ତାଲିବାନକୁ ନେଇ ଆମେରିକାର ଚିନ୍ତା ବଢ଼ାଇଲେ ଚୀନ୍ ଓ ପାକିସ୍ଥାନ, ବାଇଡେନ ଦେଲେ ଏହି ବଡ଼ ବୟାନ
Advertisement
Article Detail0/zeeodisha/odisha982034

ତାଲିବାନକୁ ନେଇ ଆମେରିକାର ଚିନ୍ତା ବଢ଼ାଇଲେ ଚୀନ୍ ଓ ପାକିସ୍ଥାନ, ବାଇଡେନ ଦେଲେ ଏହି ବଡ଼ ବୟାନ

ତାଲିବାନ ସରକାର (Taliban Govt) ଗଠନ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ଙ୍କ ବୟାନରୁ ଜଣାପଡୁଛି ଯେ ସେ ଏଥିପାଇଁ ଚିନ୍ତିତ ଅଛନ୍ତି । 

ତାଲିବାନକୁ ନେଇ ଆମେରିକାର ଚିନ୍ତା ବଢ଼ାଇଲେ ଚୀନ୍ ଓ ପାକିସ୍ଥାନ, ବାଇଡେନ ଦେଲେ ଏହି ବଡ଼ ବୟାନ

ନୂଆଦିଲ୍ଲୀ: ତାଲିବାନ (Taliban) ଆଫଗାନିସ୍ତାନ (Afghanistan) ରେ ନୂଆ ସରକାରର କମାଣ ଯେଉଁ ହାତରେ ଦେଇଛି, ତାହା ଆମେରିକାର ବାଇଡେନ ସରକାର (Joe Biden Government) ଙ୍କ ପାଇଁ ଚିନ୍ତା ବଢାଇବାକୁ ଯାଉଛି । ଏହି ସରକାରରେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ମିଳିତ ଜାତିସଂଘ (UN) ର ଆତଙ୍କବାଦୀ ତାଲିକାରେ ସ୍ଥାନ ପାଇଛନ୍ତି କିମ୍ବା ଯେଉଁମାନେ ଆମେରିକା ପାଇଁ ମୋଷ୍ଟ ୱାଣ୍ଟେଡ । ଆଫଗାନିସ୍ତାନର ନୂତନ ଗୃହମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନୀ (Sirajuddin Haqqani) ଉପରେ ଆମେରିକା ୫ ମିଲିୟନ୍ ଡଲାର ପର୍ଯ୍ୟନ୍ତ ପୁରସ୍କାର ଘୋଷଣା କରି ରଖିଥିଲା ।

ତାଲିବାନ ସରକାର (Taliban Govt) ଗଠନ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ଙ୍କ ବୟାନରୁ ଜଣାପଡୁଛି ଯେ ସେ ଏଥିପାଇଁ ଚିନ୍ତିତ ଅଛନ୍ତି । ମଙ୍ଗଳବାର ବାଇଡେନ କହିଛନ୍ତି ଯେ ଚୀନ (China) ତାଲିବାନ ସହ ଏକ ବ୍ୟବସ୍ଥା ଗଢ଼ିବା ପାଇଁ ନିଶ୍ଚିତ ଭାବରେ ଚେଷ୍ଟା କରିବ ।

ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ବାଇେଡେନଙ୍କୁ ସାମ୍ବାଦିକମାନେ ପଚାରିଥିଲେ ଯେ କ'ଣ ସେ ଏହି କଥାରେ ଚିନ୍ତିତ ଅଛନ୍ତି କି ଆମେରିକା ଯେଉଁମାନଙ୍କୁ ନିଷିଦ୍ଧ କରି ରଖିଛନ୍ତି, ଚୀନ୍ ସେମାନଙ୍କୁ ପାଣ୍ଠି ଯୋଗାଇବ? ଏହାର ଜବାବରେ ବାଇଡେନ କହିଛନ୍ତି ଯେ, "ତାଲିବାନ ମାମଲାରେ ଚୀନ୍ ଏକ ପ୍ରକୃତ ସମସ୍ୟା । ତାଲିବାନ ସହ ଚୀନ୍ ଏକ ବ୍ୟବସ୍ଥା କରିବାକୁ ଚେଷ୍ଟା କରିବାକୁ ଯାଉଛି । ମୁଁ ଏ ବିଷୟରେ ସମ୍ପୂର୍ଣ୍ଣ ନିଶ୍ଚିତ । ପାକିସ୍ତାନ, ଋଷ, ଇରାନ ସମସ୍ତେ ସେମାନଙ୍କ ରଣନୀତି ଉପରେ କାର୍ଯ୍ୟ କରୁଛନ୍ତି ।"

ଏହା ମଧ୍ୟ କୁହାଯାଉଛି ଯେ ତାଲିବାନ ବାଗ୍ରାମ ଏୟାରବେସକୁ ଚୀନକୁ ହସ୍ତାନ୍ତର କରିପାରେ, କିନ୍ତୁ ମଙ୍ଗଳବାର ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ଏହାର ଦୈନିକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ପ୍ରତ୍ୟାଖ୍ୟାନ କରିଛି ।

ଆମେରିକା ଓ ଏହାର ସାତ ସହଯୋଗୀ ଦେଶ ତାଲିବାନ ସମ୍ବନ୍ଧରେ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ସହମତ ହୋଇଛନ୍ତି । ଏହା ସହିତ ଆମେରିକା ତାଲିବାନକୁ ଆଫଗାନିସ୍ତାନର ରିଜର୍ଭ ପାଣ୍ଠି ପର୍ଯ୍ୟନ୍ତ ପହଞ୍ଚିବାରେ ଅଟକାଇଛି । ଅଧିକାଂଶ ପାଣ୍ଠି ଫେଡେରାଲ ରିଜର୍ଭ ପାଖରେ ଅଛି ।

ଆମେରିକା କହିଛି ଯେ, ତାଲିବାନ ପ୍ରଥମେ ନିଶ୍ଚିତ କରିବା ଉଚିତ ଯେ ସେ ମହିଳାମାନଙ୍କୁ ଅଧିକାର ଦେବ ଓ ଆନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେବ । କିନ୍ତୁ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଋଷ ଓ ଚୀନ୍ ଆଫଗାନିସ୍ତାନକୁ ପାଣ୍ଠି ଯୋଗାଇବା ଆରମ୍ଭ କରନ୍ତି, ତା’ହେଲେ ତାଲିବାନ ଉପରେ ଆମେରିକାର ଆର୍ଥିକ ପ୍ରତିବନ୍ଧକ ଅତ୍ୟନ୍ତ ପ୍ରଭାବଶାଳୀ ହେବ ନାହିଁ ।

G-20 ହେଉଛି ବୃହତ ଅର୍ଥ ବ୍ୟବସ୍ଥା ଥିବା ଦେଶର ଏକ ଗୋଷ୍ଠୀ ଓ ବର୍ତ୍ତମାନ ଏହାର ଅଧ୍ୟକ୍ଷତା ଇଟାଲୀ ପାଖରେ ରହିଛି । ଏହି ଗୋଷ୍ଠୀରେ ଚୀନ୍ ଓ ଋଷ ମଧ୍ୟ ଅଛନ୍ତି । ଆଫଗାନିସ୍ତାନକୁ ନେଇ ଜି-20 ବୈଠକ ଡକାଯିବା କଥା, କିନ୍ତୁ ପାରସ୍ପରିକ ମତଭେଦ ହେତୁ କୌଣସି ତାରିଖ ସ୍ଥିର କରାଯାଇ ନାହିଁ ।

ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଅଗଷ୍ଟ ୨୯ରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଫନୋ କରିଥିଲେ ଓ କହିଛନ୍ତି ଯେ ତାଲିବାନ ସହ ଅନ୍ତର୍ଜାତୀୟ ସମୁଦାୟ କଥାବାର୍ତ୍ତା ଆରମ୍ଭ କରିବା ଉଚିତ । ଆଫଗାନିସ୍ତାନରେ ଚୀନ୍ ଏପର୍ଯ୍ୟନ୍ତ ନୂତନ ସରକାରକୁ ସ୍ୱୀକୃତି ଦେଇ ନାହିଁ । କିନ୍ତୁ ଜୁଲାଇରେ ୱାଙ୍ଗର ସାକ୍ଷାତ ମୁଲ୍ଲା ବରାଦାରଙ୍କ ସହ ହୋଇଥିଲା ।

ଅଧିକ ପଢ଼ନ୍ତୁ:-BPCL ର LPG ଗ୍ରାହକଙ୍କୁ ମିଳିବା ଜାରି ରହିବ ସବସିଡି, ତିଆରି କଲା ଏକ ଅଲଗା ପ୍ଲାଟଫର୍ମ

ଅଧିକ ପଢ଼ନ୍ତୁ:-ସାଧାରଣ ଜନତାଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବଦଳିଯିବ ଆପଣଙ୍କର ATM ଓ କ୍ରେଡିଟ୍ କାର୍ଡ ସହ ଜଡ଼ିତ ନିୟମ, ନ ଜାଣିଲେ ବଡ଼ ଅସୁବିଧାରେ ପଡ଼ିପାରନ୍ତି ଆପଣ

ଅଧିକ ପଢ଼ନ୍ତୁ:-ପଞ୍ଜଶୀର ଆକ୍ରମଣରେ ପାକିସ୍ତାନର ହସ୍ତକ୍ଷେପକୁ ଯାଞ୍ଚ କରୁଛି ଇରାନ, ଇମ୍ରାନ ସରକାରଙ୍କୁ ମଧ୍ୟ ଦେଲା କଡ଼ା ଚେତାବନୀ