କୋରୋନା ଯୋଗୁଁ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ଲୁଚାଉଛି ଭାରତ: ଡୋନାଲ୍ଡ ଟ୍ରମ୍ପ
Advertisement
Article Detail0/zeeodisha/odisha757534

କୋରୋନା ଯୋଗୁଁ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ଲୁଚାଉଛି ଭାରତ: ଡୋନାଲ୍ଡ ଟ୍ରମ୍ପ

ବାସ୍ତବରେ, ବିଡେନ (Joe Biden) ବିତର୍କ ସମୟରେ ଅଭିଯୋଗ ଆଣିଛନ୍ତି ଯେ ଟ୍ରମ୍ପ (Donald Trump) ଙ୍କ ଭୁଲ ଯୋଗୁଁ ଆମେରିକାର ଲକ୍ଷ ଲକ୍ଷ ଲୋକ କୋରୋନା ଯୋଗୁଁ ପ୍ରାଣ ହରାଇଛନ୍ତି । 

କୋରୋନା ଯୋଗୁଁ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ଲୁଚାଉଛି ଭାରତ: ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପ (Donald Trump) ଓ ଜୋ ବିଡେନ (Joe Biden) ଙ୍କ ମଧ୍ୟରେ ମଙ୍ଗଳବାର  ରାତିରେ ପ୍ରଥମ ପ୍ରେସିଡେଂଶିୟଲ ଡିବେଟ (US Elections First 2020 presidential debate) ଅନୁଷ୍ଠିତ ହୋଇଯାଇଛି । ଏହି ବିତର୍କ ସମୟରେ କୋରୋନା ଭାଇରସ ପ୍ରସଙ୍ଗରେ କହୁଥିବା ବେଳେ ଟ୍ରମ୍ପ ଅଭିଯୋଗ ଆଣିଛନ୍ତି ଯେ ଭାରତ, ଋଷ ଏବଂ ଚୀନ୍ କୋରୋନା ଭୂତାଣୁ (Coronavirus) ଯୋଗୁଁ ହୋଇଥିବା ମୃତ୍ୟୁ ସଂଖ୍ୟାକୁ ଲୁଚାଉଛନ୍ତି । ବିଡେନଙ୍କ ଏକ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି ଯେ, ଏହି ଦେଶଗୁଡ଼ିକରେ କେତେ ମୃତ୍ୟୁ ଘଟିଛି, ତାହା ବିଶ୍ୱରେ କେହି ଜାଣନ୍ତି ନାହିଁ, ଏଠାରେ ତଥ୍ୟ ସ୍ପଷ୍ଟ ନୁହେଁ ।

ବାସ୍ତବରେ, ବିଡେନ ବିତର୍କ ସମୟରେ ଅଭିଯୋଗ ଆଣିଛନ୍ତି ଯେ ଟ୍ରମ୍ପଙ୍କ ଭୁଲ ଯୋଗୁଁ ଆମେରିକାର ଲକ୍ଷ ଲକ୍ଷ ଲୋକ କୋରୋନା ଯୋଗୁଁ ପ୍ରାଣ ହରାଇଛନ୍ତି । ଏହାର ଉତ୍ତରରେ ଟ୍ରମ୍ପ କହିଛନ୍ତି ଯେ, "କେରୋନା ମୁକାବିଲା ପାଇଁ ଆମ ସରକାର ମାସ୍କ, ପିପିଏ କିଟ୍ ଏବଂ ଔଷଧ ଆଣିଛନ୍ତି । କୋରୋନା ଟୀକା ତିଆରି କରିବାକୁ ଆମେ ମାତ୍ର କିଛି ସପ୍ତାହ ଦୂରରେ ଅଛୁ । ମୁଁ କମ୍ପାନୀଗୁଡିକ ସହିତ କଥାବାର୍ତ୍ତା କରିଛି ଏବଂ ମୁଁ କହିପାରେ ଯେ ଆମେ ଶୀଘ୍ର ଏକ ଟୀକା ପ୍ରସ୍ତୁତ କରିନେବୁ । ଆମେରିକାରେ ଅପେକ୍ଷାକୃତ କମ୍ ମୃତ୍ୟୁ ଘଟିଥିବାବେଳେ ଭାରତ, ଋଷ ଏବଂ ଚୀନ୍‌ରେ ମହାମାରୀରୁ ହୋଇଥିବା ମୃତ୍ୟୁର ପ୍ରକୃତ ତଥ୍ୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।"

ଅଧିକ ପଢ଼ନ୍ତୁ:-ପ୍ରତି ୧୬ ସେକେଣ୍ଡରେ ଜଣଙ୍କର ଜୀବନ ନେଉଛି କୋରୋନା

ବିତର୍କ ସମୟରେ ଟ୍ରମ୍ପ କହିଛନ୍ତି ଯେ, ବିଡେନ ନିର୍ବାଚନ ସଭା ତଥା ସାଧାରଣ କାର୍ଯ୍ୟକ୍ରମରେ ୨୦୦ ଫୁଟ ଦୂରରେ ରହୁଥିଲେ ମଧ୍ୟ ସେ ଏକ ବଡ ମାସ୍କ ପିନ୍ଧି ଆସୁଛନ୍ତି । ଏହା ଉପରେ ଟ୍ରମ୍ପଙ୍କ ମାସ୍କ ନ ପିନ୍ଧିବା ଓ ବଡ଼-ବଡ଼ ରାଲି କରିବା ସମ୍ବନ୍ଧୀୟ ପ୍ରଶ୍ନ ମଧ୍ୟ ସାମ୍ନାକୁ ଆସୁଛି । ମୋଡରେଟର୍ ୱାଲେସ୍ ପଚାରିଛନ୍ତି - ରାଷ୍ଟ୍ରପତି, ଆପଣ କାହିଁକି ମାସ୍କ ଲଗାନ୍ତି ନାହିଁ । ଯେତେବେଳେ କି ଆପଣଙ୍କର ସ୍ୱାସ୍ଥ୍ୟ ଅଧିକାରୀ ମଧ୍ୟ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଅନ୍ତି । 

ଏହା ଉପରେ ଟ୍ରମ୍ପ କହିଛନ୍ତି ଯେ, ଏହା ନୁହେଁ ଯେ ମୁଁ ମାସ୍କ ପ୍ରୟୋଗ କରେ ନାହିଁ । ଆବଶ୍ୟକ ସମୟରେ ମୁଁ ନିଶ୍ଚିତ ଭାବରେ ଏହା କରେ । ଯଦି ବିଡେନ ତାଙ୍କ ସ୍ଥାନରେ ଥାଆନ୍ତେ, ତେବେ ଆମେରିକାରେ ଅଧିକ ମୃତ୍ୟୁ ହୋଇଥାନ୍ତା । ଏହାର ଜବାବରେ ବିଡେନ କହିଛନ୍ତି ଯେ, ମହାମାରୀ ବିରୋଧରେ ଟ୍ରମ୍ପଙ୍କର କୌଣସି ଯୋଜନା ନାହିଁ ।