ଏହି ଲୋକମାନେ ରାଜଧାନୀରୁ କିଣିବେ ମଦ ତ ସିଧା ଯିବେ ଜେଲ!
Advertisement
Article Detail0/zeeodisha/odisha1193639

ଏହି ଲୋକମାନେ ରାଜଧାନୀରୁ କିଣିବେ ମଦ ତ ସିଧା ଯିବେ ଜେଲ!

ଦେଶର ରାଜଧାନୀ ଦିଲ୍ଲୀ (Delhi) ରେ ମଦ (Liquor) ବିକ୍ରି ଉପରେ ସର୍ବାଧିକ ଖୁଚୁରା ମୂଲ୍ୟ (MRP) ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ ପରିସରକୁ ବଢ଼ିପାରେ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସରକାର ଏକ୍ସାଇଜ୍ ପଲିସି ଘୋଷଣା କରିବାକୁ ଯାଉଛନ୍ତି, ଯେଉଁଥିରେ ନିର୍ଦ୍ଦିଷ୍ଟ ରିହାତି ସୀମା ହଟାଯାଇପାରେ । ଏହା ସହିତ ମଦ ଦୋକାନୀମାନେ ନିଜ ହିସାବରେ ମୂଲ୍ୟରେ ରିହାତି ଦେଇ ମଦ ବିକ୍ରି କରିବାକୁ ସକ୍ଷମ ହେବେ । ଜୁନ ୧ରୁ ଏହି ନୂତନ ନୀତି କାର୍ଯ୍ୟକାରୀ ହେବ, ଯେଉଁଥିରେ ଅନ୍ୟାନ୍ୟ ଅନେକ ପରିବର୍ତ୍ତନ ମଧ୍ୟ କରାଯିବ ।

ଏହି ଲୋକମାନେ ରାଜଧାନୀରୁ କିଣିବେ ମଦ ତ ସିଧା ଯିବେ ଜେଲ!

ନୂଆଦିଲ୍ଲୀ: ଦିଲ୍ଲୀ ସରକାର (Delhi Government) ଙ୍କ ଏକ୍ସାଇଜ୍ ଡ୍ୟୁଟି (Liquor Excise Duty) ରେ ପରିବର୍ତ୍ତନ ପରେ ଦିଲ୍ଲୀରେ ମଦ (Liquor) ବହୁତ ଶସ୍ତା ମିଳୁଛି । ବର୍ତ୍ତମାନ ଏହି ଶସ୍ତା ମଦ ଯୋଗୁଁ ଦିଲ୍ଲୀ-ଏନସିଆର (Delhi NCR) ର ଦୋକାନୀମାନେ କହିଛନ୍ତି ଯେ, ସେମାନଙ୍କୁ ବହୁତ କ୍ଷତି ସହିବାକୁ ପଡ଼ୁଛି । ଯାହା ପରେ ଉତ୍ତର ପ୍ରଦେଶ ସରକାର (UP Government) ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।

ଏଠାରେ କହି ରଖୁଛୁ ଯେ, ବର୍ତ୍ତମାନ ୟୁପିର ଅବକାରୀ ବିଭାଗ (UP Excise Department) ମଧ୍ୟ ଦିଲ୍ଲୀରୁ ଏକ ବୋତଲ ସିଲ୍ ହୋଇଥିବା ମଦ ଆଣିବା ଉପରେ ରୋକ୍ ଲଗାଦେଇଛି । ଅବକାରୀ ବିଭାଗ କହିଛି ଯେ, ଯଦି କୌଣସି ବ୍ୟକ୍ତି ଦିଲ୍ଲୀରୁ ଗୋଟିଏ ସିଲ୍ ବୋତଲ ମଦ ଆଣିବା ସମୟରେ ଧରାପଡ଼େ, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତଦନ୍ତ ପାଇଁ ଅବକାରୀ ବିଭାଗ ୬ଟି ଟିମ୍ ଗଠନ କରିଛି । ଏହି ଦଳଗୁଡିକ ନଜର ରଖିବେ ଯେ, କୌଣସି ବ୍ୟକ୍ତି ଦିଲ୍ଲୀରୁ ୟୁପି ପର୍ଯ୍ୟନ୍ତ ସିଲ୍ ହୋଇଥିବା ମଦ ଆଣୁ ନାହାଁନ୍ତି ତ ।

ଜିଲ୍ଲା ଅଧିକାରୀ କହିଛନ୍ତି ଯେ, ଦିଲ୍ଲୀରେ ମଦ ଶସ୍ତା ଯୋଗୁଁ ଚୋରା ଚାଲାଣ ହେବାର ସମ୍ଭାବନା ବଢ଼ିଛି । ନିକଟ ଅତୀତରେ ଆଲିଗଡରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଯଦି କେହି ସିଲ୍ ବନ୍ଦ ହୋଇ ମଦ ବୋତଲ ଦିଲ୍ଲୀରୁ ନେଇ ଆସୁଥିବା ବେଳେ ଧରାପଡ଼େ, ତେଣୁ ଏପରି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୟୁପିରେ ମଦ ବିକ୍ରି ଟେଟ୍ରା ପ୍ୟାକରେ ହୋଇଥାଏ । ଏଭଳି ପରିସ୍ଥିତିରେ ଯଦି କାହା ପାଖରେ ସିଲ ବନ୍ଦ ବୋତଲରେ ମଦ ମିଳିଥାଏ, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ବି ପଢ଼ନ୍ତୁ:-ବିଜେପିରେ ସାମିଲ ହେବେ AAP ର CM ପ୍ରାର୍ଥୀ କର୍ଣ୍ଣେଲ ଅଜୟ କୋଥିଆଲ!

ଏହା ବି ପଢ଼ନ୍ତୁ:-ଖୁସି ଖବର: ବଢ଼ିବାକୁ ଯାଉଛି ଅବସର ବୟସ ଓ ପେନସନ ରାଶି! ଜାଣନ୍ତୁ ସରକାରଙ୍କ ଏହି ନୂଆ ଯୋଜନା ବିଷୟରେ

ଏହା ବି ପଢ଼ନ୍ତୁ:-ବିଜେପିକୁ କିପରି ପରାସ୍ତ କରାଯାଇପାରିବ? ଫର୍ମୂଲା କହିଲେ ପ୍ରଶାନ୍ତ କିଶୋର

 

ସୂଚନାଯୋଗ୍ୟ, ଦେଶର ରାଜଧାନୀ ଦିଲ୍ଲୀ (Delhi) ରେ ମଦ (Liquor) ବିକ୍ରି ଉପରେ ସର୍ବାଧିକ ଖୁଚୁରା ମୂଲ୍ୟ (MRP) ଉପରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ ପରିସରକୁ ବଢ଼ିପାରେ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସରକାର ଏକ୍ସାଇଜ୍ ପଲିସି ଘୋଷଣା କରିବାକୁ ଯାଉଛନ୍ତି, ଯେଉଁଥିରେ ନିର୍ଦ୍ଦିଷ୍ଟ ରିହାତି ସୀମା ହଟାଯାଇପାରେ । ଏହା ସହିତ ମଦ ଦୋକାନୀମାନେ ନିଜ ହିସାବରେ ମୂଲ୍ୟରେ ରିହାତି ଦେଇ ମଦ ବିକ୍ରି କରିବାକୁ ସକ୍ଷମ ହେବେ । ଜୁନ ୧ରୁ ଏହି ନୂତନ ନୀତି କାର୍ଯ୍ୟକାରୀ ହେବ, ଯେଉଁଥିରେ ଅନ୍ୟାନ୍ୟ ଅନେକ ପରିବର୍ତ୍ତନ ମଧ୍ୟ କରାଯିବ ।

ନୂଆ ପଲିସି ଲାଗୁ ହେଲେ ମଦ୍ୟପଙ୍କୁ ପୂର୍ବାପେକ୍ଷା ଅଧିକ ଶସ୍ତା ମୂଲ୍ୟରେ ମଦ (Liquor) ଓ ବିୟର (Beer) ମିଳିବ । ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରସ୍ତାବିତ ପଲିସି କ୍ୟାବିନେଟ୍ ଅନୁମୋଦନ କରିଛି । ଉପରାଜ୍ୟପାଳ (Delhi Lieutenant Governor) ଙ୍କ ଅନୁମୋଦନ ପାଇବା ପରେ ଏହା କାର୍ଯ୍ୟକାରୀ ହେବ । ସୂତ୍ରରୁ ପ୍ରକାଶ ଯେ LG ଙ୍କ ଅନୁମୋଦନ ପରେ ଅବକାରୀ ବିଭାଗ (Excise Department) ୨୫ ପ୍ରତିଶତ ଡିସକାଉଣ୍ଟ (ରିହାତି) ସୀମା ହଟାଇବ ।