ଯେତେବେଳେ ରାଜଭର ଏହି ଘୋଷଣା କରୁଥିଲେ, ଶର୍ମା କିଛି କହି ନଥିଲେ ।
Trending Photos
ନୂଆଦିଲ୍ଲୀ: UP Assembly Election 2022: ଚଳିତ ବର୍ଷ ପ୍ରାରମ୍ଭରେ ଉତ୍ତର ପ୍ରଦେଶରେ ବିଧାନ ସଭା ନିର୍ବାଚନ ହେବାରେ ଅଛି । ଏହି ସମୟରେ ପୂର୍ବତନ ବଜେପି ସାଂସଦ ହରିନାରାୟଣ ରାଜଭର (Former BJP MP Harinarayan Rajbhar) ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ୟୁପି ବିଜେପି ଉପାଧ୍ୟକ୍ଷ ତଥା ପୂର୍ବତନ ଆଇଏଏସ୍ ଅଧିକାରୀ ଅରବିନ୍ଦ କୁମାର ଶର୍ମା (Arvind Kumar Sharma) ଉତ୍ତରପ୍ରଦେଶର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ (Next Chief Minister of Uttar Pradesh) ହୋଇପାରନ୍ତି । ଏକେ ଶର୍ମା (AK Sharma) ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ନିକଟତର ମନେ କରାଯାଏ । ହରିନାରାୟଣ ରାଜଭାର ୨୦୧୪ରେ ମଉର ଘୋଷୀରୁ ସାଂସଦ ଥିଲେ । ତାଙ୍କ ବୟାନର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏ.କେ ଶର୍ମା ତାଙ୍କ ପାଖରେ ନଜର ଆସିଛନ୍ତି ।
ଯେତେବେଳେ ରାଜଭର ଏହି ଘୋଷଣା କରୁଥିଲେ, ଶର୍ମା କିଛି କହି ନଥିଲେ । ଏହି ଭିଡିଓଟି ଜାନୁଆରୀ ୪ରେ ମଉର ବୋଲି କୁହାଯାଉଛି । ଭିଡିଓରେ ହରିନାରାୟଣ କହିଛନ୍ତି ଯେ, AK ଶର୍ମା ଆଗାମୀ ସମୟରେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ସେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି । ମଞ୍ଚରୁ ରାଜଭାର କହିଛନ୍ତି, "ଆମ ରାଜ୍ୟର ଶର୍ମା ଜୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ମୁଁ ତାଙ୍କ ପାଇଁ କାମ କରିବି, ମୁଁ ମୋ ରାଜ୍ୟ ପାଇଁ କାମ କରିବି । ମୁଁ ଏଥିପାଇଁ ସକଳ୍ପ ନେଉଛି ।"
ଏ.କେ ଶର୍ମା କିଏ?
ଏ.କେ ଶର୍ମା ହେଉଛନ୍ତି ୧୯୮୮ ବ୍ୟାଚ୍ ର IAS ଅଧିକାରୀ । VRS ନେବା ପରେ ସେ ଗତ ବର୍ଷ ଜାନୁଆରୀ ୧୪ରେ ବିଜେପି (BJP) ରେ ଯୋଗ ଦେଇଥିଲେ । ଏ.କେ ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେବେଠାରୁ ଅଛନ୍ତି ଯେଉଁ ସମୟରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ସେ ମୋଦିଙ୍କର ସଚିବ ଥିଲେ । ୨୦୧୪ରେ ଯେତେବେଳେ ମୋଦି ପ୍ରଧାନମନ୍ତ୍ରୀ ହୋଇଥିଲେ, ସେ ଯୁଗ୍ମ ସଚିବ ଭାବରେ PMO ରେ ଯୋଗ ଦେଇଥିଲେ ।
ଏହା ବି ପଢ଼ନ୍ତୁ:-ବଢ଼ୁଥିବା କୋରୋନା ମାମଲା ମଧ୍ୟରେ AIIMS ନିର୍ଦ୍ଦେଶକ ଜାରି କଲେ ଚେତାବନୀ, କହିଲେ-ଓମିକ୍ରନରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି କାମ
ଏହା ବି ପଢ଼ନ୍ତୁ:-ପୁରୀ ଏକ୍ସପ୍ରେସ ଟ୍ରେନର ରୁଟରେ ବଡ଼ ପରିବର୍ତ୍ତନ କଲା ରେଲୱେ, ଜାଣନ୍ତୁ ବର୍ତ୍ତମାନ କେଉଁ ମାର୍ଗ ଦେଇ ଗତି କରିବେ ଏସବୁ ଟ୍ରେନ୍
ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ୧ ଲକ୍ଷରୁ ଉର୍ଦ୍ଧ୍ୱ ମାମଲା, ଆଖି ବୁଜିଲେ ୩୦୨ ସଂକ୍ରମିତ
୧୯୬୨ ମସିହାରେ ଉତ୍ତର ପ୍ରଦେଶର ମଉରେ ଜନ୍ମଗ୍ରହଣ କରିଥିବା ଏ.କେ ଶର୍ମା ତାଙ୍କ ପ୍ରାଥମିକ ଶିକ୍ଷା ନିଜ ଗୃହ ଜିଲ୍ଲାରେ ହାସଲ କରିଥିଲେ । ଏହା ପରେ ସେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ସେ ୧୯୮୮ରେ ସିଭିଲ ସର୍ଭିସରେ ଯୋଗଦେବା ପୂର୍ବରୁ ରାଜନୈତିକ ବିଜ୍ଞାନରେ ମାଷ୍ଟର ଡିଗ୍ରି ହାସଲ କରିଥିଲେ । ଗୁଜୁରାଟର କ୍ୟାଡର ଆଇଏଏସ୍ ଶର୍ମାଙ୍କର ପ୍ରଥମ ପୋଷ୍ଟିଂ ସବ-ଡିଭିଜନାଲ ମାଜିଷ୍ଟ୍ରେଟ ଅର୍ଥାତ SDM ଭାବେ ମିଳିଥିଲା । ୧୯୯୫ରେ ସେ ମେହସାନାର ଜିଲ୍ଲା ମାଜିଷ୍ଟ୍ରେଟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୦୧ରେ ଶର୍ମା ନରେନ୍ଦ୍ର ମୋଦିଙ୍କ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସଚିବ ଭାବରେ ଯୋଗ ଦେଇଥିଲେ ଓ ୨୦୧୪ ପର୍ଯ୍ୟନ୍ତ ଏକାଠି ରହିଥିଲେ ।
ଶର୍ମାଙ୍କୁ ଅତି ନିକଟରୁ ଜାଣିଥିବା ଲୋକମାନେ କୁହନ୍ତି ଯେ ସେ ବହୁତ କମ୍ ପ୍ରୋଫାଇଲ୍ ରହନ୍ତି । ଗୁଜୁରାଟରେ ବିଦେଶୀ ପୁଞ୍ଜି ନିବେଶ ଆଣିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଶର୍ମା ଭାଇବ୍ରାଣ୍ଟ ଗୁଜୁରାଟ ସମିଟର କାର୍ଯ୍ୟକୁ ମଧ୍ୟ ପରିଚାଳନା କରିଥିଲେ । ୨୦୦୮ ମସିହାରେ ପଶ୍ଚିମ ବଙ୍ଗରୁ ଗୁଜୁରାଟକୁ ଟାଟାର ନାନୋ ପ୍ଲାଣ୍ଟ ଆଣିବାରେ ଶର୍ମା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।