାଙ୍କ ବିରୋଧରେ ଅନେକ ପ୍ରମାଣ ଅଛି । ଏହି କାରଣରୁ ସେ ମାଜିଷ୍ଟ୍ରେଟ୍ କୋର୍ଟ ଓ ସେସନ୍ସ କୋର୍ଟରୁ ଜାମିନ ପାଇନାହାଁନ୍ତି । ଯଦି ଇଡି, ସିବିଆଇ, ଏନସିବି ଚଢ଼ାଉରେ କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନଙ୍କ ବିରୋଧରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

NCB ଡ୍ରଗ୍ସ ବିରୋଧରେ ସଠିକ୍ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ରାମଦାସ ଅଠାୱାଲେ କହିଛନ୍ତି । ଅନେକ ଲୋକଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ହେପାଜତକୁ ନିଆଯାଇଛି । ତାଙ୍କୁ ପଚରାଉଚରା କରାଯାଇଛି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ଡ୍ରଗ୍ସର ବୃଦ୍ଧି ଧାରା ଦୁଃଖଦାୟକ । ଏହାକୁ ଯଥାଶୀଘ୍ର ରୋକିବା ଜରୁରୀ ଅଟେ ।

ଏହା ବି ପଢ଼ନ୍ତୁ:-ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୫୮୫ ସଂକ୍ରମିତ

ଏହା ବି ପଢ଼ନ୍ତୁ:-T20 World Cup: ଭାରତର କାର୍ଯ୍ୟକୁ ସହଜ କଲା ପାକିସ୍ତାନ, ନ୍ୟୁଜିଲ୍ୟାଣ୍ଡର ପରାଜୟରୁ ହେଲା ଏହି ବଡ଼ ଲାଭ

ଏହା ବି ପଢ଼ନ୍ତୁ:-ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଶାହାରୁଖଙ୍କ ଲୋକପ୍ରିୟତା କମିଛି ନା ବଢ଼ିଛି? ଜାଣନ୍ତୁ କ'ଣ କହୁଛି ନୂଆ ରିପୋର୍ଟ

ଏହା ବି ପଢ଼ନ୍ତୁ:-ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି ପେଟ୍ରୋଲ-ଡିଜେଲର ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ରେଟ୍